ନାଗରିକତା ସଂଶୋଧନ ବିଲ୍‌ କ’ଣ

ନୂଆଦସିଲ୍ଲୀ: ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ ୨୦୧୯ ଆଗତ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଏହାକୁ ଜୋରଦାର ବିରୋଧ କରୁଥିଲେ ହେଁ ହୋହାଲ୍ଲା ମଧ୍ୟରେ ଏହା ଗୃହରେ ଉପସ୍ଥାପିତ ହୋଇଛି। ତେବେ ଏହି ନାଗରିକତା ସଂଶୋଧନ ବିଲ କ’ଣ ଆସନ୍ତୁ ଜାଣିବା- ନାଗରିକତା ସଂଶୋଧନ ବିଲ୍‌ ଦ୍ୱାରା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ୬ଟି ଧର୍ମର ଲୋକଙ୍କୁ ଭାରତୀୟ ହେବାର ପ୍ରମାଣପତ୍ର ମିଳି ପାରିବ। ନାଗରିକତା ଆଇନ୍‌ ୧୯୫୫କୁ ସଂଶୋଧନ […]

c

Hemant Lenka
  • Published: Monday, 09 December 2019
  • , Updated: 09 December 2019, 03:33 PM IST

ନୂଆଦସିଲ୍ଲୀ: ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ ୨୦୧୯ ଆଗତ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଏହାକୁ ଜୋରଦାର ବିରୋଧ କରୁଥିଲେ ହେଁ ହୋହାଲ୍ଲା ମଧ୍ୟରେ ଏହା ଗୃହରେ ଉପସ୍ଥାପିତ ହୋଇଛି। ତେବେ ଏହି ନାଗରିକତା ସଂଶୋଧନ ବିଲ କ’ଣ ଆସନ୍ତୁ ଜାଣିବା-
ନାଗରିକତା ସଂଶୋଧନ ବିଲ୍‌ ଦ୍ୱାରା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ୬ଟି ଧର୍ମର ଲୋକଙ୍କୁ ଭାରତୀୟ ହେବାର ପ୍ରମାଣପତ୍ର ମିଳି ପାରିବ। ନାଗରିକତା ଆଇନ୍‌ ୧୯୫୫କୁ ସଂଶୋଧନ କରି କେନ୍ଦ୍ର ସରକାର ବେଆଇନ୍‌ ଭାବେ ଭାରତରେ ଶରଣାର୍ଥୀ ହୋଇଥିବା ହିନ୍ଦୁ, ଖ୍ରୀଷ୍ଟିୟାନ, ଶିଖ୍‌, ପାର୍ସୀ, ଜୈନ ଓ ବୌଦ୍ଧ ଧର୍ମର ଲୋକଙ୍କୁ ଭାରତର ନାଗରିକତା ଦେବେ।

ଧାର୍ମିକ ନିର୍ଯାତନା ସହି ନପାରି ୨୦୧୪ ଡିସେମ୍ବର ୩୧ ମଧ୍ୟରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଚାଲି ଆସିଥିବା ହିନ୍ଦୁ, ଶିଖ୍,ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନ୍ ସଂପ୍ରଦାୟଙ୍କୁ ଏଠାକାର ନାଗରିକତ୍ୱ ପ୍ରଦାନ କରାଯିବ। ଏହି ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତ୍ୱ ପାଇପାରିବେ।

ତେବେ ଧର୍ମ ଆଧାରରେ ସରକାର ନାଗରିକତା ଦେଉଥିବାରୁ ଏହାକୁ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ କରୁଛନ୍ତି। ଭାରତୀୟ ସମ୍ବିଧାନ ସବୁ ଧର୍ମର ଲୋକଙ୍କୁ ସମାନ ଅଧିକାର ଦେଇଥିବାରୁ ସରକାର କେବେ ହେଲେ ଏପରି ବିଲ ପାରିତ କରିପାରିବେ ନାହିଁ ବୋଲି ବିରୋଧୀ ଦଳଗୁଡ଼ିକ ଯୁକ୍ତି କରିଛନ୍ତି।

Related story