ରାଗ ନିୟନ୍ତ୍ରଣ ପାଇଁ ଜେଲରେ ନିର୍ଭୟା ଦୋଷୀଙ୍କୁ ଟ୍ୟୁସନ

ନୂଆଦିଲ୍ଲୀ: ଫାଶୀ ଖୁଣ୍ଟରେ ଝୁଲିବାକୁ ଅପେକ୍ଷା କରିଥିବା ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ତିହାର ଜେଲ ମଧ୍ୟରେ କାଉନସେଲଡ୍‌ ବା ଟ୍ୟୁସନ କରାଯାଇଛି। ଏମାନେ କେମିତି ନିଜ ରାଗକୁ ନିୟନ୍ତ୍ରଣ କରିପାରିବେ ଓ ଯେମିତି ନିଜକୁ କ୍ଷତି ପହଞ୍ଚାଇବେ ନାହିଁ ସେ ବିଷୟରେ ସମସ୍ତଙ୍କୁ ବିଶେଷଜ୍ଞମାନେ ସ୍ୱତନ୍ତ୍ର ଭାବେ ବୁଝାଇଛନ୍ତି। କିଛି ଦିନ ତଳେ ଜେଲରେ ଥିବା ଦୋଷୀ ବିନୟ ଶର୍ମା ଓ ମୁକେଶ ସିଂହ ହିଂସ୍ର ହୋଇ ଉଠିଥିଲେ। ଏପରି କି ବିନୟ ଜେଲ ମଧ୍ୟରେ […]

w

Hemant Lenka
  • Published: Friday, 21 February 2020
  • , Updated: 21 February 2020, 03:30 PM IST

ନୂଆଦିଲ୍ଲୀ: ଫାଶୀ ଖୁଣ୍ଟରେ ଝୁଲିବାକୁ ଅପେକ୍ଷା କରିଥିବା ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ତିହାର ଜେଲ ମଧ୍ୟରେ କାଉନସେଲଡ୍‌ ବା ଟ୍ୟୁସନ କରାଯାଇଛି। ଏମାନେ କେମିତି ନିଜ ରାଗକୁ ନିୟନ୍ତ୍ରଣ କରିପାରିବେ ଓ ଯେମିତି ନିଜକୁ କ୍ଷତି ପହଞ୍ଚାଇବେ ନାହିଁ ସେ ବିଷୟରେ ସମସ୍ତଙ୍କୁ ବିଶେଷଜ୍ଞମାନେ ସ୍ୱତନ୍ତ୍ର ଭାବେ ବୁଝାଇଛନ୍ତି।

କିଛି ଦିନ ତଳେ ଜେଲରେ ଥିବା ଦୋଷୀ ବିନୟ ଶର୍ମା ଓ ମୁକେଶ ସିଂହ ହିଂସ୍ର ହୋଇ ଉଠିଥିଲେ। ଏପରି କି ବିନୟ ଜେଲ ମଧ୍ୟରେ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ଏସବୁ କାମରୁ ଦୋଷୀମାନେ କେମିତି ନିବୃତ୍ତ ରହିବେ, ସେଥିପାଇଁ ସମସ୍ତଙ୍କୁ ଆଜି ସ୍ୱତନ୍ତ୍ର ଭାବେ ବୁଝାଯାଇଛି।

ସୂଚନା ଅନୁସାରେ, ଗତ ସପ୍ତାହରେ ବିନୟ ଶର୍ମା ଜେଲ କର୍ତ୍ତୃପକ୍ଷଙ୍କୁ ଦୁର୍ବ୍ୟବହାର କରିଥିଲା। ଜେଲ କର୍ତ୍ତୃପକ୍ଷ ତା’କୁ ଖାଇବା ଦେବା ବେଳେ ଓ ଜେଲର ନିୟମ ପାଳନ କରିବାକୁ କହିବା ବେଳେ ସେ ଖରାପ ବ୍ୟବହାର କରିଥିବା ଜଣାପଡ଼ିଛି। ଏପରି କି ସେ ଜେଲରେ କୌଣସି ନିୟମକୁ ମଧ୍ୟ ପାଳନ କରୁନାହିଁ।

ବିନୟ ଶର୍ମାର ଓକିଲ ତା’କୁ ମାନସିକ ବିକାରଗ୍ରସ୍ତ ବୋଲି ଦର୍ଶାଇବା ସହ ସ୍ୱତନ୍ତ୍ର ହସ୍ପିଟାଲରେ ତା’ର ଚିକିତ୍ସା କରାଯାଉ ବୋଲି କୋର୍ଟରେ ଆବେଦନ କରିଥିଲେ। ହେଲେ କାଉସେଲିଂ କରିବାକୁ ଯାଇଥିବା ବିଶେଷଜ୍ଞମାନେ ବିନୟ ମାନସିକ ସ୍ତରରେ ସ୍ଥିର ଥିବା ପରୀକ୍ଷା କରି ଜାଣିବାକୁ ପାଇଛନ୍ତି।

ତିହାର ଜେଲ କର୍ତ୍ତୃପକ୍ଷ ଗୋଟିଏ ଏନଜିଓ ଓ ମାନସିକ ରୋଗର ଚିକିତ୍ସା କରୁଥିବା ବିଶେଷଜ୍ଞଙ୍କ ସହ ମୁକେଶ ଓ ବିନୟର ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରୁଛନ୍ତି। ଜେଲ କର୍ତ୍ତୃପକ୍ଷ ଦୋଷୀମାନଙ୍କୁ ସପ୍ତାହରେ ଦୁଇ ଥର ପରିବାର ଲୋକଙ୍କୁ ଭେଟିବାର ସୁଯୋଗ ଦେଇଛନ୍ତି।

ଅନ୍ୟପକ୍ଷରେ ବିନୟ ଶର୍ମା ଜେଲ ମଧ୍ୟରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାରୁ କର୍ତ୍ତୃପକ୍ଷ ୪ ଦୋଷୀଙ୍କ ସେଲ ଉପରେ କଡ଼ା ନଜର ରଖିଛନ୍ତି। ଏଥିସହ ସେମାନେ ପରିବାର ଲୋକ ଏବଂ ଓକିଲଙ୍କୁ ସାକ୍ଷାତ କରିବା ସହ ସମସ୍ତଙ୍କ ଉପରେ ମଧ୍ୟ ନଜର ରଖାଯାଉଛି।

୨୦୧୨ ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି।

Related story