ସୀମା ପାର ବ୍ୟବସାୟ ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଚାଲୁଥିବା ବାଣିଜ୍ୟ କାରବାରକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଜରୁରୀକାଳୀନ ଭିତ୍ତିରେ ରଦ୍ଦ  କରାଯାଇଛି। ସୀମାପାର ବାଣିଜ୍ୟ ପଥକୁ ପାକିସ୍ତାନରେ ଥିବା ବ୍ୟକ୍ତିମାନେ ବେଆଇନ ଅସ୍ତ୍ରଶସ୍ତ୍ର, ମାଦକଦ୍ରବ୍ୟ ଏବଂ ଜାଲନୋଟ ଆଦି କାରବାର ପାଇଁ ବ୍ୟବହାର କରୁଥିବା ରିପୋର୍ଟ ପାଇବା ପରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ବାଣିଜ୍ୟ ମାର୍ଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିୟନ୍ତ୍ରଣ ରେଖା ଦେଇ ଜମ୍ମୁ କାଶ୍ମୀର ସୀମାର ଉଭୟ ପାର୍ଶ୍ୱରେ ଥିବା […]

nc

Hemant Lenka
  • Published: Thursday, 18 April 2019
  • , Updated: 18 April 2019, 07:54 PM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଚାଲୁଥିବା ବାଣିଜ୍ୟ କାରବାରକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଜରୁରୀକାଳୀନ ଭିତ୍ତିରେ ରଦ୍ଦ  କରାଯାଇଛି। ସୀମାପାର ବାଣିଜ୍ୟ ପଥକୁ ପାକିସ୍ତାନରେ ଥିବା ବ୍ୟକ୍ତିମାନେ ବେଆଇନ ଅସ୍ତ୍ରଶସ୍ତ୍ର, ମାଦକଦ୍ରବ୍ୟ ଏବଂ ଜାଲନୋଟ ଆଦି କାରବାର ପାଇଁ ବ୍ୟବହାର କରୁଥିବା ରିପୋର୍ଟ ପାଇବା ପରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ବାଣିଜ୍ୟ ମାର୍ଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ନିୟନ୍ତ୍ରଣ ରେଖା ଦେଇ ଜମ୍ମୁ କାଶ୍ମୀର ସୀମାର ଉଭୟ ପାର୍ଶ୍ୱରେ ଥିବା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାରକୁ ସୁବିଧାରେ ଉପଲବ୍ଧ କରିବା ନିମନ୍ତେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଦ୍ରବ୍ୟ କାରବାର ଦୁଇଟି ବାଣିଜ୍ୟ ସୁବିଧା କେନ୍ଦ୍ର ଦେଇ କରାଯାଇଥାଏ। ସେଗୁଡ଼ିକ ହେଲା ବାରମୁଲ୍ଲା ଜିଲ୍ଲାର ଉରିସ୍ଥିତ ସଲାମାବାଦ ଏବଂ ପୁଞ୍ଚ ଜିଲ୍ଲାର ଚକ୍କାନ- ଦା- ବାଗ। ସପ୍ତାହକୁ ଚାରିଦିନ ପାଇଁ ଏହି ମାର୍ଗ ଦେଇ ଉଭୟ ପଟୁ ବାଣିଜ୍ୟ କାରବାର କରାଯାଇଥାଏ।

କିନ୍ତୁ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ହେଉଥିବା ଏହି ବାଣିଜ୍ୟ ବ୍ୟବସ୍ଥାକୁ ଅପବ୍ୟବହାର କରୁଥିବା ଜଣାପଡ଼ିଥିଲା। ବାଣିଜ୍ୟ ଏହାର ସତ୍ତା ହରାଇଛି ଆତଙ୍କବାଦୀମାନେ ଏହି ପଥକୁ ବ୍ୟବହାର କରି ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ସାମ୍ନାକୁ ଆସିଛି। ସେମାନେ ଏହି ରାସ୍ତା ଦେଇ ହୱାଲା ଅର୍ଥ, ମାଦକଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର କାରବାର କରୁଛନ୍ତି।

ବାଣିଜ୍ୟ କାରବାରକୁ ସେମାନେ ବାହାନା ରୂପେ ଉପଯୋଗ କରୁଛନ୍ତି । ଏନଆଇଏ ଦ୍ୱାରା ସେଠାରେ ଚାଲିଥିବା ତଦନ୍ତରୁ ଜଣାପଡ଼ିଛି ଯେ ସେଠାରେ ବ୍ୟବସାୟିକ କାରବାର କରୁଥିବା ବ୍ୟକ୍ତିମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନମାନଙ୍କ ସହ ଘନିଷ୍ଠ ଯୋଗସୂତ୍ରରେ ରହିଛନ୍ତି।

ଅନୁସନ୍ଧାନରୁ ଆହୁରି ଜଣାପଡ଼ିଛି ଯେ କେତେକ ବ୍ୟକ୍ତିବିଶେଷ, ଯେଉଁମାନେ ପାକିସ୍ତାନକୁ ଯାଇଛନ୍ତି ଏବଂ ସେଠାରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ସେମାନେ ପାକିସ୍ତାନରେ ବାଣିଜ୍ୟ ସଂସ୍ଥାମାନ ଆରମ୍ଭ କରିଛନ୍ତି । ସେହିସବୁ ବାଣିଜ୍ୟ ସଂସ୍ଥାଗୁଡ଼ିକ ଆତଙ୍କବାଦୀ ସଂଗଠନମାନଙ୍କ ନିୟନ୍ତ୍ରଣରେ ରହିଛି ଏବଂ ସେମାନେ ଏବେ ନିୟନ୍ତ୍ରଣ ରେଖାରେ ବାଣିଜ୍ୟ କାରବାରରେ ଲିପ୍ତ ଅଛନ୍ତି ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ଠାରୁ ସବୁଠାରୁ ଅନୁଗୃହୀତ ରାଷ୍ଟ୍ର (ଏମଏନଏଫ) ମାନ୍ୟତା ପ୍ରତ୍ୟାହାର କରିନେଇଥିଲେ।

Related story