ଆମେରିକା ରାଷ୍ଟ୍ରପତି ନିର୍ବାଚନ: ନିର୍ବାଚନୀ ସର୍ବେକ୍ଷଣରେ ମିଶ୍ରିତ ଫଳ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ସର୍ବେକ୍ଷଣରେ ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ମିଶ୍ରିତ ଫଳ ମିଳିଛି। ପ୍ରଥମ ନିର୍ବାଚନୀ ସର୍ବେକ୍ଷଣରେ ଡେମୋକ୍ରାଟିକ୍‌ ପାର୍ଟିର ହିଲାରୀ କ୍ଲିଣ୍ଟନ ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ଆଗରେ ଥିବା ଦର୍ଶା ଯାଇଛି। ସେହିପରି ଦ୍ୱିତୀୟ ସର୍ବେକ୍ଷଣରେ ହିଲାରୀ ଟ୍ରମ୍ପଙ୍କଠାରୁ ୧୪ ପଏଣ୍ଟ ଆଗରେ ଥିବା କୁହାଯାଇଛି। ୨୦୧୨ ରାଷ୍ଟ୍ରପତି ପଦ ନିର୍ବାଚନ ବେଳେ ସଠିକ୍ ପୂର୍ବାନୁମାନ କରିଥିବା ଆଇବିଟି-ଟିଆଇପିପି ଅନୁଯାୟୀ ଟ୍ରମ୍ପ ୪୧.୨ ପ୍ରତିଶତ ଏବଂ ହିଲାରୀ […]

tramp-hilari

Rakesh Mallick
  • Published: Thursday, 27 October 2016
  • , Updated: 04 May 2017, 03:44 PM IST

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ସର୍ବେକ୍ଷଣରେ ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ମିଶ୍ରିତ ଫଳ ମିଳିଛି। ପ୍ରଥମ ନିର୍ବାଚନୀ ସର୍ବେକ୍ଷଣରେ ଡେମୋକ୍ରାଟିକ୍‌ ପାର୍ଟିର ହିଲାରୀ କ୍ଲିଣ୍ଟନ ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ଆଗରେ ଥିବା ଦର୍ଶା ଯାଇଛି। ସେହିପରି ଦ୍ୱିତୀୟ ସର୍ବେକ୍ଷଣରେ ହିଲାରୀ ଟ୍ରମ୍ପଙ୍କଠାରୁ ୧୪ ପଏଣ୍ଟ ଆଗରେ ଥିବା କୁହାଯାଇଛି।

୨୦୧୨ ରାଷ୍ଟ୍ରପତି ପଦ ନିର୍ବାଚନ ବେଳେ ସଠିକ୍ ପୂର୍ବାନୁମାନ କରିଥିବା ଆଇବିଟି-ଟିଆଇପିପି ଅନୁଯାୟୀ ଟ୍ରମ୍ପ ୪୧.୨ ପ୍ରତିଶତ ଏବଂ ହିଲାରୀ ୪୧.୮ ପ୍ରତିଶତ ସମର୍ଥନ ମିଳିଛି। ଅର୍ଥାତ ହିଲାରୀ ଟ୍ରମ୍ପଙ୍କଠାରୁ ମାତ୍ର  ୦.୬ ପଏଣ୍ଟ ପଛରେ ରହିଛନ୍ତି।

Related story