ଜେପି ନଡ୍ଡାଙ୍କ କନଭୟ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍‌ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏଥିସହ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତୃତ ରିପୋର୍ଟ ଦେବାକୁ ମଧ୍ୟ ଶ୍ରୀ ଶାହ କହିଛନ୍ତି। ଏହାବାଦ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୨ ଘଣ୍ଟା ମଧ୍ୟରେ ଦୁଇଟି ରିପୋର୍ଟ ଦେବାବୁ ପଶ୍ଚିମବଙ୍ଗ ପ୍ରଶାସନକୁ କହିଛି। ଆଜି ସକାଳେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କୋଲକାତାରୁ ୬୦ କିମି ଦୂର […]

h

Hemant Lenka
  • Published: Thursday, 10 December 2020
  • , Updated: 10 December 2020, 08:08 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍‌ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏଥିସହ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତୃତ ରିପୋର୍ଟ ଦେବାକୁ ମଧ୍ୟ ଶ୍ରୀ ଶାହ କହିଛନ୍ତି। ଏହାବାଦ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୨ ଘଣ୍ଟା ମଧ୍ୟରେ ଦୁଇଟି ରିପୋର୍ଟ ଦେବାବୁ ପଶ୍ଚିମବଙ୍ଗ ପ୍ରଶାସନକୁ କହିଛି।

ଆଜି ସକାଳେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କୋଲକାତାରୁ ୬୦ କିମି ଦୂର ଡାଇମଣ୍ଡ ହାରବୋରକୁ କାର୍‌ ଯୋଗେ ଦଳୀୟ କର୍ମୀଙ୍କୁ ଭେଟିବାକୁ ଯାଉଥିଲେ। ଏହି ସମୟରେ ତାଙ୍କ କନଭୟ ଉପରକୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ପଛରେ ଶାସକ ତୃଣମୂଳ କଂଗ୍ରେସ କର୍ମୀଙ୍କ ହାତ ରହିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ଅନଲାଇନରେ ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ କାର୍‌ ଯାଉଥିବା ବେଳେ ହଠାତ୍‌ ପଥର ମାଡ଼ ହୋଇଥିଲା। ଏଥିରେ କାର୍‌ର ଆଗ କାଚ ଓ ଝରକା କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବିଜେପି କହିଛି ଯେ ନଡ୍ଡାଙ୍କ କନଭୟ ରାସ୍ତାରେ ଯାଉଥିବା ବେଳେ ଟିଏମସି କର୍ମୀମାନେ ଏହା ଉପରକୁ ପଥର, କାଠ ଓ ରଡ ଦ୍ୱାରା ଆକ୍ରମଣ କରିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଛି। ସେହିପରି ଦଳୀୟକର୍ମୀଙ୍କୁ ଭେଟିବା ଅବସରେ ନଡ୍ଡା ମଧ୍ୟ ଘଟଣାକୁ ନିନ୍ଦା କରି ମା’ ଦୁର୍ଗାଙ୍କ କୃପାରୁ ସେ ସଭାସ୍ଥଳରେ ପହଞ୍ଚିବାକୁ ସକ୍ଷମ ହୋଇଥିବା କହିଛନ୍ତି।

ନଡ୍ଡା କହିଛନ୍ତି, ସେ ବୁଲେଟ ପ୍ରୁଫ କାର୍‌ରେ ଯାଉଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ଦଳର ନେତା କୈଳାସ ବିଜୟଭର୍ଗୀୟା ଓ ମୁକୁଲ ରୟ ଆକ୍ରମଣରେ ଆହତ ହୋଇଛନ୍ତି। ସେହିପରି କିଛି ସାମ୍ବାଦିଙ୍କୁ ମଧ୍ୟ ଠେଲାପେଲାର ଶିକାର ହେବାକୁ ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଜେପି ନଡ୍ଡାଙ୍କ କନଭୟ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ନିନ୍ଦା କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି କହିଛନ୍ତି, “କେନ୍ଦ୍ର ସରକାର ଘଟଣାକୁ ଗୁରୁତର ସହ ନେଇଛି। ବେଙ୍ଗଲ ସରକାର ଯେମିତି ହେଲେ ଏହାର ଜବାବ ଦେବେ। ଏହି ପ୍ରାୟୋଜିତ ହିଂସା ପଛର କାରଣ ନିଶ୍ଚିତ ଦେବାକୁ ପଡ଼ିବ।”

Related story