ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଲୋଚନା କରିଛନ୍ତି। ଆଗାମୀ ଅଧିବେଶନ ବେଳେ ଅଟକି ରହିଥିବା ପ୍ରମୁଖ ବିଲ୍‌ଗୁଡ଼ିକ ଯେଭଳି ସଂସଦର ଉଭୟ ଗୃହରେ ସହଜରେ ପାରିତ ହୋଇ ପାରିବ ସେ ନେଇ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି। ପ୍ରାୟ ସମସ୍ତ ରାଜନୈତିକ ଦଳ ବଜେଟ୍ ଅଧିବେଶନ ବେଳେ ସଂସଦ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବାକୁ ରାଜି ହୋଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କିଆ […]

pm

Rakesh Mallick
  • Published: Tuesday, 16 February 2016
  • , Updated: 16 February 2016, 05:33 PM IST

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଲୋଚନା କରିଛନ୍ତି। ଆଗାମୀ ଅଧିବେଶନ ବେଳେ ଅଟକି ରହିଥିବା ପ୍ରମୁଖ ବିଲ୍‌ଗୁଡ଼ିକ ଯେଭଳି ସଂସଦର ଉଭୟ ଗୃହରେ ସହଜରେ ପାରିତ ହୋଇ ପାରିବ ସେ ନେଇ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି। ପ୍ରାୟ ସମସ୍ତ ରାଜନୈତିକ ଦଳ ବଜେଟ୍ ଅଧିବେଶନ ବେଳେ ସଂସଦ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବାକୁ ରାଜି ହୋଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କିଆ ନାଇଡୁ। ଅନ୍ୟପକ୍ଷରେ ଜେଏନ୍‌ୟୁ ବିବାଦ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଦଳିତ ଛାତ୍ର ଆତ୍ମହତ୍ୟା, ସୋନିଆ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲାକୁ ନେଇ ସଂସଦରେ ଆଲୋଚନା କରାଯିବା ଉଚିତ୍ ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି। ସଂସଦର ବଜେଟ୍ ଅଧିବେଶନ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ।

Related story