ବେରୁଟ ବିସ୍ଫୋରଣ: ଚେନ୍ନାଇ ପ୍ରତି ସୃଷ୍ଟି ହେଲା ବିପଦ

ଚେନ୍ନାଇ : ଲେବାନନର ରାଜଧାନୀ ବେରୁଟ ବନ୍ଦରରେ କିଛି ଦିନ ପୂର୍ବେ ହୋଇଥିବା ଭୟଙ୍କର ବିସ୍ଫୋରଣ ସାରା ବିଶ୍ୱକୁ ଥରାଇ ଦେଇଥିଲା। ବନ୍ଦରରେ ଥିବା ୨୭୫୦ ଟନ୍‌ର ଆମୋନିୟମ ନାଇଟ୍ରେଟ୍ ଅତ୍ୟଧିକ ଉତ୍ତାପ ଓ ଚାପ କାରଣରୁ ବିସ୍ଫୋରଣ କରିବାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୦୦ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୫ ହଜାର ଲୋକ ଆହତ ହୋଇଥିଲେ। ପୂରା ସହର ଛିନଛତ୍ର ହୋଇଯାଇଛି। ଏବେ ବେରୁଟ ଭଳି ସ୍ଥିତି ଚେନ୍ନାଇର ଏକ […]

t

Hemant Lenka
  • Published: Friday, 07 August 2020
  • , Updated: 07 August 2020, 04:35 PM IST

ଚେନ୍ନାଇ : ଲେବାନନର ରାଜଧାନୀ ବେରୁଟ ବନ୍ଦରରେ କିଛି ଦିନ ପୂର୍ବେ ହୋଇଥିବା ଭୟଙ୍କର ବିସ୍ଫୋରଣ ସାରା ବିଶ୍ୱକୁ ଥରାଇ ଦେଇଥିଲା। ବନ୍ଦରରେ ଥିବା ୨୭୫୦ ଟନ୍‌ର ଆମୋନିୟମ ନାଇଟ୍ରେଟ୍ ଅତ୍ୟଧିକ ଉତ୍ତାପ ଓ ଚାପ କାରଣରୁ ବିସ୍ଫୋରଣ କରିବାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୦୦ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୫ ହଜାର ଲୋକ ଆହତ ହୋଇଥିଲେ। ପୂରା ସହର ଛିନଛତ୍ର ହୋଇଯାଇଛି।

ଏବେ ବେରୁଟ ଭଳି ସ୍ଥିତି ଚେନ୍ନାଇର ଏକ ବନ୍ଦରରେ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଏଠାରେ ବିପୁଳ ପରିମାଣର  ଆମୋନିୟମ ନାଇଟ୍ରେଟ୍ ମହଜୁଦ ହୋଇ ରହିଛି। ଯାହା ଏବେ କଷ୍ଟମ ବିଭାଗର ଚିନ୍ତା ବଢ଼ାଇ ଦେଇଛି।

ଚେନ୍ନାଇ ବନ୍ଦରରେ ୨୦୧୫ ସେପ୍ଟେମ୍ବର ମାସରୁ ପ୍ରାୟ ୭୪୦ ଟନର ଆମୋନିୟମ ନାଇଟ୍ରେଟ୍ ମହଜୁଦ ହୋଇ ରହିଛି। ଏବେ ବେରୁଟ ବିସ୍ଫୋରଣ ପରେ ଏଗୁଡ଼ିକୁ ଯଥାଶୀଘ୍ର ଖାଲି କରିବାକୁ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବହୁ ଦିନରୁ ପଡ଼ି ରହିଥିବା ଏହି ଆମୋନିୟମ ନାଇଟ୍ରେଟକୁ  ଆଇନ ଅନୁଯାୟୀ ଇ-ଅକ୍ସନ ମାଧ୍ୟମରେ ବିକ୍ରି କରିବାକୁ ବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସେଣ୍ଟ୍ରାଲ ବୋର୍ଡ ଅଫ ଇଣ୍ଡାଇରେକ୍ଟ ଟ୍ୟାକ୍ସ ଏବଂ କଷ୍ଟମ (ସିବିଆଇସି) ବିଭାଗ ଏନେଇ ତତ୍ପରତା ପ୍ରକାଶ କରିଛି। ୪୮ ଘଣ୍ଟା ଭିତରେ ବନ୍ଦରରେ ଥିବା ଆମୋନିୟମ ନାଇଟ୍ରେଟ କେଉଁ ସ୍ଥିତିରେ ରହିଛି ଏହାର ତଦନ୍ତ ରିପୋର୍ଟ ଦେବାକୁ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦେଇଛି ସିବିଆଇସି। କେବଳ ଚେନ୍ନାଇ ନୁହଁ, ଦେଶର ବିଭିନ୍ନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି।

Related story