୫୦ ହଜାର ଲେଖାଏ ଦେଲେ ସିଜେଆଇଙ୍କ ସମେତ ସୁପ୍ରିମକୋର୍ଟର ୩୩ ବିଚାରପତି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଭାରତରେ ଆରମ୍ଭ ହୋଇଥିବା ନିର୍ଣ୍ଣାୟକ ଲଢ଼େଇରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସାମିଲ ହୋଇଛନ୍ତି। କରୋନା ମୁକାବିଲା ପାଇଁ ଗଠିତ ପିଏମ କେୟାର୍ସ ଫଣ୍ଡକୁ ଆଜି ସିଜେଆଇ ଜଷ୍ଟିସ ଏସଏବ ବୋବଡେଙ୍କ ସମେତ ୩୩ ବିଚାରପତି ୫୦ ହଜାର ଟଙ୍କା ଲେଖାଏ ଦାନ କରିଛନ୍ତି। ଏ ସମ୍ପର୍କରେ ସୁପ୍ରିମକୋର୍ଟ ପକ୍ଷରୁ ସୂଚନା ମିଳିଛି। ଏହି ଅର୍ଥରେ କରୋନା ମୁକାବିଲା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ଲୋକଙ୍କୁ ସହଯୋଗ କରାଯିବ। ଏହାପୂର୍ବରୁ […]

sw

Hemant Lenka
  • Published: Wednesday, 01 April 2020
  • , Updated: 01 April 2020, 05:39 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଭାରତରେ ଆରମ୍ଭ ହୋଇଥିବା ନିର୍ଣ୍ଣାୟକ ଲଢ଼େଇରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସାମିଲ ହୋଇଛନ୍ତି। କରୋନା ମୁକାବିଲା ପାଇଁ ଗଠିତ ପିଏମ କେୟାର୍ସ ଫଣ୍ଡକୁ ଆଜି ସିଜେଆଇ ଜଷ୍ଟିସ ଏସଏବ ବୋବଡେଙ୍କ ସମେତ ୩୩ ବିଚାରପତି ୫୦ ହଜାର ଟଙ୍କା ଲେଖାଏ ଦାନ କରିଛନ୍ତି।

ଏ ସମ୍ପର୍କରେ ସୁପ୍ରିମକୋର୍ଟ ପକ୍ଷରୁ ସୂଚନା ମିଳିଛି। ଏହି ଅର୍ଥରେ କରୋନା ମୁକାବିଲା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ଲୋକଙ୍କୁ ସହଯୋଗ କରାଯିବ। ଏହାପୂର୍ବରୁ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ କରୋନା ମୁକାବିଲା ପାଇଁ ଗଠିତ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ କରିଥିଲେ।

Related story