କଶ୍ମୀର: ବଦଳିଲା ୩୪ ଅଟକ ନେତାଙ୍କ ଠିକଣା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ଅଟକ ରହିଥିବା ୩୪ ଜଣ ନେତାଙ୍କୁ ବର୍ତ୍ତମାନ ନୂଆ ଠିକଣାକୁ ନିଆଯାଇଛି। ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ସେମାନଙ୍କୁ ଶ୍ରୀନଗରର ସେଣ୍ଟୌର ହୋଟେଲରୁ ଅନ୍ୟ ସ୍ଥାନକୁ ନିଆଯାଇଛି। ପୂର୍ବରୁ ପୂର୍ବତନ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଚଷମେ ସାହି ଗେଷ୍ଟ ହାଉସ୍‌ରୁ ଶ୍ରୀନଗରର ଲାଲ ଚୌକ ନିଆଯାଇଥିଲା। ତାଙ୍କ ଝିଅଙ୍କ ଅନୁରୋଧ କ୍ରମେ ଅପେକ୍ଷାକୃତ ଉଷ୍ମ ରହୁଥିବା ଶ୍ରୀନଗରକୁ ନିଆଯାଇଥିଲା। ଏହାପରେ ସମସ୍ତ […]

jk

Subrat Kumar Nayak
  • Published: Sunday, 17 November 2019
  • , Updated: 17 November 2019, 06:47 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ଅଟକ ରହିଥିବା ୩୪ ଜଣ ନେତାଙ୍କୁ ବର୍ତ୍ତମାନ ନୂଆ ଠିକଣାକୁ ନିଆଯାଇଛି। ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ସେମାନଙ୍କୁ ଶ୍ରୀନଗରର ସେଣ୍ଟୌର ହୋଟେଲରୁ ଅନ୍ୟ ସ୍ଥାନକୁ ନିଆଯାଇଛି।

ପୂର୍ବରୁ ପୂର୍ବତନ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଚଷମେ ସାହି ଗେଷ୍ଟ ହାଉସ୍‌ରୁ ଶ୍ରୀନଗରର ଲାଲ ଚୌକ ନିଆଯାଇଥିଲା। ତାଙ୍କ ଝିଅଙ୍କ ଅନୁରୋଧ କ୍ରମେ ଅପେକ୍ଷାକୃତ ଉଷ୍ମ ରହୁଥିବା ଶ୍ରୀନଗରକୁ ନିଆଯାଇଥିଲା।

ଏହାପରେ ସମସ୍ତ ନେତାଙ୍କୁ ପୂର୍ବରୁ ଶ୍ରୀନଗରରର ସେଣ୍ଟୌର ହୋଟେଲଠାରେ ରଖାଯାଇଥିଲା। ଏଠାରେ ହିଟିଂ ବ୍ୟବସ୍ଥା ନଥିବା କାରଣରୁ ସେମାନଙ୍କୁ ପୋଲୋ ଗ୍ରାଉଣ୍ଡ ନିକଟରେ ଥିବା ଏମ୍‌ଏଲଏ ହଷ୍ଟେଲ ନିଆଯାଇଛି। ଏହି ନେତାଙ୍କ ମଧ୍ୟରେ ଅଲ୍ଲୀ ଅହମ୍ମଦ ସାଗର, ସଲମାନ ସାଗର, ସାଜ୍ଜଦ ଲୋନ୍‌, ୟାସିର ରେଶି, ଶାହ ଫୈଜଲ, ଡକ୍ଟର ଭୀରି ଏନ୍‌ସି ଏବଂ ୱାହିଦ୍‌ ପାରା ଆଦି ଥିଲେ।

ସୂଚନାଯୋଗ୍ୟ ଯେ, ପ୍ରବଳ ଶୀତ ପିଡିପି, ନ୍ୟାସନାଲ କନ୍‌ଫରେନ୍ସ ଏବଂ ଅନ୍ୟ ଦଳର ନେତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଥିଲା। ସେମାନେ ପୂର୍ବରୁ ଅଟକ ଥିବା ସେଣ୍ଟୌର ହୋଟେଲ ଡାଲ ଲେକ୍‌ ନିକଟବର୍ତ୍ତୀ ଥିଲା।

Related story