କଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେବା ନେହରୁଙ୍କର ହିମାଳୟଠାରୁ ବଡ଼ ଭୁଲ ଥିଲା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଚିରାଚରିତ ଭାବେ କଶ୍ମୀର ପ୍ରସଙ୍ଗରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦିଲ୍ଲୀଠାରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ ସେ କହିଥିଲେ, କଶ୍ମୀର ପ୍ରସଙ୍ଗକୁ ବ୍ୟକ୍ତିଗତ ଭାବେ ଜାତିସଂଘକୁ ନେଇ ନେହରୁ ହିମାଳୟଠାରୁ ବଡ଼ ଭୁଲ କରିଥିଲେ। ସେ କହିଥିଲେ, ସର୍ଦ୍ଦାର ପଟେଲ ୬୩୦ଟି ପ୍ରଦେଶକୁ ଏକାଠି କରିଥିଲେ। ନେହରୁଙ୍କ ଦାୟିତ୍ୱ ଥିଲା କଶ୍ମୀରକୁ ମିଶାଇବା। କିନ୍ତୁ ତାହା ୨୦୧୯ […]

shah

shah

Subrat Kumar Nayak
  • Published: Sunday, 29 September 2019
  • Updated: 29 September 2019, 04:01 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଚିରାଚରିତ ଭାବେ କଶ୍ମୀର ପ୍ରସଙ୍ଗରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦିଲ୍ଲୀଠାରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ ସେ କହିଥିଲେ, କଶ୍ମୀର ପ୍ରସଙ୍ଗକୁ ବ୍ୟକ୍ତିଗତ ଭାବେ ଜାତିସଂଘକୁ ନେଇ ନେହରୁ ହିମାଳୟଠାରୁ ବଡ଼ ଭୁଲ କରିଥିଲେ।

ସେ କହିଥିଲେ, ସର୍ଦ୍ଦାର ପଟେଲ ୬୩୦ଟି ପ୍ରଦେଶକୁ ଏକାଠି କରିଥିଲେ। ନେହରୁଙ୍କ ଦାୟିତ୍ୱ ଥିଲା କଶ୍ମୀରକୁ ମିଶାଇବା। କିନ୍ତୁ ତାହା ୨୦୧୯ ଅଗଷ୍ଟରେ ସମ୍ଭବପର ହେଲା। ଶାହ ଏହି ଅବସରରେ ୩୭୦ ଧାରା ଉଚ୍ଛେଦ ନିଷ୍ପତ୍ତିକୁ ଜମ୍ମୁ-କଶ୍ମୀରର ସମ୍ପୂର୍ଣ୍ଣ ମିଶ୍ରଣ ବୋଲି ଦର୍ଶାଇଥିଲେ। ୩୭୦ ଧାରା ଉଚ୍ଛେଦ ବାବଦରେ ସେ କହିଥିଲେ, ଆଜି ବି ଜମ୍ମୁ-କଶ୍ମୀର ଏବଂ ୩୭୦ ଧାରା ବାବଦରେ ବିଭିନ୍ନ ଗୁଜବ ସବୁ ଚାଲୁ ରହିଛି। ଏସବୁକୁ ସ୍ପଷ୍ଟ କରିବାର ସମୟ ଆସିଛି।

କଂଗ୍ରେସ ଇତିହାସକୁ କଦର୍ଥ କରିଥିବା ଦର୍ଶାଇ ସେ କହିଥିଲେ, ଆମେ ଜାଣିଛେ ୧୯୪୭ ପରଠାରୁ କଶ୍ମୀର ଏବଂ ଆଲୋଚନ ଓ ବିବାଦର ବିଷୟ ରହିଆସିଛି। କିନ୍ତୁ ଲଗାତାର କଦର୍ଥ ଇତିହାସ ଲୋକଙ୍କ ସାମ୍ନାରେ ରଖାଯାଇଛି। ଯେହେତୁ ଇତିହାସ ଲେଖିବା ଦାୟିତ୍ୱରେ ଥିବା କିଛି ଭୁଲି କରିଥିଲେ, ବହୁତ କିଛି ସତ୍ୟ ଲୁଚିଯାଇଥିଲା। ମୁଁ ଭାବୁଛି ସତ ଇତିହାସ ଲେଖାଯାଉ ଏବଂ ଏସବୁ ସାମ୍ନାକୁ ଆସୁ।

ପାକିସ୍ତାନକୁ ଟାର୍ଗେଟ୍‌ କରି ସେ କହିଥିଲେ, ପାକିସ୍ତାନ ଲଗାତାର ଅନ୍ତର୍ଜାତୀୟ ପ୍ଲାଟଫର୍ମରେ କଶ୍ମୀର ପ୍ରସଙ୍ଗ ଉଠାଇଆସିଛି। କିନ୍ତୁ କୌଣସି ରାଷ୍ଟ୍ର ପାକିସ୍ତାନକୁ ଏହି ପ୍ରସଙ୍ଗରେ ସମର୍ଥନ କରୁନାହାନ୍ତି। ଭାରତ ଆତ୍ମରକ୍ଷା ପାଇଁ ନେଇଥିବା ପଦକ୍ଷେପକୁ ସମସ୍ତେ ସମର୍ଥନ ଜଣାଇଛନ୍ତି। ଏହା ନରେନ୍ଦ୍ର ମୋଦିଙ୍କ ନୈତିକ ବିଜୟ।

ଧାରା ୩୭୦ ଉଠାଇବାପରେ କଟକଣାକୁ ନେଇ ବିରୋଧୀ ପ୍ରଶ୍ନ କରୁଥିଲାବେଳେ ଶାହ ଏହାର ଜବାବରେ କହିଛନ୍ତି, କଂଗ୍ରେସ ସରକାର ଅମଳରେ ଶେଖ୍‌ ଅବଦୁଲ୍ଲା ୧୧ ବର୍ଷ ପାଇଁ ଜେଲରେ ଥିଲେ। ଆଉ ମାତ୍ର ୨ ମାସରେ ଲୋକେ ଆମକୁ ପ୍ରଶ୍ନ କରୁଛନ୍ତି। ସେ କହିଥିଲେ, କଶ୍ମୀରରେ ଅବରୋଧ ନାହିଁ। ଆମ ମନରେ ଅଛି। କଶ୍ମୀରର ୧୯୬ ପୁଲିସ୍‌ ଷ୍ଟେସନ୍‌ରୁ ସବୁଆଡ଼େ କର୍ଫ୍ୟୁ ଉଠିଯାଇଛି। ମାତ୍ର ୮ଟି ପୁଲିସ୍‌ ଷ୍ଟେସନ୍‌ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ଟେଲିଫୋନ୍‌ କଟକଣାକୁ ନେଇ କହିଥିଲେ, ଟେଲିଫୋନ୍‌ ଯୋଗାଯୋଗ ମାନବାଧିକାର ଉଲ୍ଲଂଘନ ନୁହେଁ, ଅତୀତରେ ୪୧ ହଜାର ଲୋକଙ୍କ ହତ୍ୟା ମାନବାଧିକାରର ଉଲ୍ଲଂଘନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos