ରୋଜଗାର ବିନା ମାସେ ବି ଚଳିପାରିବେନି ଅଧେ ଭାରତୀୟ

ନୂଆଦିଲ୍ଲୀ: କେବଳ ସେଭିଙ୍ଗ୍ସ ଓ ପରିବାର ଲୋକଙ୍କ ଆର୍ଥିକ ସହଯୋଗରେ ମଧ୍ୟ ବିନା ରୋଜଗାରରେ ଦେଶର ପ୍ରାୟ ୫୦% ଲୋକ ମାସେ ବି ଚଳିପାରିବେ ନାହିଁ। ସେମାନଙ୍କର ଚାକିରି ବା ରୋଜଗାର ନିହାତି ଜରୁରୀ। ବର୍ତ୍ତମାନ ଦେଶରେ କରୋନା ପାଇଁ ଜାରି ରହିଥିବା ଲକଡାଉନ ଯୋଗୁ କୋଟି କୋଟି ଲୋକ ଜୀବିକା ହରାଇଛନ୍ତି। ଏପରି ସ୍ଥିତିରେ ସେମାନେ କେତେଦିନ ଯାଏ ବଞ୍ଚିବେ, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଆଇଏଏନଏସ ସିଭୋଟର ଇକୋନୋମିକ ବ୍ୟାଟେରୀ ୱେଭ […]

v

Hemant Lenka
  • Published: Thursday, 11 June 2020
  • , Updated: 11 June 2020, 03:02 PM IST

ନୂଆଦିଲ୍ଲୀ: କେବଳ ସେଭିଙ୍ଗ୍ସ ଓ ପରିବାର ଲୋକଙ୍କ ଆର୍ଥିକ ସହଯୋଗରେ ମଧ୍ୟ ବିନା ରୋଜଗାରରେ ଦେଶର ପ୍ରାୟ ୫୦% ଲୋକ ମାସେ ବି ଚଳିପାରିବେ ନାହିଁ। ସେମାନଙ୍କର ଚାକିରି ବା ରୋଜଗାର ନିହାତି ଜରୁରୀ। ବର୍ତ୍ତମାନ ଦେଶରେ କରୋନା ପାଇଁ ଜାରି ରହିଥିବା ଲକଡାଉନ ଯୋଗୁ କୋଟି କୋଟି ଲୋକ ଜୀବିକା ହରାଇଛନ୍ତି। ଏପରି ସ୍ଥିତିରେ ସେମାନେ କେତେଦିନ ଯାଏ ବଞ୍ଚିବେ, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଆଇଏଏନଏସ ସିଭୋଟର ଇକୋନୋମିକ ବ୍ୟାଟେରୀ ୱେଭ ସର୍ଭେକୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ସଂସ୍ଥାକୁ ୨୮.୨% ପୁରୁଷ କହିଛନ୍ତି ଯେ ବିନା ରୋଜଗାରରେ ସେମାନେ ମାସେ ବି ଚଳିବା କଷ୍ଟକର। ସେହିପରି ୨୦.୭% ଲୋକ ବିନା ରୋଜଗାରରେ ମାସେ ଯାଏ ଚଳି ପାରିବାର କ୍ଷମତା ରଖିଥିବା କଥା କହିଛନ୍ତି।

କେବଳ ୧୦.୭% ଲୋକ ବିନା ଆୟରେ ବି ବର୍ଷକରୁ ଅଧିକ ଦିନ ଚଳିପାରିବେ ବୋଲି ସ୍ୱୀକାର କରିଛନ୍ତି। ୧୦.୨% ଲୋକ ୨ ମାସ, ୮.୩% ଲୋକ ୩ମାସ, ୯.୭% ଲୋକ ୪ରୁ ୬ମାସ ଓ ୫.୭% ଲୋକ ବିନା ରୋଜଗାରରେ ବର୍ଷକରୁ କମ ସମୟ ଯାଏ ଚଳିପାରିବେ। ଏହାର ଅର୍ଥ ଭାରତର ଅଧେ ଲୋକ ବିନା ଆୟରେ ମାସେ କିମ୍ବା ମାସେ ଠାରୁ କମ ଦିନ ଚଳି ପାରିବାର କ୍ଷମତା ରଖିଛନ୍ତି। ଜୁନ୍‌ ପ୍ରଥମ ସପ୍ତାହରେ ପ୍ରାୟ ୫୦୦ ଲୋକ ସଭା ଆସନରେ ସର୍ଭେ କରାଯାଇଥିଲା।

ମହିଳା ଆୟକାରୀ କେତେ ଦିନ ଯାଏ ବିନା ରୋଜଗାରରେ ତିଷ୍ଠି ପାରିବେ, ତା’ର ମଧ୍ୟ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ, ୧୯.୯% ମହିଳା କହିଛନ୍ତି ଯେ ସେମାନେ ବିନା ରୋଜଗାର ବା ଆୟରେ ମାସେ ମଧ୍ୟ ଚଳିପାରିବେ ନାହିଁ। ତେବେ ୨୮.୪% ମହିଳା ବିନା ରୋଜଗାରରେ ମାସେ ଯାଏ ଚଳିପାରିବେ ବୋଲି କହିଛନ୍ତି।

କେବଳ ୧୧.୫% ଲୋକ ବିନା ଆୟରେ ବି ବର୍ଷକରୁ ଅଧିକ ଦିନ ତିଷ୍ଠି ପାରିବେ ବୋଲି ସର୍ଭେ ସଂସ୍ଥାକୁ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୫ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ୨୮.୬% ଲୋକ ହିଁ ବିନା ଆୟରେ ମାସେ ବି ବଞ୍ଚି ପାରିବେ ନାହିଁ ବୋଲି କହିଛନ୍ତି।

Related story