ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଉଡ଼ିବ ତ୍ରିରଙ୍ଗା

ନୂଆଦିଲ୍ଲୀ: ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଉଡ଼ିବ ତ୍ରିରଙ୍ଗା। ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏହାକୁ ଆରମ୍ଭ କରାଯିବ। ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ବୈଠକରେ ହୋଇଛି ଏଭଳି ନିଷ୍ପତ୍ତି। ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଶ ବିରୋଧୀ ସ୍ଲୋଗାନ୍ ଓ ଏହାକୁ ନେଇ ସାରା ଦେଶରେ ଦେଖାଯାଇଥିବା ବିବାଦ ମଧ୍ୟରେ ନିଆଯାଇଛି ଏହି ନିଷ୍ପତ୍ତି। ଗୁରୁବାର ଦିଲ୍ଲୀରେ ବସିଥିବା କୁଳପତିମାନଙ୍କ ବୈଠକରେ ବିହାର ବିଶ୍ୱବିଦ୍ୟାଳୟର କୁଳପତି  ସମସ୍ତ ବିଶ୍ୱବିଦ୍ୟାଳୟରେ ତ୍ରିରଙ୍ଗା ଉଡ଼ାଇବାକୁ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦେଇଥିଲେ […]

tricolour

Rakesh Mallick
  • Published: Friday, 19 February 2016
  • , Updated: 19 February 2016, 04:26 AM IST

ନୂଆଦିଲ୍ଲୀ: ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଉଡ଼ିବ ତ୍ରିରଙ୍ଗା। ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏହାକୁ ଆରମ୍ଭ କରାଯିବ। ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ବୈଠକରେ ହୋଇଛି ଏଭଳି ନିଷ୍ପତ୍ତି। ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଶ ବିରୋଧୀ ସ୍ଲୋଗାନ୍ ଓ ଏହାକୁ ନେଇ ସାରା ଦେଶରେ ଦେଖାଯାଇଥିବା ବିବାଦ ମଧ୍ୟରେ ନିଆଯାଇଛି ଏହି ନିଷ୍ପତ୍ତି।

ଗୁରୁବାର ଦିଲ୍ଲୀରେ ବସିଥିବା କୁଳପତିମାନଙ୍କ ବୈଠକରେ ବିହାର ବିଶ୍ୱବିଦ୍ୟାଳୟର କୁଳପତି  ସମସ୍ତ ବିଶ୍ୱବିଦ୍ୟାଳୟରେ ତ୍ରିରଙ୍ଗା ଉଡ଼ାଇବାକୁ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କର ଏହି ପ୍ରସ୍ତାବରେ ସମସ୍ତେ ଏକମତ ହୋଇଥିଲେ ଓ ଏହା ଉପରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ମୋହର ମାରିଥିଲା।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଥିବା ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୦୭ ଫୁଟ୍ ଉଚ୍ଚ ପୋଲ୍ ଖୁଣ୍ଟି ଉପରେ ୧୨୫ କିଲୋଗ୍ରାମ ଓଜନର ତ୍ରିରଙ୍ଗା ଉଡ଼ାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏହାର ଶୁଭାରମ୍ଭ ହେବ।

Related story