ବୁଷ୍ଟର ଡୋଜ୍ ନେଲେ ବାଇଡେନ୍‌

ୱାଶିଂଟନ: ବୁଷ୍ଟର ଡୋଜ୍ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଗତକାଲି ହ୍ୱାଇଟ୍ ହାଉସରେ ସେ କରୋନାର ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି। ୭୮ ବର୍ଷୀୟ ବାଇଡେନ୍‌ ଆମେରିକାବାସୀଙ୍କୁ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ ସେ ଜାନୁଆରୀରେ ଆମେରିକାରେ କରୋନା ଟିକା ପ୍ରଥମେ ନେଇ ଦେଶବାସୀଙ୍କୁ ଏଥିପ୍ରତି ଆକୃଷ୍ଟ କରିଥିଲେ। ଆମେରିକାରେ ଫାଇଜର କରୋନା ଭ୍ୟାକସିନ୍ ବୁଷ୍ଟର ଡୋଜକୁ ଅନୁମତି ମିଳିଛି। ତେବେ ଏହାକୁ ତିନି ପ୍ରକାର ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି […]

joe-biden

Tapaswini Nayak
  • Published: Tuesday, 28 September 2021
  • , Updated: 28 September 2021, 01:08 PM IST

ୱାଶିଂଟନ: ବୁଷ୍ଟର ଡୋଜ୍ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଗତକାଲି ହ୍ୱାଇଟ୍ ହାଉସରେ ସେ କରୋନାର ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି। ୭୮ ବର୍ଷୀୟ ବାଇଡେନ୍‌ ଆମେରିକାବାସୀଙ୍କୁ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି।

ଏହାପୂର୍ବରୁ ସେ ଜାନୁଆରୀରେ ଆମେରିକାରେ କରୋନା ଟିକା ପ୍ରଥମେ ନେଇ ଦେଶବାସୀଙ୍କୁ ଏଥିପ୍ରତି ଆକୃଷ୍ଟ କରିଥିଲେ। ଆମେରିକାରେ ଫାଇଜର କରୋନା ଭ୍ୟାକସିନ୍ ବୁଷ୍ଟର ଡୋଜକୁ ଅନୁମତି ମିଳିଛି। ତେବେ ଏହାକୁ ତିନି ପ୍ରକାର ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ମିଳିଛି।

୬୫ ବର୍ଷରୁ ଅଧିକ ବୟସ୍କ, ୧୮-୬୫ ବର୍ଷ ବ୍ୟକ୍ତି ଯେଉଁମାନେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବେ ଏବଂ କରୋନା ଯୋଦ୍ଧାଙ୍କୁ ଏବେ ଆମେରିକାରେ ବୁଷ୍ଟର ଡୋଜ୍ ଦେବାକୁ ଅନୁମତି ରହିଛି। ଏହି କ୍ୟାଟାଗୋରୀରେ ଏବେ ଆମେରିକାରେ ୬ କୋଟି ଲୋକ ବୁଷ୍ଟର ଡୋଜ୍ ନେବେ।

 

Related story