ଅଦାନୀ ଗ୍ରୁପ ପରିଚାଳିତ ହସ୍‌ପିଟାଲ୍‌ରେ ୫ ମାସରେ ମରିଛନ୍ତି ୧୧୧ ନବଜାତ ଶିଶୁ; ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ

ଭୁଜ୍: ଅଦାନୀ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ଭୁଜ୍‌ ସ୍ଥିତ ଜି କେ ଜେନେରାଲ ହସ୍‌ପିଟାଲ୍‌ରେ ଗତ ୫ ମାସରେ ୧୧୧ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହା ଜଣାପଡ଼ିବା ପରେ ଗୁଜରାଟ ସରକାର ଶୁକ୍ରବାର ଦିନ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜି କେ ଜେନେରାଲ ହସ୍‌ପିଟାଲ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ମେ’ ୨୦ ତାରିଖ ସୁଦ୍ଧା ଏଠାରେ ୧୧୧ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ […]

hospital

Rakesh Mallick
  • Published: Saturday, 26 May 2018
  • , Updated: 26 May 2018, 09:40 PM IST

ଭୁଜ୍: ଅଦାନୀ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ଭୁଜ୍‌ ସ୍ଥିତ ଜି କେ ଜେନେରାଲ ହସ୍‌ପିଟାଲ୍‌ରେ ଗତ ୫ ମାସରେ ୧୧୧ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହା ଜଣାପଡ଼ିବା ପରେ ଗୁଜରାଟ ସରକାର ଶୁକ୍ରବାର ଦିନ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜି କେ ଜେନେରାଲ ହସ୍‌ପିଟାଲ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ମେ’ ୨୦ ତାରିଖ ସୁଦ୍ଧା ଏଠାରେ ୧୧୧ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ହସ୍‌ପିଟାଲ୍ ପରିଚାଳନା କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ଯେ ବହୁ ବିଳମ୍ବରେ ଡାକ୍ତରଖାନା ଅଣାଯିବାରୁ ଅବା ଅପପୁଷ୍ଟି ଯୋଗୁଁ ଏହି ଶିଶୁମାନଙ୍କର ମୃତ୍ୟୁ ଘଟିଛି। ତେବେ ଏତେ ସଂଖ୍ୟକ ଶିଶୁ ପ୍ରାଣ ହରାଇବାର ପ୍ରକୃତ କାରଣ ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ ଟିମ୍ ଖୋଜିବ।

ଗୁଜରାଟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କମିଶନର ଜୟନ୍ତୀ ରବି କହିଛନ୍ତି,“ଏହି ଘଟଣାର ତଦନ୍ତ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ।”

ଜି କେ ଜେନେରାଲ ହସ୍‌ପିଟାଲ୍‌ର ସୁପରିନ୍‌ଟେଣ୍ଡେଣ୍ଟ ଜି.ଏସ୍ ରାଓଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ତାଙ୍କ ଡାକ୍ତରଖାନାରେ ମୋଟ ୭୭୭ ଜଣ ଛୁଆ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍ ଏହି ଡାକ୍ତରଖାନାରେ ଶିଶୁ ମୃତ୍ୟୁହାର ୧୪ ପ୍ରତିଶତ ରହିଛି।

୨୦୧୭ ମସିହାରେ ଏହି ଡାକ୍ତରଖାନାରେ ୨୫୮ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୬ରେ ୧୮୪ ଓ ୨୦୧୫ରେ ୧୬୪ ଜଣ ନବଜାତ ପ୍ରାଣ ହରାଇଥିଲେ।

Related story