ଆତଙ୍କବାଦୀଙ୍କ ନାଲି ଆଖିକୁ ବେଖାତିର: ଆକ୍ରମଣ ସତ୍ତ୍ୱେ ଜାରି ରହିଛି ଅମରନାଥ ଯାତ୍ରା, ଜଣାପଡ଼ିଲା ମାଷ୍ଟରମାଇଣ୍ଡ କିଏ

ନୂଆଦିଲ୍ଲୀ: ଗତକାଲି ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଧିରେ ଧିରେ ଅଧିକ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ୩ରୁ ୫ ଜଣ ଲସ୍କର- ଏ-ତୋଏବା ଆତଙ୍କବାଦୀ ସାମିଲ ଥିଲେ। ସଂଗଠନର ଆତଙ୍କବାଦୀ ଇସମାଇଲ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା। ଆକ୍ରମଣ ପରେ ସାରା ଦେଶରେ ଆର୍ଲଟ ଜାରି କରାଯାଇଛି। ଆତଙ୍କବାଦୀ ଆକ୍ରମଣ ସତ୍ତ୍ୱେ ଅମରନାଥ ଯାତ୍ରା ଜାରି ରହିଛି। ଆଜି ଭୋରରୁ କଡ଼ା ସୁରକ୍ଷା ମଧ୍ୟରେ […]

ismail_

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 01:31 PM IST

ନୂଆଦିଲ୍ଲୀ: ଗତକାଲି ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଧିରେ ଧିରେ ଅଧିକ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ୩ରୁ ୫ ଜଣ ଲସ୍କର- ଏ-ତୋଏବା ଆତଙ୍କବାଦୀ ସାମିଲ ଥିଲେ। ସଂଗଠନର ଆତଙ୍କବାଦୀ ଇସମାଇଲ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା।

ଆକ୍ରମଣ ପରେ ସାରା ଦେଶରେ ଆର୍ଲଟ ଜାରି କରାଯାଇଛି।

ଆତଙ୍କବାଦୀ ଆକ୍ରମଣ ସତ୍ତ୍ୱେ ଅମରନାଥ ଯାତ୍ରା ଜାରି ରହିଛି। ଆଜି ଭୋରରୁ କଡ଼ା ସୁରକ୍ଷା ମଧ୍ୟରେ ୩ ୦୦୦ରୁ ଅଧିକ ତୀର୍ଥଯାତ୍ରୀ, ଯାତ୍ରୀ ନିବାସରୁ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି।  ଅନ୍ୟପକ୍ଷରେ ମୃତ ଓ ଆହତ ହୋଇଥିବା ଅମରନାଥ ତୀର୍ଥଯାତ୍ରୀଙ୍କୁ ବିମାନ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।

Related story