ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଭାରତରେ ଆରମ୍ଭ ହୋଇଥିବା ନିର୍ଣ୍ଣାୟକ ଲଢ଼େଇରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସାମିଲ ହୋଇଛନ୍ତି। କରୋନା ମୁକାବିଲା ପାଇଁ ଗଠିତ ପିଏମ କେୟାର୍ସ ଫଣ୍ଡକୁ ଆଜି ସିଜେଆଇ ଜଷ୍ଟିସ ଏସଏବ ବୋବଡେଙ୍କ ସମେତ ୩୩ ବିଚାରପତି ୫୦ ହଜାର ଟଙ୍କା ଲେଖାଏ ଦାନ କରିଛନ୍ତି।
ଏ ସମ୍ପର୍କରେ ସୁପ୍ରିମକୋର୍ଟ ପକ୍ଷରୁ ସୂଚନା ମିଳିଛି। ଏହି ଅର୍ଥରେ କରୋନା ମୁକାବିଲା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ଲୋକଙ୍କୁ ସହଯୋଗ କରାଯିବ। ଏହାପୂର୍ବରୁ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ କରୋନା ମୁକାବିଲା ପାଇଁ ଗଠିତ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।
Health
ରସୁଣକୁ ଦେଶୀ ଘିଅରେ ଭାଜି ଖାଆନ୍ତୁ, ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର କରିଥାଏ ସମାଧାନ
ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ।
Health
କଞ୍ଚା କ୍ଷୀର ପିଉଛନ୍ତି କି? ରୁହନ୍ତୁ ସାବଧାନ
ଆମେରିକାର ଫୁଡ୍ ଡ୍ରଗ୍ ଆଣ୍ଡ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ସମେତ ଆଉ କିଛି ସଂସ୍ଥା କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ କଞ୍ଚା କ୍ଷୀରରେ ପ୍ରୋବାୟୋଟିକ୍ସ ନଥାଏ।