ସାମ୍ବାଦିକଙ୍କ ମୁଣ୍ଡ ଫଟେଇଦେବେ କହି ଧମକାଇଲେ ଏହି ନେତା, ଦେଖନ୍ତୁ ଭିଡିଓ

ଗୁଆହାଟୀ: ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍) ମୁଖ୍ୟ ସାମ୍ବାଦିକ ସମ୍ମିଳନୀରେ ହିଁ ସାମ୍ବାଦିକଙ୍କ ମୁଣ୍ଡ ଫଟାଇଦେବେ କହି ଧକାଇଛନ୍ତି। ଗଣତାନ୍ତ୍ରିକ ଦଳ ଦର୍ଶାଉଥିବା ଏହି ଦଳର ମୁଖ୍ୟ ଏଭଳି ଧମାକାଉଥିବାର ସମସ୍ତ ଘଟଣା କ୍ୟାମେରରେ କଏଦ୍ ହୋଇଥିବା ଜଣାଯାଇଛି। ଏପରିକି ସେହି ଦଳର କର୍ମୀମାନେ ସାମ୍ବାଦିକ ଜଣଙ୍କୁ ସମସ୍ତଙ୍କ ସାମ୍ନାରେ କ୍ଷମା ମାଗିବାକୁ ମଧ୍ୟ କହିଥିବା ଜଣାଯାଇଛି। ପରେ ସାମ୍ବାଦିକ ଜଣକ ଏହି ଲୋକସଭା ସାଂସଦଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ବିଶେଷ ସୂତ୍ରରୁ […]

Ajmal

Subrat Kumar Nayak
  • Published: Thursday, 27 December 2018
  • , Updated: 27 December 2018, 01:00 PM IST

ଗୁଆହାଟୀ: ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍) ମୁଖ୍ୟ ସାମ୍ବାଦିକ ସମ୍ମିଳନୀରେ ହିଁ ସାମ୍ବାଦିକଙ୍କ ମୁଣ୍ଡ ଫଟାଇଦେବେ କହି ଧକାଇଛନ୍ତି। ଗଣତାନ୍ତ୍ରିକ ଦଳ ଦର୍ଶାଉଥିବା ଏହି ଦଳର ମୁଖ୍ୟ ଏଭଳି ଧମାକାଉଥିବାର ସମସ୍ତ ଘଟଣା କ୍ୟାମେରରେ କଏଦ୍ ହୋଇଥିବା ଜଣାଯାଇଛି।

ଏପରିକି ସେହି ଦଳର କର୍ମୀମାନେ ସାମ୍ବାଦିକ ଜଣଙ୍କୁ ସମସ୍ତଙ୍କ ସାମ୍ନାରେ କ୍ଷମା ମାଗିବାକୁ ମଧ୍ୟ କହିଥିବା ଜଣାଯାଇଛି। ପରେ ସାମ୍ବାଦିକ ଜଣକ ଏହି ଲୋକସଭା ସାଂସଦଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ସାମ୍ବାଦିକ ଜଣକ ଆଜମଲ୍‌ଙ୍କୁ ୨୦୧୯ ଲୋକସଭା ନିର୍ଅବାଚନରେ ଏଆଇୟୁଡିଏଫ୍ର ମେଣ୍ଟ ଯୋଜନା ବିଷୟରେ ପ୍ରଶ୍ନ କରିଥିଲେ। ଆଜମଲ୍ ଉତ୍ତର ଦେଇଥିଲେ ଆମେ ଦିଲ୍ଲୀରେ ମହାଗଠବନ୍ଧନ ସହିତ ଅଛୁ।

ଏହାପରେ ସାମ୍ବାଦିକ ପୁଣିଥରେ ପଚାରିଥିଲେ, ଯେଉଁ ଦଳ ଜିତିବ ସେହି ଅନୁସାରେ ଏଆଇୟୁଡିଏଫ୍ ନିଜର ପଟ ପରିବର୍ତ୍ତନ କରିବ କି? ଏଥର କିନ୍ତୁ ରାଗିଯାଇଥିଲେ ଆଜମଲ୍। ସେ କହିଥିଲେ, କେତେ କୋଟି ଟଙ୍କାରେ ବିଜେପି ପାଖରେ ବିକ୍ରି ହୋଇଛ?..ବଦମାସ୍… କୁକୁର…ମୋ ସମର୍ଥନରେ ହଜାର ହଜାର ଲୋକ। ମୁଣ୍ଡ ଫଟେଇଦେବି ମାରିକି..ଯାଅ ମୋ ନାଁରେ କେଶ୍ କର।”

https://youtu.be/T8GaVoxaSL8
ଏହା ପରେ ଗାଳି ବର୍ଷିବା ବନ୍ଦ ହୋଇନଥିଲା। ଏପରିକି ଆଜମଲ୍‌ ଅନ୍ୟ ଜଣେ ସାମ୍ବାଦିକଙ୍କ ବୁମ୍‌ ଛଡ଼ାଇ ପ୍ରଶ୍ନକର୍ତ୍ତା ସାମ୍ବାଦିକଙ୍କୁ ମାରିବାକୁ ଉଦ୍ୟତ ହୋଇଥିଲେ।

Related story