ନୂଆ ନିୟମରେ ସ୍କୁଟର ଚାଳକଙ୍କୁ ୨୩ ହଜାର ଟଙ୍କା ଜୋରିମାନା
ଗୁରୁଗ୍ରାମ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆଇନ ଅନୁସାରେ ଗୁରୁଗ୍ରାମର ଜଣେ ସ୍କୁଟର ଚାଳକଙ୍କୁ ୨୩ ହଜାର ଟଙ୍କା ଜୋରିମାନା ଲାଗୁ କରିଛି ପୁଲିସ୍। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ଏହି ବ୍ୟକ୍ତିଙ୍କ ନାମରେ ହରିଆଣା ପୁଲିସ୍ ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଏହି ମୂଲ୍ୟର ଚାଲାଣ କାଟିଛି। ଦିନେଶ ମଦନ ନାମକ ଏହି ସ୍କୁଟର ଚାଳକଙ୍କ ନାମରେ ଆସିଥିବା ଅଭିଯୋଗର ତାଲିକା ଖୁବ୍ ଲମ୍ବା। ତାଙ୍କର ଡ୍ରାଇଭିଂ ଲାଇସେନ୍ସ […]
ଗୁରୁଗ୍ରାମ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆଇନ ଅନୁସାରେ ଗୁରୁଗ୍ରାମର ଜଣେ ସ୍କୁଟର ଚାଳକଙ୍କୁ ୨୩ ହଜାର ଟଙ୍କା ଜୋରିମାନା ଲାଗୁ କରିଛି ପୁଲିସ୍। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ଏହି ବ୍ୟକ୍ତିଙ୍କ ନାମରେ ହରିଆଣା ପୁଲିସ୍ ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଏହି ମୂଲ୍ୟର ଚାଲାଣ କାଟିଛି।
ଦିନେଶ ମଦନ ନାମକ ଏହି ସ୍କୁଟର ଚାଳକଙ୍କ ନାମରେ ଆସିଥିବା ଅଭିଯୋଗର ତାଲିକା ଖୁବ୍ ଲମ୍ବା। ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିଲା, ରେଜିଷ୍ଟ୍ରେସନ୍ ପ୍ରମାଣପତ୍ର ନଥିଲା, ଥାର୍ଡପାର୍ଟି ଇନ୍ସ୍ୟୁରାନ୍ସ ନଥିଲା, ପ୍ରଦୂଷଣ ପ୍ରମାଣପତ୍ର ନଥିଲା ଏବଂ ବିନା ହେଲ୍ମେଟରେ ଗାଡ଼ି ଚଲାଉଥିଲେ। ଏବାବଦକୁ କଟାଯାଇଥିବା ଚାଲାଣର ମୋଟ ପରିମାଣ କିଛି ଏମିତି।
ଡ୍ରାଇଭିଂ ଲାଇସେନ୍ସ ନଥିଲା- ୫,୦୦୦ ଟଙ୍କା
ରେଜିଷ୍ଟ୍ରେସନ୍ ପ୍ରମାଣପତ୍ର ନଥିଲା-
୫,୦୦୦ ଟଙ୍କାଥାର୍ଡପାର୍ଟି ଇନ୍ସ୍ୟୁରାନ୍ସ ନଥିଲା-
୨,୦୦୦ ଟଙ୍କାପ୍ରଦୂଷଣ ପ୍ରମାଣପତ୍ର ନଥିଲା –
୧୦,୦୦୦ ଟଙ୍କାବିନା ହେଲ୍ମେଟରେ ଡ୍ରାଇଭିଂ-
୧,୦୦୦ ଟଙ୍କାମୋଟ ଜୋରିମାନା –
୨୩,୦୦୦ ଟଙ୍କାଶେଷରେ ଟ୍ରାଫିକ୍ ପୁଲିସ୍ ଏହି ସ୍କୁଟରକୁ ଜବତ କରିଥିବା ଜଣାପଡ଼ିଛି।