ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା
ଥିରୁଅନନ୍ତପୁରମ: କେରଳର କୋଝିକୋଡ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା। ଦୁବାଇରୁ କେରଳର କୋଝିକୋଡକୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX-1344) ଦୁର୍ଘଟଣାର ଶିକାର ହୋଇଛି। ସଂଧ୍ୟା ୭ଟା ୪୦ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିମାନ ବନ୍ଦରରେ ୧୯୧ ଯାତ୍ରୀ ଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ବିମାନରେ ମୋଟ୍ ୧୭୪ ଜଣ ଥିବା ଜଣାପଡ଼ିଛି। ଯାତ୍ରୀଙ୍କ ସମେତ ବିମାନରେ ଦୁଇ ଜଣ ପାଇଲଟ ଏବଂ ଛଅ ଜଣ କ୍ରିଉ ସଦସ୍ୟ ଥିଲେ। ତେବେ ଘଟଣାସ୍ଥଳରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ହେଲେ ବିମାନ କର୍ତ୍ତୃପକ୍ଷ କି କେରଳ ସରକାର ଏ ନେଇ ସ୍ପଷ୍ଟୀକରଣ ରଖି ନାହାନ୍ତି।
କେରଳରେ ପ୍ରବଳ ବର୍ଷା ଜାରି ରହିଛି। ବିମାନଟି ଅବତରଣ କରିବା ବେଳେ ରନଓ୍ନେରେ ଚକ ସ୍ଲିପ୍ କରିବାରୁ ଦୁର୍ଘଟଣା ହୋଇଥିବା ଆକଳନ କରାଯାଉଛି। ଏବେ ଉଦ୍ଧାରକାରୀ ଟିମ୍ ଆସି ଉଦ୍ଧାର କରୁଥିବା ସୂଚନା ରହିଛି। ତେବେ ମୃତାହତ ଏବଂ ଆହତଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ।
#UPDATE The Air India flight (IX-1344) from Dubai carrying 174 passengers skidded during landing at Karipur Airport in Kozhikode (Kerala) today. There were 6 crew members onboard, including two pilots: Air India Express https://t.co/iiWhSrHGOO
— ANI (@ANI) August 7, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।