ଅମିତାଭଙ୍କ ଚାରୋଟି ବଙ୍ଗଳା କଣ୍ଟେନମେଣ୍ଟ ଜୋନ୍
ମୁମ୍ୱାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ବିଏମସି ସେମାନଙ୍କର ଚାରୋଟି ବଙ୍ଗଳା (ଜନକ, ବତ୍ସ, ପ୍ରତୀକ୍ଷା ଏବଂ ଜଲସା)କୁ ସିଲ୍ କରି ସମଗ୍ର ଅଞ୍ଚଳକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି।
All four bungalows – Jalsa, Pratiksha, Janak and Vatsa – of actor Amitabh Bachchan's family have been sealed after sanitization. 30 people working at the bungalows have been tested for COVID-19 & the results are awaited: Brihanmumbai Municipal Corporation (BMC)
— ANI (@ANI) July 12, 2020
ବିଏମସି କହିଛି ଯେ, ଅମିତାଭ ବଚ୍ଚନଙ୍କ ପରିବାର ସଂସ୍ପର୍ଶରେ ମୋଟ୍ ୩୦ ଜଣ ଆସିଛନ୍ତି। ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଛି। ରିପୋର୍ଟ କିନ୍ତୁ ଆସିନାହିଁ। ଏଥିସହିତ ବିଗ ବିଙ୍କ ପରିବାର ସଦସ୍ୟ ଶ୍ୱେତା ନନ୍ଦା, ଅଗସ୍ତ୍ୟ ନନ୍ଦା, ନାବୟା ନାଭେଲି, ଜୟା ବଚ୍ଚନ କରୋନାରେ ସଂକ୍ରମିତ ହୋଇନଥିବା ଜଣାପଡିଛି।
ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।