ନୂଆଦିଲ୍ଲୀ: ପୂର୍ବରୁ ମଧ୍ୟ ବେଶ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚିତ ଥିବା ଏଆଇଏମ୍ଆଇଏମ୍ ନେତା ୱାରିସ୍ ପଠାନ୍ ଏବେ ପୁଣି ହିନ୍ଦୁ-ମୁସଲିମ୍ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସରକାରଙ୍କ ବିରୋଧରେ ବିକ୍ଷୋଭରେ ଯୋଗ ଦେଇଥିବା ମୁସଲିମ୍ଙ୍କ ବାବଦରେ ଉଦାହରଣ ରଖି ସେ ଏପରି କହିଛନ୍ତି। ସେ କହିଛନ୍ତି, ମହିଳାଙ୍କୁ ଆମେ ବିକ୍ଷୋଭରେ ଆଗକୁ ରଖିଛୁ ବୋଲି କହୁଥିବା ଲୋକେ ଜାଣି ରଖିବା ଦରକାର ଆମେ ୧୫ କୋଟି ହୋଇପାରୁ, କିନ୍ତୁ ସମୟ ଆସିଲେ ୧୦୦ କୋଟିଙ୍କ ଉପରେ ଭାରି ପଡ଼ିବୁ।
ଏକ ଭିଡିଓ ଉଦ୍ବୋଧନରେ ସେ କହିଛନ୍ତି, ଏବେ କେବଳ ମହିଳାମାନେ ଆଗକୁ ଆସିଛିନ୍ତି ଏବଂ ତୁମର ଝାଳ ବାହାରି ଗଲାଣି। ଯଦି ଆମେ ସବୁ ଏକାଠି ଆସିବୁ, ତାହାଲେ ବୁଝିବ କ’ଣ ହେବ। ଆମେ ୧୫ କୋଟି କିନ୍ତୁ ୧୦୦ କୋଟିଙ୍କ ଉପରେ ଭାରି ପଡ଼ିବୁ, ମନେ ରଖିଥିବ ଏତିକି କଥା।
ସେ ଆହୁରି ମଧ୍ୟ କହିଥିଲେ, ସଂଖ୍ୟାଲଘୁ ଗୋଷ୍ଠୀ ‘ତୁମ ଆଜାଦୀ’ ଛଡ଼ାଇନେବାକୁ ଯଥେଷ୍ଟ ସକ୍ଷମ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଦ ଭାବି ପିଇ ଦେଲେ ଟଏଲେଟ୍ କ୍ଲିନର୍, ଚାଲିଗଲା ଜୀବନ
କାଚ ବୋତଲରେ ରଖାଯାଇଥିବା ଟଏଲେଟ୍ କ୍ଲିନର୍କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।
National
ଦୁଇ ଟ୍ରକ୍ ଓ ବସ୍ ମଧ୍ୟରେ ଦୁର୍ଘଟଣା; ଚାଲିଗଲା ୨ ଜୀବନ, ୨୦ ଗୁରୁତର
ଏକ ବସ୍ ଓ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
National
ଭୋଟ୍ ଦେଉଛି ମହାରାଷ୍ଟ୍ର, ମୈଦାନରେ ୪,୧୩୬ ପ୍ରାର୍ଥୀ
ସେହିପରି ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ।
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।