ମମତାଙ୍କୁ ଫୋନ୍ କଲେ ଅମିତ ଶାହ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଫୋନ୍ କରିଛନ୍ତି। ମହାବାତ୍ୟା ଅମ୍ଫାନର ମୁକାବିଲା ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଶାହ ଏହି ଫୋନ୍ କରିଥିଲେ। ଅମ୍ଫାନ୍ ମୁକାବିଲା ପାଇଁ ପଶ୍ଚିମବଙ୍ଗକୁ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ମୁକାବିଲା ପାଇଁ ରାଜ୍ୟ ସରକାର ଯାହା ଆବଶ୍ୟକ କରିବେ କେନ୍ଦ୍ର ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି ବୋଲି ଶାହ […]

saha mamta

Subhransu Sekhar
  • Published: Tuesday, 19 May 2020
  • , Updated: 19 May 2020, 12:08 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଫୋନ୍ କରିଛନ୍ତି। ମହାବାତ୍ୟା ଅମ୍ଫାନର ମୁକାବିଲା ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଶାହ ଏହି ଫୋନ୍ କରିଥିଲେ। ଅମ୍ଫାନ୍ ମୁକାବିଲା ପାଇଁ ପଶ୍ଚିମବଙ୍ଗକୁ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ମୁକାବିଲା ପାଇଁ ରାଜ୍ୟ ସରକାର ଯାହା ଆବଶ୍ୟକ କରିବେ କେନ୍ଦ୍ର ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି ବୋଲି ଶାହ ମମତାଙ୍କୁ ଫୋନ୍ ଯୋଗେ କହିଥିଲେ। ଏଥିସହ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବାବଦରେ ଶାହଙ୍କୁ ମମତା ଅବଗତ କରାଇଥିବା ସୂଚନା ରହିଛି।

https://twitter.com/ANI/status/1262626445160886272

ଏହାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଶାହ କଥା ହୋଇଥିବା ଜଣାପଡ଼ିଛି। ବାତ୍ୟାର ମୁକାବିଲା ପାଇଁ ଓଡ଼ିଶାକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶାହ କହିଥିବା ଜଣାପଡ଼ିଛି।

Related story