ବକେୟା ବିଲ୍ ପାଇଁ ରୋଗୀଙ୍କୁ ଦଉଡିରେ ବାନ୍ଧିଦେଲେ

ଭୋପାଳ: ରୋଗୀଙ୍କ ସେବା ପାଇଁ ନୁହେଁ ବରଂ ସେବା ଆଳରେ ଅର୍ଥ ଉପାର୍ଜନ ହିଁ ଘରୋଇ ହସ୍ପିଟାଲ କତ୍ତୃପକ୍ଷଙ୍କ ମୁଖ୍ୟ ଧର୍ମ ସାଜିଛି। ଏପିରିକି ଏହି ଅର୍ଥ ଉପାର୍ଜନ ପାଇଁ ମଣିଷ ପଣିଆର ଜାବତୀୟ ଲକ୍ଷ୍ମଣ ରେଖାକୁ ଡେଇଁବାକୁ ହସ୍ପିଟାଲ କତ୍ତୃପକ୍ଷ ପଛାଉ ନାହାନ୍ତି। ଏଭଲି ଏକ ଅଭାବନୀୟ ଘଟଣାର ପୁନରାବୃତି ହୋଇଛି ମଧ୍ୟପ୍ରଦେଶ ଶାଜପୁର ଜିଲ୍ଲାରେ ଥିବା ଏକ ଘରୋଇ ହସ୍ପିଟାଲରେ। ବକେୟା ବିଲ୍ ପାଇଁ ଜଣେ ରୋଗୀଙ୍କୁ ଦଉଡିରେ ବାନ୍ଧି ବନ୍ଧକ ରଖିବା ସଂପୃକ୍ତ […]

laxminarayan

Subhransu Sekhar
  • Published: Sunday, 07 June 2020
  • , Updated: 07 June 2020, 04:40 PM IST

ଭୋପାଳ: ରୋଗୀଙ୍କ ସେବା ପାଇଁ ନୁହେଁ ବରଂ ସେବା ଆଳରେ ଅର୍ଥ ଉପାର୍ଜନ ହିଁ ଘରୋଇ ହସ୍ପିଟାଲ କତ୍ତୃପକ୍ଷଙ୍କ ମୁଖ୍ୟ ଧର୍ମ ସାଜିଛି। ଏପିରିକି ଏହି ଅର୍ଥ ଉପାର୍ଜନ ପାଇଁ ମଣିଷ ପଣିଆର ଜାବତୀୟ ଲକ୍ଷ୍ମଣ ରେଖାକୁ ଡେଇଁବାକୁ ହସ୍ପିଟାଲ କତ୍ତୃପକ୍ଷ ପଛାଉ ନାହାନ୍ତି। ଏଭଲି ଏକ ଅଭାବନୀୟ ଘଟଣାର ପୁନରାବୃତି ହୋଇଛି ମଧ୍ୟପ୍ରଦେଶ ଶାଜପୁର ଜିଲ୍ଲାରେ ଥିବା ଏକ ଘରୋଇ ହସ୍ପିଟାଲରେ। ବକେୟା ବିଲ୍ ପାଇଁ ଜଣେ ରୋଗୀଙ୍କୁ ଦଉଡିରେ ବାନ୍ଧି ବନ୍ଧକ ରଖିବା ସଂପୃକ୍ତ ହସ୍ପିଟାଲ କତ୍ତୃପକ୍ଷଙ୍କ ଅର୍ଥଖୋର ପ୍ରବୃତ୍ତିକୁ ପଦାରେ ପକାଇଛି।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଟୁଇଟ୍ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ। ଏହି କାର୍ଯ୍ୟରେ ଯିଏ ସାମିଲ୍ ଥିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶନିବାର ଶିବରାଜ ସିଂହ ଚୌହ୍ୱାନ ଟୁଇଟ୍ କରି କହିଥିଲେ। ଏହାପରେ ପୁଲିସ ପହଞ୍ଚି ରୋଗୀଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଇଛି।

https://twitter.com/ANI/status/1269529662767550464

ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍ ପରେ ଜିଲ୍ଲା ପ୍ରଶାସନ ମଧ୍ୟ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଶନିବାର ଏସଡିଏମ ଲାଲ ସୋଲାଙ୍କି ଏବଂ ଏକ ସ୍ୱାସ୍ଥ୍ୟ ଟିମ୍ ବୃଦ୍ଧକଙ୍କ ପାଖକୁ ଯାଇ ତାଙ୍କ ବୟାନ ରେକର୍ଡ କରିଥିଲେ। ବୃଦ୍ଧକଙ୍କ ନାମ ଲକ୍ଷ୍ମୀନାରାୟଣ ଦାଙ୍ଗୀ। ତାଙ୍କ ଘର ରାଜଗଢ଼ ଜିଲ୍ଲାର। ପେଟରେ ସମସ୍ୟା ଦେଖାଦେବାରୁ ଜୁନ୍ ୧ରେ ସେ ଶାଜପୁର ସ୍ଥିତ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ପରିବାର ଲୋକେ ଲକ୍ଷ୍ନୀନାରାୟଣଙ୍କୁ ଘରକୁ ନେବାକୁ ଚାହୁଁଥିଲେ, ହେଲେ ବିଲ୍ ଦିଆଯାଇନଥିବାରୁ ହସ୍ପିଟାଲ କତ୍ତୃପକ୍ଷ ଲକ୍ଷ୍ମୀନାରାୟଣଙ୍କୁ ବନ୍ଧକ ରଖିଥିଲେ।

ରୋଗୀଙ୍କ ଝିଅ ସୀମା ଡାଙ୍ଗି ଅଭିଯୋଗ କରିଛନ୍ତି ଯେ, ତାଙ୍କ ପାଖରେ ଟଙ୍କା ନାହିଁ, ତେଣୁ ବାପାଙ୍କୁ ନେବାକୁ ଚାହୁଁଥିଲେ। ହେଲେ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଅଟକାଇ ହାତ ଓ ଗୋଡ଼କୁ ବେଡ ସହିତ ବାନ୍ଧି ରଖିଥିଲେ। ଦୁଇ ଦିନ ହେବ ହାତ ଗୋଡ଼ ବାନ୍ଧି ତାଙ୍କୁ ରଖାଯାଇଛି ବୋଲି ସେ ଶନିବାର କହିଥିଲେ।

ଶୁକ୍ରବାର ବିଳମ୍ୱିତ ରାତିରେ ଗଣମାଧ୍ୟମ ପ୍ରତିନିଧି ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ୍ ରୋଗୀଙ୍କୁ ଘରକୁ ପଠାଇଥିଲେ। ଶନିବାର ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story