୬ ବର୍ଷ ଧରି ଯୌନଶୋଷଣର ଶିକାର ପରେ ମୁହଁ ଖୋଲିଲେ ଏୟାରହୋଷ୍ଟେସ୍‌, ମୋଦିଙ୍କୁ ମାଗିଲେ ନ୍ୟାୟ

ନୂଆଦିଲ୍ଲୀ: ଏୟାରହୋଷ୍ଟେସ୍‌ଙ୍କୁ ଯୌନଶୋଷଣ। ଏୟାର ଇଣ୍ଡିଆର ଜଣେ ଏୟାରହୋଷ୍ଟେସ୍‌ ଏମିତି ନିର୍ଯାତନାର ଶିକାର ହୋଇଛନ୍ତି।  ଦୀର୍ଘ ୬ ବର୍ଷ ଧରି ଏହି ଘଟଣା ଘଟି ଆସୁଥିଲା ବେଳେ ଏବେ ଏହାର ପର୍ଦ୍ଦାଫାସ ହୋଇଛି। ସମ୍ପୃକ୍ତ ଏୟାରହୋଷ୍ଟେସ୍‌ଙ୍କୁ ଜଣେ  ବରିଷ୍ଠ ଅଧିକାରୀ କାର୍ଯ୍ୟସ୍ଥଳରେ  ଯୌନଶୋଷଣ କରିଥିବା  ଅଭିଯୋଗ ହୋଇଛି।  ଏନେଇ ପୀଡ଼ିତା ଜଣକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲିଖିତ ଆକାରରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି। ସେପଟେ ମନ୍ତ୍ରୀ […]

modi

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 06:48 PM IST

ନୂଆଦିଲ୍ଲୀ: ଏୟାରହୋଷ୍ଟେସ୍‌ଙ୍କୁ ଯୌନଶୋଷଣ। ଏୟାର ଇଣ୍ଡିଆର ଜଣେ ଏୟାରହୋଷ୍ଟେସ୍‌ ଏମିତି ନିର୍ଯାତନାର ଶିକାର ହୋଇଛନ୍ତି।  ଦୀର୍ଘ ୬ ବର୍ଷ ଧରି ଏହି ଘଟଣା ଘଟି ଆସୁଥିଲା ବେଳେ ଏବେ ଏହାର ପର୍ଦ୍ଦାଫାସ ହୋଇଛି। ସମ୍ପୃକ୍ତ ଏୟାରହୋଷ୍ଟେସ୍‌ଙ୍କୁ ଜଣେ  ବରିଷ୍ଠ ଅଧିକାରୀ କାର୍ଯ୍ୟସ୍ଥଳରେ  ଯୌନଶୋଷଣ କରିଥିବା  ଅଭିଯୋଗ ହୋଇଛି।  ଏନେଇ ପୀଡ଼ିତା ଜଣକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲିଖିତ ଆକାରରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି। ସେପଟେ ମନ୍ତ୍ରୀ ସୁରେଶ ପ୍ରଭୁ ଏହି  ଘଟଣାର ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି। ଯଦି ଆବଶ୍ୟକ ପଡେ ଏକ ତଦନ୍ତ  କମିଟି ମଧ୍ୟ ଗଠନ କରାଯିବ ବୋଲି ସେ କହିଛନ୍ତି। ସେ ଲେଖିଛନ୍ତି ଯେ, ଏ ସମ୍ପର୍କରେ ପୂର୍ବରୁ ସେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।  ହେଲେ ସେତେବେଳେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହାକୁ ହାଲୁକା ଭାବେ ନେଇଥିଲେ।  ଫଳରେ ଅଭିଯୁକ୍ତଙ୍କ ସାହସ ବଢିଯାଇଥିଲା।  ଚିଠିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଅମଣିଷ ବୋଲି କହିଛନ୍ତି ପୀଡ଼ିତା। ତାଙ୍କୁ ହାର୍ବେ ଉଇଂଷ୍ଟନ୍‌ ଓ ବିଲ୍‌ କୋସ୍ବେଙ୍କ ସହ ତୁଳନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ହାର୍ବେ ଓ କୋସ୍ବେ ହଲିଉଡ୍‌ର ଅନେକ ମହିଳାଙ୍କୁ ଯୌନଶୋଷଣ କରିଥିବାର ଅଭିଯୋଗ  ରହିଛି। ପୀଡ଼ିତା ଜଣକ କହିଥିଲେ, ‘‘ପ୍ରଥମେ ମୁଁ ଏହି ଘଟଣା ଏୟାର ଇଣ୍ଡିଆ ପ୍ରବନ୍ଧକଙ୍କୁ ଜଣାଇଥିଲି। ଗଣମାଧ୍ୟମ ବା ପୋଲିସକୁ ଜଣାଇ ଘଟଣାକୁ ଲୋକଲୋଚନକୁ  ଆଣିବାକୁ ଚାହୁଁ ନ ଥିଲେ। ହେଲେ ଏଥିପାଇଁ ଦୀର୍ଘ ୬ ବର୍ଷ ଧରି ନିର୍ଯାତନା ସହିବା ପରେ ବାଧ୍ୟ ହୋଇ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ବୋଲି ପୀଡ଼ିତା କହିଛନ୍ତି।

 

 

Related story