ବର୍ଷ ଶେଷ ଯାଏ ବିଜେପି ଅଧ୍ୟକ୍ଷ ରହିବେ ଅମିତ ଶାହ!

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ହେବାକୁ ଥିବା ତିନି ରାଜ୍ୟର ନିର୍ବାଚନ ଯାଏ ବିଜେପିର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ। ବିଜେପି ଗୋଟିଏ ପଦ ଓ ଗୋଟିଏ ପଦବୀ ନୀତିକୁ ଗୁରୁତ୍ୱ ଦେଉଥିବା ବେଳେ ଉଭୟ ସଂଘ ପରିବାର ଓ ବିଜେପି ତିନି ରାଜ୍ୟର ନିର୍ବାଚନ ଶେଷ ହେବା ଯାଏ ଶାହଙ୍କୁ ଦଳର ଅଧ୍ୟକ୍ଷ ରଖିବାକୁ ଚିନ୍ତା କରୁଥିବା କଥା ଇଂଲିଶ ସମ୍ବାଦପତ୍ର ଡେକାନ କ୍ରୋନିକିଲରେ ପ୍ରକାଶ ପାଇଛି। ଅକ୍ଟୋବର-ନଭେମ୍ୱରରେ ଏହି ତିନି ରାଜ୍ୟରେ […]

AMIT SAHA

AMIT SAHA

Subhransu Sekhar
  • Published: Monday, 10 June 2019
  • Updated: 10 June 2019, 04:57 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ହେବାକୁ ଥିବା ତିନି ରାଜ୍ୟର ନିର୍ବାଚନ ଯାଏ ବିଜେପିର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ। ବିଜେପି ଗୋଟିଏ ପଦ ଓ ଗୋଟିଏ ପଦବୀ ନୀତିକୁ ଗୁରୁତ୍ୱ ଦେଉଥିବା ବେଳେ ଉଭୟ ସଂଘ ପରିବାର ଓ ବିଜେପି ତିନି ରାଜ୍ୟର ନିର୍ବାଚନ ଶେଷ ହେବା ଯାଏ ଶାହଙ୍କୁ ଦଳର ଅଧ୍ୟକ୍ଷ ରଖିବାକୁ ଚିନ୍ତା କରୁଥିବା କଥା ଇଂଲିଶ ସମ୍ବାଦପତ୍ର ଡେକାନ କ୍ରୋନିକିଲରେ ପ୍ରକାଶ ପାଇଛି। ଅକ୍ଟୋବର-ନଭେମ୍ୱରରେ ଏହି ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

ଦଳର ଅଧ୍ୟକ୍ଷ ପଦବୀ ପାଇଁ ଜେପି ନଡ୍ଡାଙ୍କ ନାମ ପ୍ରସ୍ତାବ କରାଯାଇଛି। ହେଲେ ଆଗାମୀ ତିନି ରାଜ୍ୟ ମହାରାଷ୍ଟ୍ର, ଝାରଖଣ୍ଡ, ହରିଆନାର ବିଧାନସଭା ନିର୍ବାଚନ ପାଇଁ ନୂଆ କାହାକୁ ଅଧ୍ୟକ୍ଷ କରି ସଂଘ ପରିବାର ରିସ୍କ ନେବାକୁ ଚାହୁଁନଥିବା ଜଣାପଡ଼ିଛି। କାରଣ ଏହି ତିନି ରାଜ୍ୟରେ ବିଜେପି ସରକାରରେ ରହିଛି। ସେହିପରି ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ରହିଛି। ତେଣୁ କଶ୍ମୀରର ଧାରା ୩୭୦ ପ୍ରସଙ୍ଗ ଚର୍ଚ୍ଚାରେ ଥିବା ବେଳେ ନିଜେ ଅମିତ ଶାହ ଦଳର ଅଧ୍ୟକ୍ଷ ଭାବରେ ରଣନୀତି ପ୍ରସ୍ତୁତ କରିବା ଉଚିତ ବୋଲି ଦଳର ପ୍ରମୁଖ ନେତା ଚିନ୍ତା କରୁଛନ୍ତି। ତିନି ରାଜ୍ୟର ବିଧାନସଭା ନିର୍ବାଚନ ସହିତ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ହେବ ବୋଲି ମଧ୍ୟ ଆଲୋଚନା ହେଉଛି।

ଗତକାଲି ମଧ୍ୟ ଅମିତ ଶାହ ତିନି ରାଜ୍ୟର ପ୍ରମୁଖ ନେତାଙ୍କ ସହ ଅଲଗା ଅଲଗା ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟତଃ ବିଜେପି ଜିତିଥିବା ବିଧାନସଭା ଆସନ ଗୁଡ଼ିକରେ କଣ ସମସ୍ୟା ରହିଛି, ତାହା ଆଲୋଚିତ ହୋଇଥିବା ଜଣାପଡିଛି। ଆସନ୍ତା ୧୩ ଏବଂ ୧୪ ଜୁନରେ ଏହି ତିନି ରାଜ୍ୟର ସାଧାରଣ ସମ୍ପାଦକଙ୍କୁ ନେଇ ଏକ ବୈଠକ ଡ଼କାଇଛନ୍ତି ଶାହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos