ଚାଇନା ବିରୋଧରେ ଆମେରିକାର ୧୮ ସୂତ୍ରୀ ପ୍ଲାନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁ ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଚାଇନାକୁ ମାତ ଦେବାକୁ ଆମେରିକା ୧୮ ସୂତ୍ରୀ ଯୋଜନା ପ୍ରସ୍ତୁତ କରୁଛି। ଏହି ଯୋଜନା ଦ୍ୱାରା ଆମେରିକା ଚାଇନାକୁ ଯଥା ସମ୍ଭବ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ଅନ୍ୟପକ୍ଷରେ ଆମେରିକାର ପ୍ରସ୍ତୁତ କରୁଥିବା ଚାଇନା ବିରୋଧୀ ଯୋଜନା ଦ୍ୱାରା ଭାରତକୁ ସିଧା ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜଣେ ସାଂସଦ […]

b

Hemant Lenka
  • Published: Monday, 18 May 2020
  • , Updated: 18 May 2020, 10:18 AM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁ ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଚାଇନାକୁ ମାତ ଦେବାକୁ ଆମେରିକା ୧୮ ସୂତ୍ରୀ ଯୋଜନା ପ୍ରସ୍ତୁତ କରୁଛି।

ଏହି ଯୋଜନା ଦ୍ୱାରା ଆମେରିକା ଚାଇନାକୁ ଯଥା ସମ୍ଭବ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ଅନ୍ୟପକ୍ଷରେ ଆମେରିକାର ପ୍ରସ୍ତୁତ କରୁଥିବା ଚାଇନା ବିରୋଧୀ ଯୋଜନା ଦ୍ୱାରା ଭାରତକୁ ସିଧା ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜଣେ ସାଂସଦ ପ୍ରସ୍ତୁତ କରିଥିବା ଏହି ୧୮ ସୂତ୍ରୀ ଯୋଜନା ଦ୍ୱାରା ଚାଇନା କରୋନା ବିରୋଧରେ ପ୍ରଚାର କରୁଥିବା ମିଛର ପର୍ଦ୍ଦାଫାସ ହୋଇପାରିବ ବୋଲି ଆମେରିକା ଆଶା ରଖିଛି। ଏଥିସହ ଚାଇନା ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଏକ ବିଲ ଆମେରିକାରେ ପାସ ହେବ ବୋଲି ଜଣାପଡ଼ିଛି।

ଆମେରିକାର କ’ଣ ସବୁ ଯୋଜନା କରିଛି, ତା’ର କିଛି ସୂଚନା ସାମ୍ନାକୁ ଆସିଛି। ସେଗୁଡ଼ିକ ହେଲା-

୧- ଆମେରିକା ଆଗକୁ ତା’ର ପଡ଼ୋଶୀ ତଥା ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ସାମାରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ।

୨- ଭାରତ, ତାଇୱାନ ଏବଂ ଭିଏତନାମ ସହିତ ସାମରିକ କାରବାରକୁ ଅଧିକ ତ୍ୱାରାନ୍ୱିତ କରି ଚାଇନାକୁ ମାତ ଦେବାକୁ ଆମେରିକା ଲକ୍ଷ୍ୟ ରଖିଛି।

୩- ଚାଇନାରେ କାର୍ଯ୍ୟ କରୁଥିବା ଆମେରିକାର ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ପ୍ରତ୍ୟାହାର କରିନିଆଯିବ ଓ ବିଭିନ୍ନ ସାମଗ୍ରୀ ପାଇଁ ଚାଇନା ଉପରେ କରାଯାଉଥିବା ନିର୍ଭରକୁ ହ୍ରାସ କରାଯିବ।

୪-ସାମରିକ ଶକ୍ତି ବୃଦ୍ଧି କରିବାକୁ ତୁରନ୍ତ ୨୦ ବିଲିୟନ ଆମେରିକୀୟ ଡଲାରର ସହାୟତା ଦିଆଯିବ।

୫- ଆମେରିକାର ଟେକ୍ନୋଲୋଜି ଯେମିତି ଚାଇନା ଚୋରି କରିପାରିବ ନାହିଁ, ସେଥିପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯିବ।

୬- କରୋନା ଭାଇରସ କଥା ବିଶ୍ୱକୁ ଲୁଚାଇ ମିଛ କହୁଥିବା ଚାଇନା ଉପରେ ପ୍ରତିବନ୍ଧକ ଲଗାଯିବ।

୭-ଚାଇନା ନିଜ ଦେଶରେ ଚଳାଇଥିବା ମାନବାଧିକାର ଉଲ୍ଲଙ୍ଘନ କାର୍ଯ୍ୟକୁ ସାରା ବିଶ୍ୱରେ ପର୍ଦ୍ଦାଫାସ କରାଯିବ।

୮- ବିଭିନ୍ନ ମହାମାରୀ ରୋଗର ନିୟନ୍ତ୍ରଣ କରିବା ପାଇଁ ଏକ ସଂଗଠନ କରାଯିବ ଓ ଏହି ସଂଗଠନ ସାରା ବିଶ୍ୱର ବିଭିନ୍ନ ରାଷ୍ଟ୍ର ଉପରେ ନଜର ରଖିବ।

Related story