୪୩ ଶ୍ରମିକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଝାନସୀ ରାଣୀ ରୋଡ ସ୍ଥିତ ଅନାଜ ମଣ୍ଡିରେ ଥିବା ଏକ ବ୍ୟାଗ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଘଟଣାରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡ କିନ୍ତୁ ୨୨ ବର୍ଷ ପୂର୍ବେ ଜୁନ୍ ୧୩, ୧୯୯୭ରେ ଦିଲ୍ଲୀ ଗ୍ରୀନ ପାର୍କରେ ଥିବା ଉପହାର ସିନେମା ଅଗ୍ନିକାଣ୍ଡ ଘଟଣାକୁ ମନେ ପକାଇ ଦେଇଛି। ଏହି ଅଗ୍ନିକାଣ୍ଡ ଘଟଣାରେ ୫୯ ଲୋକଙ୍କର ମୃତ୍ୟୁ ଘଟିଥିଲା। ଶ୍ୱାସରୁଦ୍ଧ ହୋଇ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିଲା। […]

FIRE DELHI

FIRE DELHI

Subhransu Sekhar
  • Published: Sunday, 08 December 2019
  • Updated: 08 December 2019, 07:11 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଝାନସୀ ରାଣୀ ରୋଡ ସ୍ଥିତ ଅନାଜ ମଣ୍ଡିରେ ଥିବା ଏକ ବ୍ୟାଗ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଘଟଣାରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡ କିନ୍ତୁ ୨୨ ବର୍ଷ ପୂର୍ବେ ଜୁନ୍ ୧୩, ୧୯୯୭ରେ ଦିଲ୍ଲୀ ଗ୍ରୀନ ପାର୍କରେ ଥିବା ଉପହାର ସିନେମା ଅଗ୍ନିକାଣ୍ଡ ଘଟଣାକୁ ମନେ ପକାଇ ଦେଇଛି। ଏହି ଅଗ୍ନିକାଣ୍ଡ ଘଟଣାରେ ୫୯ ଲୋକଙ୍କର ମୃତ୍ୟୁ ଘଟିଥିଲା। ଶ୍ୱାସରୁଦ୍ଧ ହୋଇ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏବେ ୨୨ ବର୍ଷ ପରେ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏତେ ବଡ଼ ଦୁର୍ଘଟଣା ଘଟିଛି। ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଶତାଧିକ ଆହତ ହୋଇଛନ୍ତି।

ଏବେ ଏହାକୁ ନେଇ ଆରମ୍ଭ ରାଜନୀତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି କାଦୁଆ ଫିଙ୍ଗା ରାଜନୀତି। ଫ୍ୟାକ୍ଟ୍ରିଟି ଜନବସତି ଅଞ୍ଚଳରେ ହୋଇଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି। ଜନବସତି ସ୍ଥାନରେ କିଭଳି ଏହି ଫ୍ୟାକ୍ଟ୍ରି ପାଇଁ ଅନୁମତି ମିଳିଲା ତାହା ଏବେ ପ୍ରଶ୍ନବାଚୀ। ଅନ୍ୟପଟେ ଫ୍ୟାକ୍ଟ୍ରି ମାଲିକ ଫାୟାର ସେଫ୍ଟି ଗାଇଡ ଲାଇନକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଯଦି ଫାୟାର ସେଫ୍ଟି ଗାଇଡ ଲାଇନ ପାଳନ ହୋଇଥାନ୍ତା ତାହେଲେ ହୁଏତ ନିଆଁ ଲାଗିବାରେ ସଙ୍ଗେସଙ୍ଗେ ଆଗୁଆ ସତର୍କ ସୂଚନା ମିଳିଯାଇଥାନ୍ତା। ସରକାରଙ୍କ ସମସ୍ତ ନିୟମକୁ ଫୁ’ କରି କିଭଳି ଜନବସତି ଭିତରେ ଫ୍ୟାକ୍ଟ୍ରିଟି ଚାଲିଥିଲା ଏହାକୁ ନେଇ ବିବାଦ ଦେଖାଦେଇଛି। ଏବଂ ଏହି ବ୍ୟାଗ ଫ୍ୟାକ୍ଟ୍ରିର ଅନୁମତି କିଏ ଦେଇଥିଲା ତାକୁ ନେଇ ମଧ୍ୟ ରାଜନୀତିକ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି।

ବିଜେପି ଓ କଂଗ୍ରେସ ଶାସକ ଦଳ ଆମ୍ ଆଦମୀ ପାର୍ଟି ସରକାରକୁ ଦାୟୀ କରୁଥିବା ବେଳେ ଆମ୍ ଆଦମୀ ପାର୍ଟି ନଗଳ ପାଳିକାକୁ ଦୋଷ ଦେଉଛି। ସୂଚନାଯୋଗ୍ୟ, ନଗର ପାଳିକା ବିଜେପି ପାଖରେ ରହିଛି।

ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ ଏବଂ କେନ୍ଦ୍ର ସହର ବିକାଶ ମନ୍ତ୍ରୀ ହରଦୀପ ପୁରୀ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ। ତିଓ୍ୱାରୀ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ତାର ଝୁଲି ପଡ଼ିଛି। ସରକାରଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି। ଦିଲ୍ଲୀ କଂଗ୍ରେସ ସଭାପତି ସୁବାଷ ଚୋପ୍ରା କହିଛନ୍ତି, ଅଗ୍ନିକାଣ୍ଡ ପାଇଁ କେଜ୍ରିଓ୍ୱାଲ ସରକାର ଦାୟୀ। ନଗର ପାଳିକ ବିଜେପି ପାଖରେ ରହିଛି। ଏଥିପାଇଁ ବିଜେପି ମଧ୍ୟ ସମାନ ଦାୟୀ।

ଏହି ପ୍ରସଙ୍ଗରେ ବିଜେପି ରାଜନୀତି କରୁଛି ବୋଲି ଆପ୍ କହିଛି। ନଗର ପାଳିକା ବିଜେପି ପାଖରେ ରହିଛି। ଏହି କୋଠା ବେଆଇନ ଥିବା ବେଳେ କିଭଲି ଫ୍ୟାକ୍ଟ୍ରି ଚାଲିବା ପାଇଁ ନଗର ପାଳିକା ଅନୁମତି ଦେଇଥିଲା ସେ ନେଇ ବିଜେପିକୁ ପ୍ରଶ୍ନ କରିଛନ୍ତି ଆପ୍ ସାଂସଦ ସଞ୍ଜୟ ସାଂସଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos