ଜାଗା ମିଳିଲାନି, ବାତିଲ ହେଲା ପଶ୍ଚିମବଙ୍ଗରେ ଅମିତ ଶାହଙ୍କ ନିର୍ବାଚନୀ ସଭା

କୋଲକାତା: ପଶ୍ଚିମବଙ୍ଗର ବରୁଇପୁରରେ ଆଜି ହେବାକୁ ଥିବା ବିଜେପି ସଭାପତିଙ୍କ ନିର୍ବାଚନୀ ସଭା ବାତିଲ ହୋଇଛି। ଅମିତ ଶାହଙ୍କ ହେଲିକପ୍ଟର ଓହ୍ଲାଇବା ପାଇଁ ଯେଉଁ ଜାଗା ଦଳ ପକ୍ଷରୁ ଭଡ଼ାରେ ନିଆଯାଇଥିଲା, ସଂପୃକ୍ତ ଜମି ଭଡ଼ାରେ ଦେବେ ନାହିଁ ବୋଲି ଆଜି ଜମି ମାଲିକ କହିଥିଲେ। ଏହାପରେ ଅନ୍ୟତ୍ର କେଉଁଠି ହେଲିକପ୍ଟର ଓହ୍ଲାଇବା ପାଇଁ ଅନୁମତି ନଥିବାରୁ ଶେଷରେ ଅମିତ ଶାହଙ୍କ ବରୁଇପୁର ସଭା ବାତିଲ ହୋଇଛି। ବରୁଇପୁରକୁ ଛାଡ଼ିଦେଲେ ସାଉଥ ୨୪ ପରଗନାର କାନିଂ ଏବଂ […]

amit

Subhransu Sekhar
  • Published: Monday, 13 May 2019
  • , Updated: 13 May 2019, 02:51 PM IST

କୋଲକାତା: ପଶ୍ଚିମବଙ୍ଗର ବରୁଇପୁରରେ ଆଜି ହେବାକୁ ଥିବା ବିଜେପି ସଭାପତିଙ୍କ ନିର୍ବାଚନୀ ସଭା ବାତିଲ ହୋଇଛି। ଅମିତ ଶାହଙ୍କ ହେଲିକପ୍ଟର ଓହ୍ଲାଇବା ପାଇଁ ଯେଉଁ ଜାଗା ଦଳ ପକ୍ଷରୁ ଭଡ଼ାରେ ନିଆଯାଇଥିଲା, ସଂପୃକ୍ତ ଜମି ଭଡ଼ାରେ ଦେବେ ନାହିଁ ବୋଲି ଆଜି ଜମି ମାଲିକ କହିଥିଲେ। ଏହାପରେ ଅନ୍ୟତ୍ର କେଉଁଠି ହେଲିକପ୍ଟର ଓହ୍ଲାଇବା ପାଇଁ ଅନୁମତି ନଥିବାରୁ ଶେଷରେ ଅମିତ ଶାହଙ୍କ ବରୁଇପୁର ସଭା ବାତିଲ ହୋଇଛି।

ବରୁଇପୁରକୁ ଛାଡ଼ିଦେଲେ ସାଉଥ ୨୪ ପରଗନାର କାନିଂ ଏବଂ ନର୍ଥ ୨୪ ପରଗନାର ରାଜାରହାଟରେ ଆଜି ଅମିତ ଶାହଙ୍କର ନିର୍ବାଚନୀ ସଭା ରହିଛି। ବରୁଇପୁର ସଭା ବାତିଲ ହୋଇଥିବାବେଳେ ଅନ୍ୟ ଦୁଇଟି ସ୍ଥାନରେ ନିର୍ବାଚନୀ ସଭା ସମୟ ଅପରିବର୍ତ୍ତିତ ରହିଛି।

ତେବେ ବରୁଇପୁର ସଭା ପାଇଁ ଭଡ଼ା ଦେଇଥିବା ଜମି ମାଲିକ ନିଜ ଜାଗା ଭଡ଼ା ଦେବା ନିଷ୍ପତ୍ତିରୁ କାହିଁକି ଓହରିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

ଏହାପୂର୍ବରୁ ମଧ୍ୟ ସ୍ଥାନୀୟ ପ୍ରଶାସନ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଅବତରଣ କରିବା ପାଇଁ ଅନୁମତି ଦେଇନଥିଲା। ପରିଣାମସ୍ୱରୂପ ବିଜେପିର କିଛି ସଭା ବାତିଲ ହୋଇଥିଲା।

Related story