ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଲୋଚନା କରିଛନ୍ତି। ଆଗାମୀ ଅଧିବେଶନ ବେଳେ ଅଟକି ରହିଥିବା ପ୍ରମୁଖ ବିଲ୍ଗୁଡ଼ିକ ଯେଭଳି ସଂସଦର ଉଭୟ ଗୃହରେ ସହଜରେ ପାରିତ ହୋଇ ପାରିବ ସେ ନେଇ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି। ପ୍ରାୟ ସମସ୍ତ ରାଜନୈତିକ ଦଳ ବଜେଟ୍ ଅଧିବେଶନ ବେଳେ ସଂସଦ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବାକୁ ରାଜି ହୋଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କିଆ ନାଇଡୁ। ଅନ୍ୟପକ୍ଷରେ ଜେଏନ୍ୟୁ ବିବାଦ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଦଳିତ ଛାତ୍ର ଆତ୍ମହତ୍ୟା, ସୋନିଆ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲାକୁ ନେଇ ସଂସଦରେ ଆଲୋଚନା କରାଯିବା ଉଚିତ୍ ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି। ସଂସଦର ବଜେଟ୍ ଅଧିବେଶନ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମ ସମ୍ବିଧାନ, ଆମ ସମ୍ମାନ
ଭାରତୀୟ ସମ୍ବିଧାନ କ’ଣ ବୋଲି ବ୍ୟାଖ୍ୟା କରିବାକୁ ଯାଇ ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ ଡକ୍ଟର ଭୀମରାଓ ଆମ୍ବଦକର ଏକଦା କହିଥିଲେ, ‘ଏହା କେବଳ ଆଇନଜୀବୀର ନଥିପତ୍ର ନୁହେଁ, ଏହା ହେଉଛି ଜୀବନର ଯାନ ଏବଂ ଏହାର ଭାବ ହେଉଛି ସମୟର ଭାବ।’
Guest Column
ମହାରାଷ୍ଟ୍ରରେ ମହାୟୁତିର ମହାବିଜୟର କାରଣ କ’ଣ?
ରାଜନୈତିକ ଦଳମାନେ ନିଜନିଜର ଶକ୍ତିଶାଳୀ ଭୋଟବ୍ୟାଙ୍କ ଗଠନ ପାଇଁ ମହିଳା ସଶକ୍ତିକରଣ ନାମରେ ଭିନ୍ନ ଭିନ୍ନ ମହିଳା-କେନ୍ଦ୍ରିତ ଯୋଜନାଗୁଡ଼ିକୁ ଅଧିକରୁ ଅଧିକ ପ୍ରଣୟନ କରୁଥିବାର ଦେଖା ଯାଉଛି। ଏହା ଏଭଳି ଏକ ସଫଳ ରଣନୀତି, ଯାହା ସେମାନଙ୍କୁ କ୍ରମାଗତ ଭାବରେ ଲାଭ ମଧ୍ୟ ଦେଉଛି। ସଦ୍ୟ ସମ୍ପନ୍ନ ମହାରାଷ୍ଟ୍ର ଏବଂ ଝାରଖଣ୍ଡ ନିର୍ବାଚନରେ ମିଳିଥିବା ଭୋଟ୍ ଫଳାଫଳ ଉପରେ ମହିଳାମାନଙ୍କ ଭୂମିକା କେତେ ଅଧିକ, ତାହା ସ୍ପଷ୍ଟ ହୋଇ ଯାଇଛି।
National
ସୋଫା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲେ ୩ ଶ୍ରମିକ
ଶ୍ରମିକମାନେ ଶୋଇଥିବା ସମୟରେ କାରଖାନାରେ ଲାଗିଥିଲା ନିଆଁ।
National
ସମ୍ଭଲ ହିଂସାକୁ ନେଇ FIR, ମୁଖ୍ୟ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ
ସମ୍ଭଲ ହିଂସାକୁ ନେଇ ରୁଜୁ ହୋଇଥିବା FIRରେ ସମାଜବାଦୀ ପାର୍ଟି ସାଂସଦ ଜିଆଉର ରହମାନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
National
ରାଜସ୍ଥାନ ରାଜ ପ୍ରାସାଦରେ ଉତ୍ତେଜନା, ୩ ଆହତ
ମେୱଡା ପୂର୍ବତନ ରାଜ ପରିବାରର ମୁଖିଆ ଭାବେ ବିଜେପି ନେତା ବିଶ୍ୱରାଜ ସିଂହଙ୍କ ରାଜାଭିଶେକକୁ ବିରୋଧରୁ ଉତ୍ତେଜନା।