ଏହି ଫଟୋ ଶ୍ରେଷ୍ଠ ୱାଇଲ୍ଡଲାଇଫ୍‌ ଫଟୋଗ୍ରାଫ୍‌ ବିବେଚିତ

ନୂଆଦିଲ୍ଲୀ: ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ ୱାଇଲ୍ଡଲାଇଫ୍‌ ଫଟୋଗ୍ରାଫରଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ଚାଇନିଜ୍‌ ଫଟୋଗ୍ରାଫର ୟୋଙ୍ଗନିକ୍‌ ବାଓଙ୍କୁ ତାଙ୍କର ଏକ ଚମତ୍କାର ଫଟୋ ପାଇଁ ଏହି ସମ୍ମାନ ଦିଆଯିବ। ଲଣ୍ଡନ୍‌ର ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିଅମ୍‌ ପକ୍ଷରୁ ଏହି ପୁରସ୍କାର ଦିଆଯାଉଛି। ଆୟୋଜକଙ୍କ ପକ୍ଷରୁ ଏହି ଫଟୋକୁ ଅଦ୍ଭୁତପୂର୍ବ ବୋଲି କୁହାଯାଇଛି। ସେ ଏହି ଫଟୋରେ ଏକ କୋକିଶିଅଳି ଏବଂ ବଡ଼ ଗୁଣ୍ଡୁଚିମୂଷାକୁ ନେଇଛନ୍ତି। ସେମାନେ ଦୁହେଁ ଲଢ଼େଇ ମୁଦ୍ରାରେ ଅଛନ୍ତି। ଭୟତ୍ରସ୍ତ ଗୁଣ୍ଡୁଚିମୂଷା […]

Yongqing-Bao

Subrat Kumar Nayak
  • Published: Thursday, 17 October 2019
  • , Updated: 17 October 2019, 05:57 PM IST

ନୂଆଦିଲ୍ଲୀ: ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ ୱାଇଲ୍ଡଲାଇଫ୍‌ ଫଟୋଗ୍ରାଫରଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ଚାଇନିଜ୍‌ ଫଟୋଗ୍ରାଫର ୟୋଙ୍ଗନିକ୍‌ ବାଓଙ୍କୁ ତାଙ୍କର ଏକ ଚମତ୍କାର ଫଟୋ ପାଇଁ ଏହି ସମ୍ମାନ ଦିଆଯିବ। ଲଣ୍ଡନ୍‌ର ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିଅମ୍‌ ପକ୍ଷରୁ ଏହି ପୁରସ୍କାର ଦିଆଯାଉଛି। ଆୟୋଜକଙ୍କ ପକ୍ଷରୁ ଏହି ଫଟୋକୁ ଅଦ୍ଭୁତପୂର୍ବ ବୋଲି କୁହାଯାଇଛି।

ସେ ଏହି ଫଟୋରେ ଏକ କୋକିଶିଅଳି ଏବଂ ବଡ଼ ଗୁଣ୍ଡୁଚିମୂଷାକୁ ନେଇଛନ୍ତି। ସେମାନେ ଦୁହେଁ ଲଢ଼େଇ ମୁଦ୍ରାରେ ଅଛନ୍ତି। ଭୟତ୍ରସ୍ତ ଗୁଣ୍ଡୁଚିମୂଷା ଆଁ କରିବାବେଳେ ତା’ର ୨ ଦାନ୍ତ ବାହାରକୁ ବାହାରି ଆସିବା ଫଟୋଟିକୁ ଚମତ୍କାର କରିଛି। ସେ ଏକ ବସନ୍ତର ପ୍ରାରମ୍ଭରେ ତିବ୍ବତର ଏକ ସ୍ଥାନରେ ଏହି ଫଟୋଟି ଉଠାଇଛନ୍ତି।

ଏହି ଫଟୋଗ୍ରାଫର ବିବିସିକୁ କହିଛନ୍ତି, “ଏହି କୋକିଶିଆଳିକୁ ଦେଖି ବଡ଼ ଗୁଣ୍ଡୁଚିମୁଷାଟି ଚମକିପଡ଼ିବା’ ସମୟରେ ଏହି ଫଟୋ ଉଠାଇଥିଲି।”

Related story