ପାରିବାରିକ ରାଜନୀତି: ଅଖିଳେଶ କହିଲେ ଅନ୍ୟ ଦଳ ସମ୍ପର୍କୀୟଙ୍କୁ ଟିକେଟ୍‌ ନ ଦେଲେ  ମୋ ପତ୍ନୀ ମଧ୍ୟ ଲଢ଼ିବେନି

ରାୟପୁର: ଆମ ଦେଶର ରାଜନୀତିରେ ଏବେ ପରିବାରବାଦ ବୃଦ୍ଧି ପାଇଛି। ପରିବାରର ଜଣେ ସଦସ୍ୟ ଯଦି ରାଜନୀତିରେ ପାଦ ଥାପିଲେ ସମୟକ୍ରମେ ସମସ୍ତେ ରାଜନୀତି ମଇଦାନକୁ ଓହ୍ଲାଇଥାନ୍ତି। ତେବେ ରାଜନୀତିରେ ପରିବାରବାଦ କଥା ଆସିଲେ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବ ଓ  ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ପରିବାର କଥା ଚର୍ଚ୍ଚା ପରିସରକୁ ଆସିଥାଏ। ଗତକାଲି ରାୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 06:10 AM IST

ରାୟପୁର: ଆମ ଦେଶର ରାଜନୀତିରେ ଏବେ ପରିବାରବାଦ ବୃଦ୍ଧି ପାଇଛି। ପରିବାରର ଜଣେ ସଦସ୍ୟ ଯଦି ରାଜନୀତିରେ ପାଦ ଥାପିଲେ ସମୟକ୍ରମେ ସମସ୍ତେ ରାଜନୀତି ମଇଦାନକୁ ଓହ୍ଲାଇଥାନ୍ତି। ତେବେ ରାଜନୀତିରେ ପରିବାରବାଦ କଥା ଆସିଲେ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବ ଓ  ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ପରିବାର କଥା ଚର୍ଚ୍ଚା ପରିସରକୁ ଆସିଥାଏ।

ଗତକାଲି ରାୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଯେ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ। ସମାଜବାଦୀ ପାର୍ଟିରେ ପରିବାରବାଦକୁ ନେଇ ସବୁବେଳେ ଅଭିଯୋଗ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ଅଖିଳେଶ କହିଛନ୍ତି,“ ଯଦି ବିଜେପି  ଓ ଅନ୍ୟାନ୍ୟ ଦଳ ନିଜର ବନ୍ଧୁବର୍ଗଙ୍କୁ ଟିକେଟ୍‌ ନ ଦେବେ ତା’ହେଲେ ଡିମ୍ପଲ ମଧ୍ୟ ନିର୍ବାଚନ ଲଢ଼ିବେ ନାହିଁ। ବିଜେପି ମଧ୍ୟ ପରିବାରବାଦ ଭିତରେ ଫସି ରହିଛି। ବିଜେପିର ପରିବାରବାଦ ସମ୍ପର୍କରେ ସମସ୍ତେ ଦେଖିବା ଦରକାର ତା’ପରେ ଆମ ପରିବାର ଉପରେ ଟିପ୍ପଣୀ ଦିଅନ୍ତୁ। କୌଣସି ଦଳ ନିଜ ପରିବାରବାଦ ସମ୍ପର୍କରେ କିଛି କୁହନ୍ତି ନାହିଁ। ଯଦି ଆମେ ପରିବାରବାଦରେ ରହିଛୁ ତା’ହେଲେ ଆଗାମୀ ନିର୍ବାଚନରେ ମୋ ପତ୍ନୀ ଡିମ୍ପଲ ନିର୍ବାଚନ ଲଢ଼ିବେ ନାହିଁ।”

ଯେତେବେଳେ ଆମ ପରିବାରବାଦ ସମ୍ପର୍କରେ ଚର୍ଚ୍ଚା ହୋଇଥାଏ,ଏଥିରେ ବିଜେପିର ପରିବାରବାଦ ନେଇ ଆଲୋଚନା ହେବା ଆବଶ୍ୟକ ବୋଲି ଅଖିଳେଶ ଯାଦବ କହିଛନ୍ତି।

Related story