ନାଇରୋବି: ସୋମାଲିର ଇସଲାମିଷ୍ଟ ଆତଙ୍କବାଦୀ କେନିଆର ଏକ ଏୟାର ବେସ୍ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ୭ଟି ବିମାନ ଧ୍ୱଂସ ହୋଇଯାଇଥିବା ଏହି ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଏୟାର ବେସ୍ ଉଭୟ କେନିଆ ଏବଂ ଆମେରିକା ସେନା ମିଳିତ ବ୍ୟବହାର କରୁଛନ୍ତି।
ଅଲ ସଦାବ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଭୋରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣ ବେଶ କିଛି ସମୟ ପାଇଁ ଚାଲୁ ରହିଥିଲା। ଏହି ଆକ୍ରମଣ ପରେ ଆମେରିକା ସେନା ସହ ସେମାନେ ମୁହାଁମୁହିଁ ହୋଇଥିବା କୁହାଯାଇଥିଲା। ଏଥିରେ ୭ଟି ବିମାନ ଏବଂ ୩ଟି ସେନା ଗାଡ଼ି ନଷ୍ଟ ହୋଇଯାଇଥିଲା।
ଅନ୍ୟପକ୍ଷରେ ଆମେରିକା ଆଫ୍ରିକା କମାଣ୍ଡ ମଧ୍ୟ ମାଣ୍ଡା ଉପକୂଳରେ ଥିବା ଏୟାର ଫିଲ୍ଡ ଉପରେ ଆକ୍ରମଣ ହୋଇଥିବା କୁହାଯାଇଛି। ଏହା ସ୍ଥିତି ଉପରେ ନଜର ରଖିଛି ଏବଂ କୌଣସି ସୂଚନା ଆସିଲେ ଜଣାଇଦିଆଯିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଲଗାତାର ସୀମାପାର ଆକ୍ରମଣ ଏବଂ ଅପହରଣର ଅଭିଯୋଗ ଆସିବା ପରେ କେନିଆ ୨୦୧୧ ମସିହାରେ ସୋମାଲିଆକୁ ସେନା ପଠାଇଥିଲା। ଏହା ପରେ ଶାନ୍ତି ସେନାରେ ପରିଣତ ହୋଇଥିଲା ଏବଂ ସେମାନଙ୍କ ସଂଖ୍ୟା ଏବେ ୨୧ ହଜାରରେ ପହଞ୍ଚିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।