୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାତୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ କରି କଥା ହୋଇଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଉ କିଛି ରାଜ୍ୟ ବନ୍ୟାର ସାମ୍ନା କରୁଛନ୍ତି। ରବିବାର ଏହି ସବୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହୋଇଛନ୍ତି ମୋଦି। କେନ୍ଦ୍ର ସମସ୍ତ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ମଧ୍ୟ ଫୋନ ଯୋଗେ ମୋଦି ଆଶ୍ୱସନା ଦେଇଥିବା ସୂଚନା ରହିଛି। ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, […]

modi

modi

Subhransu Sekhar
  • Published: Sunday, 19 July 2020
  • Updated: 19 July 2020, 10:24 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାତୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ କରି କଥା ହୋଇଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଉ କିଛି ରାଜ୍ୟ ବନ୍ୟାର ସାମ୍ନା କରୁଛନ୍ତି। ରବିବାର ଏହି ସବୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହୋଇଛନ୍ତି ମୋଦି। କେନ୍ଦ୍ର ସମସ୍ତ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ମଧ୍ୟ ଫୋନ ଯୋଗେ ମୋଦି ଆଶ୍ୱସନା ଦେଇଥିବା ସୂଚନା ରହିଛି।

ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି କଥା ହୋଇଥିବା ସୂଚନା ରହିଛି। କରୋନା ସହିତ ଆସାମା ଏବେ ବନ୍ୟାର ମୁକାବିଲା କରୁଛି। ଏଯାବତ ବନ୍ୟାରେ ଆସାମରେ ୮୧ ଜଣଙ୍କର ମୃତ୍ୟୁ ହୋଇଛି। ଆସାମରେ ବନ୍ୟା ପରିସ୍ଥିତି ଉପୁଜୁଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସହାୟତା ଯୋଗାଇ ଦେବ ବୋଲି ମୋଦି ଆଶ୍ୱାସନା ଦେଇଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଟୁଇଟ୍ କରି କହିଛନ୍ତି, ଆସାମରେ ବନ୍ୟା ପରିସ୍ଥିତି, କୋଭିଡ -୧୯ ସହ ଜଡିତ ପରିସ୍ଥିତି ଏବଂ ବାଘଜାନତେଲ କୂଅର ଅଗ୍ନିକାଣ୍ଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ରବିବାର ସକାଳେ ଫୋନ୍ କରି କଥା ହୋଇଥିଲେ। ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ପ୍ରସ୍ତୁତ ଥିବା ସେ କହିଛନ୍ତି।”

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସହ କଥା ହୋଇଥିଲେ ଏବଂ ରାଜ୍ୟରେ କରୋନା ଆକ୍ରାନ୍ତ ସେନାଙ୍କ ବାବଦରେ କଥା ହୋଇଥିଲେ। ଆବଶ୍ୟକ ଚିକିତ୍ସା ନିଶ୍ଚିତ କରିବାକୁ ମୋଦି ତାଙ୍କୁ କହିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos