ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବିତାଡ଼ିତ କରାଯିବ: ଗୃହମନ୍ତ୍ରୀ ଶାହ

ନୂଆଦିଲ୍ଲୀ: ଦେଶର କୌଣସି କୋଣରେ ବେଆଇନ ଅନୁପ୍ରବେଶକାରୀ ବସବାସ କରୁଥିଲେ ତାଙ୍କୁ ଚିହ୍ନଟ କାରାଯିବା ସହ ଦେଶରୁ ବିତାଡ଼ିତ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୁଧବାର ରାଜ୍ୟସଭାରେ ଶାହ କହିଛନ୍ତି ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇଦିଆଯିବ। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏନ୍‌ଆରସି ଲାଗୁ କରାଯିବା ନେଇ ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲ୍ଲୀ ଖାନ୍‌ଙ୍କ ପ୍ରଶ୍ନରେ ଗୃହମନ୍ତ୍ରୀ ଶାହ ଏହି ଉତ୍ତର ରଖିଛନ୍ତି। ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ […]

shah

Subrat Kumar Nayak
  • Published: Wednesday, 17 July 2019
  • , Updated: 17 July 2019, 05:41 PM IST

ନୂଆଦିଲ୍ଲୀ: ଦେଶର କୌଣସି କୋଣରେ ବେଆଇନ ଅନୁପ୍ରବେଶକାରୀ ବସବାସ କରୁଥିଲେ ତାଙ୍କୁ ଚିହ୍ନଟ କାରାଯିବା ସହ ଦେଶରୁ ବିତାଡ଼ିତ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୁଧବାର ରାଜ୍ୟସଭାରେ ଶାହ କହିଛନ୍ତି ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇଦିଆଯିବ। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏନ୍‌ଆରସି ଲାଗୁ କରାଯିବା ନେଇ ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲ୍ଲୀ ଖାନ୍‌ଙ୍କ ପ୍ରଶ୍ନରେ ଗୃହମନ୍ତ୍ରୀ ଶାହ ଏହି ଉତ୍ତର ରଖିଛନ୍ତି।

ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱବଧାନରେ ଆସାମରେ ଲାଗୁ ହେବା ସହିତ ଏଥିରେ ପରିବର୍ତ୍ତନ ମଧ୍ୟ ଅଣାଯାଉଛି। ଆସନ୍ତା ଜୁଲାଇ ୩୧କୁ ଆସାମରେ ଏନ୍‌ଆରସି ପ୍ରସ୍ତୁତ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।

ସଂସଦର ଉଚ୍ଚତମ ସଦନରେ ଶାହ ଆଜି କହିଛନ୍ତି, ଏହା ଏକ ଭଲ ନିଷ୍ପତ୍ତି। ଏନ୍‌ଆରସି ଆସାମ ଚୁକ୍ତିରେ ଥିଲା ଏବଂ ବିଜେପି କ୍ଷମତାକୁ ଆସିଲେ ଲାଗୁ କରାଯିବ ବୋଲି ଇସ୍ତାହାରରେ ମଧ୍ୟ ରଖାଯାଇଥିଲା। ଭାରତର ପ୍ରତି ଇଞ୍ଚରେ ବସବାସ କରୁଥିବା ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ଏବଂ ଅନ୍ତର୍ଯାତୀୟ ଆଇନ ଅନୁଯାୟୀ ସେମାନଙ୍କୁ ଦେଶରୁ ବାହର କରାଯିବ।

ସୂଚନାଯୋଗ୍ୟ ଯେ, କୌଣସି ତ୍ରୁଟି ବିଚ୍ୟୁତି ନହେବା ପାଇଁ ୨୫ ଲକ୍ଷ ଆବେଦନକାରୀ କେନ୍ଦ୍ର ଏବଂ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଆସାମରେ ଏନ୍‌ଆରସି ଲାଗୁ କରାଯିବାର ଅବଧି ବଢ଼ାଯାଉ। ଏ ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପୂର୍ବରୁ ସୂଚନା ଦେଇସାରିଛନ୍ତି। ମନ୍ତ୍ରୀ କହିଥିଲେ, କିଛି ନାଁ ଏଥିରେ ସ୍ଥାନ ପାଇନଥିବାବେଳେ ଆଉ କିଛି ସ୍ଥାନ ପାଇବାର ନଥିଲେ ମଧ୍ୟ ସ୍ଥାନ ପାଇଛି। ତେଣୁ ଅବଧି ବଢ଼ାଇବାକୁ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି।

ବିନା କୌଣସି ତ୍ରୁଟିରେ ଏନ୍‌ଆରସି ଲାଗୁ କରାଯିବାର ଥିବାରୁ ଏଥିରେ ବିଳମ୍ବ ହୋଇପାରେ। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ହେଉଛି ପ୍ରକୃତ ନାଗରିକ ଏନ୍‌ଆରସିରୁ ବାଦ୍‌ ନପଡ଼ନ୍ତୁ। ଭାରତରେ ବସବାସ କରୁଥିବା ରୋହିଙ୍ଗ୍ୟା ମୁସଲିମ୍‌ଙ୍କ ବାବଦରେ ମନ୍ତ୍ରୀ କହିଥିଲେ, ଆମ ପାଖରେ ପ୍ରକୃତ ତଥ୍ୟ ନାହିଁ।

ସେମାନେ ଦେଶର ବିଭିନ୍ନ ସ୍ଥାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ବାଂଲାଦେଶ ଚାଲିଯାଇଛନ୍ତି। ସେ କହିଛନ୍ତି, ସରକାର ଚାହାନ୍ତି କୌଣସି ବେଆଇନ ଅନୁପ୍ରବେଶକାରୀଙ୍କ ନାମ ଏନ୍‌ଆରସିରେ ସାମିଲ ନହେଉ। ଭାରତରେ ବେଆଇନ ଭାବେ ବସବାସ କରୁଥିବା ବିଦେଶୀଙ୍କ ସଂଖ୍ୟା କମାଇବା ପାଇଁ ଫରେନର ଟ୍ରିବ୍ୟୁନାଲ ମଧ୍ୟ ଗଠନ କରାଯାଇଛି।

Related story