ଡୋଭାଲଙ୍କ ଗସ୍ତକୁ ନେଇ ଚୀନ ମିଡିଆରେ ଭିନ୍ନ ମତ: ବିବାଦ ସମାଧାନ ହେବ ତ !

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଚୀନ ଯାତ୍ରା ପୂର୍ବରୁ ବେଞ୍ଜିଂର ସରକାରୀ ମିଡିଆ ଦୁଇଟି ଭିନ୍ନ ଭିନ୍ନ ବିଚାର ବ୍ୟକ୍ତ କରୁଛନ୍ତି। ଗୋଟିଏ ପଟେ ଚୀନ ଡେଲି ଡୋକଲାମ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନର ଆଶା କରୁଥିବା ବେଳେ, ଅନ୍ୟ ପଟେ ଗ୍ଲୋବାଲ ଟାଇମ୍ସ୍ ଭିନ୍ନ ମତ ପୋଷଣ କରି ଡୋଭାଲଙ୍କୁ ଡୋକଲାମ ବିବାଦର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଇଛି। ଚୀନ ଡେଲି ନିଜ ସଂପାଦକୀୟରେ ଲେଖିଛି ଯେ ଡୋକଲାମ ପ୍ରସଙ୍ଗରେ ସମାଧାନ ପାଇଁ ଏବେ ମଧ୍ୟ ବିଳମ୍ବ ହୋଇନାହିଁ। ଖବରକାଗଜ […]

ajit

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 11:11 PM IST

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଚୀନ ଯାତ୍ରା ପୂର୍ବରୁ ବେଞ୍ଜିଂର ସରକାରୀ ମିଡିଆ ଦୁଇଟି ଭିନ୍ନ ଭିନ୍ନ ବିଚାର ବ୍ୟକ୍ତ କରୁଛନ୍ତି। ଗୋଟିଏ ପଟେ ଚୀନ ଡେଲି ଡୋକଲାମ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନର ଆଶା କରୁଥିବା ବେଳେ, ଅନ୍ୟ ପଟେ ଗ୍ଲୋବାଲ ଟାଇମ୍ସ୍ ଭିନ୍ନ ମତ ପୋଷଣ କରି ଡୋଭାଲଙ୍କୁ ଡୋକଲାମ ବିବାଦର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଇଛି।

ଚୀନ ଡେଲି ନିଜ ସଂପାଦକୀୟରେ ଲେଖିଛି ଯେ ଡୋକଲାମ ପ୍ରସଙ୍ଗରେ ସମାଧାନ ପାଇଁ ଏବେ ମଧ୍ୟ ବିଳମ୍ବ ହୋଇନାହିଁ। ଖବରକାଗଜ ବିନା ସଂଘର୍ଷରେ ଏହି ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛି। ଅନ୍ୟ ପଟେ ଗ୍ଲୋବାଲ ଟାଇମ୍ସ  ଲେଖିଛି ଯେ ଡୋଭାଲଙ୍କ ଚୀନ ଗସ୍ତରେ ସୀମା ବିବାଦର ସମାଧାନ ହୋଇ ପାରିବ ନାହିଁ। ଗ୍ଲୋବାଲ ଟାଇମ୍ସ୍ ଲେଖିଛି ଯେ ବେଜିଙ୍ଗ ସେ ପର୍ଯ୍ୟନ୍ତ ଆଲୋଚନା କରିବ ନାହିଁ ଯେ ପର୍ଯ୍ୟନ୍ତ ସୀମାରୁ ଭାରତୀୟ ସେନା ନ ହଟିଛନ୍ତି। ଚୀନ ପାଖରେ କୌଣସି କାରଣ ନାହିଁ  ନିଜ ଦାବିରୁ ପଛକୁ ହଟିବା ପାଇଁ। ତେଣୁ ଭାରତ ନିଜ ସେନାକୁ ହଟାଇ ମର୍ଯ୍ୟାଦା ସହ ଏହି ବିବାଦକୁ ସମାଧାନ କରିବା ଉଚିତ।

ଡୋଭାଲ ବ୍ରିକ୍ସର ଜାତୀୟ ସୁରକ୍ଷା ପରାମର୍ଶଦାତା କମିଟିର ମିଟିଂରେ ଭାଗ ନେବା ପାଇଁ ଏହି ସପ୍ତାହରେ ଚୀନ ଯାଉଛନ୍ତି। ଜୁଲାଇ ୨୭-୨୮ରେ ହେବାକୁ ଥିବା ଏହି ବୈଠକରେ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ଏନଏସଏ ସାମିଲ ହେବେ। ଡୋଭାଲ ନିଜର ଚୀନ ସମକକ୍ଷ ୟନ ଜେଇଚିଙ୍କ ସହ ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା କରିବାର ଆଶା ରହିଛି।

Related story