ଅଖିଳେଶ କାନ୍ଦିଲେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନିଜ ଦାଦା ଶିବପାଲ ଯାଦବଙ୍କ ସମେତ ଚାରି ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା ପରେ ସମାଜବାଦୀ ପାର୍ଟିରେ ଦେଖାଯାଇଥିବା ମତାନ୍ତରକୁ ଦୂର କରିବା ପାଇଁ ଆଜି ଦଳର ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ନୌରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ପ୍ରଥମେ ଅଖିଳେଶ ତାଙ୍କର ମତ ରଖିଥିଲେ। ସେ କହିଥିଲେ,“ମୋ ବାପା ମୋର ଗୁରୁ। ନେତାଜୀ (ମୁଲାୟମ ସିଂହ ଯାଦବ)ଙ୍କଠାରୁ ମୁଁ ଅନ୍ୟାୟ ବିରୁଦ୍ଧରେ […]

akhilesh

Rakesh Mallick
  • Published: Monday, 24 October 2016
  • , Updated: 24 October 2016, 01:52 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନିଜ ଦାଦା ଶିବପାଲ ଯାଦବଙ୍କ ସମେତ ଚାରି ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା ପରେ ସମାଜବାଦୀ ପାର୍ଟିରେ ଦେଖାଯାଇଥିବା ମତାନ୍ତରକୁ ଦୂର କରିବା ପାଇଁ ଆଜି ଦଳର ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ନୌରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ପ୍ରଥମେ ଅଖିଳେଶ ତାଙ୍କର ମତ ରଖିଥିଲେ। ସେ କହିଥିଲେ,“ମୋ ବାପା ମୋର ଗୁରୁ। ନେତାଜୀ (ମୁଲାୟମ ସିଂହ ଯାଦବ)ଙ୍କଠାରୁ ମୁଁ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ଶିଖିଛି। ମୁଁ କାହିଁକି ଅଲଗା ଦଳ ତିଆରି କରିବି? କିଛି ଲୋକ ଏନେଇ ବିଭ୍ରାନ୍ତିକର ଖବର ସୃଷ୍ଟି କରୁଛନ୍ତି।”

ଏହା କହିବା ବେଳେ ଅଖିଳେଶ କାନ୍ଦି ପକାଇ ଥିଲେ। ସେ କହିଥିଲେ,“ନେତାଜୀଙ୍କ ଆଶୀର୍ବାଦ ଯୋଗୁଁ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି।”

ଅଖିଳେଶ କହିଥିଲେ,“ନେତାଜୀ ବିରୁଦ୍ଧ ଷଡ଼ଯନ୍ତ୍ର କରାଗଲେ ମୁଁ କାର୍ଯ୍ୟାନୁଷ୍ଠାନ ନେବି। ରାମଗୋପାଳ ଯାଦବ କେବେ ବି କାହାକୁ ବାହାର କରିବା ପାଇଁ କହି ନାହାନ୍ତି। ମୁଁ ସବୁବେଳେ ଦଳକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରି ଆସିଛି। ଯଦି ମୁଁ କୌଣସି ସୀମା ଲଂଘିଛି ତା’ହେଲେ ମୋତେ କ୍ଷମା କରିବେ।”

ଅନ୍ୟପକ୍ଷରେ ଅଖିଳେଶଙ୍କ ଉପରେ ଅଭିଯୋଗ ଆଣି ଶିବପାଲ କହିଥିଲେ,“ଅଖିଳେଶ ଅଲଗା ଦଳ ଗଢ଼ିବା ପାଇଁ ଚାହଁଥିଲେ। ମୁଁ ମୋ ପୁଅର ରାଣ ଖାଇ ଏ କଥା କହୁଛି। ମୁଁ ହାତରେ ଗଙ୍ଗା ପାଣି ଧରି ଏ କଥା କହିବାକୁ ରାଜି ଅଛି। ଅଲଗା ଦଳ ସହ ମିଶି ନିର୍ବାଚନ ଲଢ଼ିବା କଥା ବି ଅଖିଳେଶ କହିଥିଲେ। ପାର୍ଟିରେ ରାମଗୋପାଳ ଯାଦବଙ୍କ ଦଲାଲି ଚାଲିବ ନାହିଁ।”

ବୈଠକରେ ମୁଲାୟମ ସିଂହ ଯାଦବ ମଧ୍ୟ ପୁଅ ଅଖିଳେଶଙ୍କ ଉପରେ ବର୍ଷି ଥିଲେ। ସେ କହିଥିଲେ,“ଯେଉଁମାନେ ଅଖିଳେଶଙ୍କ ସପକ୍ଷରେ ନାରାବାଜି କରୁଛନ୍ତି ସେମାନେ ଜାଣି ନାହାନ୍ତି ଆମେ କେମିତି ଲଢ଼ିଛୁ। ନାରାବାଜି କରୁଥିବା ଲୋକଙ୍କୁ ବାହାର କରି ଦେବୁ। ଶିବପାଲ ଲୋକଙ୍କ ନେତା। ମୁଁ ଶିବପାଲର କାମ ଭୁଲି ପାରିବି ନାହିଁ। ମୁଁ ଓ ଶିବପାଲ କେବେ ବି ଅଲଗା ହୋଇପାରିବୁ ନାହିଁ। ମୁଁ ଅମର ସିଂହଙ୍କ ବିରୋଧରେ ବି ଣୁଣି ପାରିବି ନାହିଁ। ସେ ମୋ ଭାଇ। ସେ ମୋତେ ବହୁଥର ସାହାଯ୍ୟ କରିଛି। ସେ ନ ଥିଲେ ମୋତେ ୭ ବର୍ଷ ଜେଲ୍ ହୋଇଯାଇଥାଆନ୍ତା।”

ତେବେ ଅଖିଳେଶଙ୍କୁ ଦଳର ବାହାର କରାଯିବ ନାହିଁ ବୋଲି ମୁଲାୟମ ବୈଠକ ପରେ କହିଥିଲେ।

Related story