କରୋନା ଲଢ଼େଇ ପାଇଁ ଅକ୍ଷୟ କୁମାର ଦେଲେ ୨୫ କୋଟି, ମୋଦିଙ୍କ ‘ପିଏମ୍‌ କେୟାର୍‌ସ’କୁ କଲେ ଦାନ

ନୂଆଦିଲ୍ଲୀ: ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ପୂରା ଦେଶ ଏବେ ଏକ ପ୍ରକାର ଅଟକି ଯାଇଛି। କରୋନା ବିରୋଧରେ ଲଢ଼େଇ ପାଇଁ ପୁରା ଦେଶ ଏବେ ଏକାଠି ହୋଇଥିବାବେଳେ ବିଭିନ୍ନ ଆଡ଼ୁ ସହାୟତା ଆସିବାରେ ଲାଗିଛି। ଏହି କ୍ରମରେ ଆଗ୍ରହୀ ବ୍ୟକ୍ତି କରୋନା ପାଇଁ ଦାନ କରିବାକୁ ଅନୁରୋଧ କରିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ‘ପିଏମ୍‌ କେୟାର୍‌ସ’ ଫଣ୍ଡ ବିଷୟରେ ଘୋଷଣା କରିଛନ୍ତି। ଏହାର ପ୍ରଥମ ଦିନରେ ହିଁ ଅକ୍ଷୟ କୁମାର ୨୫ କୋଟି ଟଙ୍କା […]

Akshay

Subrat Kumar Nayak
  • Published: Saturday, 28 March 2020
  • , Updated: 28 March 2020, 09:06 PM IST

ନୂଆଦିଲ୍ଲୀ: ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ପୂରା ଦେଶ ଏବେ ଏକ ପ୍ରକାର ଅଟକି ଯାଇଛି। କରୋନା ବିରୋଧରେ ଲଢ଼େଇ ପାଇଁ ପୁରା ଦେଶ ଏବେ ଏକାଠି ହୋଇଥିବାବେଳେ ବିଭିନ୍ନ ଆଡ଼ୁ ସହାୟତା ଆସିବାରେ ଲାଗିଛି। ଏହି କ୍ରମରେ ଆଗ୍ରହୀ ବ୍ୟକ୍ତି କରୋନା ପାଇଁ ଦାନ କରିବାକୁ ଅନୁରୋଧ କରିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ‘ପିଏମ୍‌ କେୟାର୍‌ସ’ ଫଣ୍ଡ ବିଷୟରେ ଘୋଷଣା କରିଛନ୍ତି। ଏହାର ପ୍ରଥମ ଦିନରେ ହିଁ ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିଛନ୍ତି।
https://twitter.com/akshaykumar/status/1243867585294131201?s=20

ଏହା ପୂର୍ବରୁ ମଧ୍ୟ କରୋନାକୁ ନେଇ ଅକ୍ଷୟ କୁମାର ବିଭିନ୍ନ ସଚେତନାଧର୍ମୀ ମତ ରଖି ଆସିଥିଲେ। ଆଜି ମୋଦିଙ୍କ ଆହ୍ୱାନ କ୍ରମେ ସେ ଦାନ କରିଛନ୍ତି।

ଆଜି ଟ୍ୱିଟର ପୃଷ୍ଠାରେ ଏ ବିଷୟରେ ଘୋଷଣା କରି କହିଛନ୍ତି, “ବର୍ତ୍ତମାନ ସମୟରେ ଜୀବନର ମୂଲ୍ୟ ବହୁତ କିଛି ଅଛି। ଆମେ କିଛିନା କିଛି କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଏମ୍‌ କେୟାର୍‌ସ ଫଣ୍ଡକୁ ମୋ ସଞ୍ଚୟରୁ ୨୫ କୋଟି ଟଙ୍କା ଦେବାକୁ ପ୍ରତିଜ୍ଞା କରୁଛି। ଜୀବନ ଅଛି ତ ସବୁକିଛି ଅଛି।”

ଶେଷ ଖବର ସୁଦ୍ଧା ଭାରତରେ ପ୍ରାୟ ୧୦୦୦ ଲୋକ ଭାରତରେ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ଏଥିରେ ୧୯ ଜଣଙ୍କର ଜୀବନ ଯାଇସାରିଲାଣି। ମୋଦି ଆଜି କହିଛନ୍ତି, ଭବିଷ୍ୟତରେ ମଧ୍ୟ କରୋନା ପରି ଅନ୍ୟ ବିପର୍ଯ୍ୟୟ ସମୟରେ ‘ପିଏମ୍‌ କେୟାର୍‌ସ’ ଫଣ୍ଡ କାମରେ ଆସିବ।

Related story