ମୁମ୍ବାଇରେ କରୋନା ରୋଗୀଙ୍କ ପାଇଁ ଅଭାବ ପଡ଼ିଲାଣି ବେଡ୍‌

ମୁମ୍ବାଇ: ପ୍ରତିଦିନ ମୁମ୍ବାଇରେ ଶହଶହ କରୋନା ରୋଗୀ ସାମ୍ନାକୁ ଆସିବାରେ ଲାଗିଛନ୍ତି। ଏଥିପାଇଁ କୋଭିଡ-୧୯ ହସ୍ପିଟାଲରେ ଥିବା ବେଡ ଗୁଡ଼ିକ ସେମାନଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ଏହି କାରଣରୁ ହସ୍ପିଟାଲ ବେଡ୍‌ଗୁଡ଼ିକ ମଧ୍ୟରେ ଥିବା ସାମାଜିକ ଦୂରତାକୁ ଅଧିକାରୀମାନେ ପ୍ରତ୍ୟାହାର କରି ନେଇବାକୁ ବାଧ୍ୟ ହୋଇଛନ୍ତି। ଏହି ସାମାଜିକ ଦୂରତା ନିୟମକୁ ପ୍ରତ୍ୟାହାର କରି ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ବେଡର ବ୍ୟବସ୍ଥା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ଥିବା ସମସ୍ତ ୩୫ କୋଭିଡ୍‌-୧୯ ବେଡ୍‌ରେ ରୋଗୀ ଭର୍ତ୍ତି […]

uy

Hemant Lenka
  • Published: Thursday, 14 May 2020
  • , Updated: 14 May 2020, 02:03 PM IST

ମୁମ୍ବାଇ: ପ୍ରତିଦିନ ମୁମ୍ବାଇରେ ଶହଶହ କରୋନା ରୋଗୀ ସାମ୍ନାକୁ ଆସିବାରେ ଲାଗିଛନ୍ତି। ଏଥିପାଇଁ କୋଭିଡ-୧୯ ହସ୍ପିଟାଲରେ ଥିବା ବେଡ ଗୁଡ଼ିକ ସେମାନଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ଏହି କାରଣରୁ ହସ୍ପିଟାଲ ବେଡ୍‌ଗୁଡ଼ିକ ମଧ୍ୟରେ ଥିବା ସାମାଜିକ ଦୂରତାକୁ ଅଧିକାରୀମାନେ ପ୍ରତ୍ୟାହାର କରି ନେଇବାକୁ ବାଧ୍ୟ ହୋଇଛନ୍ତି।

ଏହି ସାମାଜିକ ଦୂରତା ନିୟମକୁ ପ୍ରତ୍ୟାହାର କରି ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ବେଡର ବ୍ୟବସ୍ଥା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ଥିବା ସମସ୍ତ ୩୫ କୋଭିଡ୍‌-୧୯ ବେଡ୍‌ରେ ରୋଗୀ ଭର୍ତ୍ତି ହୋଇସାରିଲେଣି। ଆଗକୁ ଆହୁରି ବେଡ ଆବଶ୍ୟକ ହେଉଛି। ଏହି କାରଣରୁ ହସ୍ପିଟାଲ କର୍ତ୍ତୃପକ୍ଷ ବେଡଗୁଡ଼ିକ ମଧ୍ୟରେ ଥିବା ଦୂରତାକୁ କମ କରିବାକୁ ଲାଗିଛନ୍ତି।

ଯଦି ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତା’ହେଲେ ସେ କାହିଁକି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ବେଡ୍‌ ଠାରୁ ଦୂରରେ ରହିବେ। ଏଭଳି କ୍ଷେତ୍ରରେ ସାମାଜିକ ଦୂରତାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ଅନ୍ୟ ପକ୍ଷରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଶହ ବେଡ ମୁମ୍ବାଇର ବିଭିନ୍ନ ହସ୍ପିଟାଲ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ବେଡଗୁଡ଼ିକ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରାଯାଇ ଏପରି ବ୍ୟବସ୍ଥା ହୋଇଛି।

ଉଦାହରଣ ସ୍ୱରୂପ ନାଏର ହସ୍ପିଟାଲରେ ବେଡ ସଂଖ୍ୟା ୩୩୬ରୁ ୮୦୦, କେଇଏମ ହସ୍ପିଟାଲରେ ୨୦୦ରୁ ୨୨୦ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ବେଡ ସଂଖ୍ୟାକୁ ୪୦୦ରୁ ୬୯୦କୁ ବୃଦ୍ଧି କରାଯାଇଛି।

ମୁମ୍ବାଇର ସରକାରୀ ହସ୍ପିଟାଲରେ ଥିବା ୨୫୦ ଭେଣ୍ଟିଲେଟର ସୁବିଧା ବିଶିଷ୍ଟ ବେଡରେ କରୋନା ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ସରକାରୀ ଅଧିକାରୀମାନେ ଘରୋଇ ହସ୍ପିଟାଲଗୁଡ଼ିକୁ ୨୦୦ଟି ଭେଣ୍ଟିଲେଟର ଥିବା ବେଡ ପ୍ରସ୍ତୁତ କରିବାକୁ କହିଛନ୍ତି।

ବିଶେଷଜ୍ଞଙ୍କ ମତରେ ଚଳିତ ମାସ ଶେଷ ସୁଦ୍ଧା ମୁମ୍ବାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଛୁଇଁବାର ଆଶଙ୍କା ରହିଛି। ମହାରାଷ୍ଟ୍ରରରେ ଦେଶର ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାର ପ୍ରାୟ ୫୦% ଲୋକ ମୁମ୍ବାଇରୁ ହିଁ ଠାବ ହୋଇଛନ୍ତି।

Related story