ଉଦାହରଣ ପାଲଟିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, କ୍ୟାନ୍ସର ରୋଗୀଙ୍କୁ ରାସ୍ତା ମଝିରେ ସହାୟତା

ହାଇଦ୍ରାବାଦ୍‌: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆଜି ଏକ ମନଛୁଆଁ ଏବଂ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି। ଜଗନ ମୋହନ ସରକାରୀ କାମରେ ବିଶାଖାପଟନମ ଏୟାରପୋର୍ଟ ନିକଟରେ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ଛିଡ଼ା ହୋଇଥିବା କିଛି ପିଲାଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା। ସେ ତୁରନ୍ତ ନିଜ କନଭୟକୁ ରାସ୍ତା ଉପରେ ଅଟକାଇ ପିଲାମାନଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ପିଲାମାନେ ତାଙ୍କ ସହିତ ଥିବା ୧୫ […]

swa

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 04:37 PM IST

ହାଇଦ୍ରାବାଦ୍‌: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆଜି ଏକ ମନଛୁଆଁ ଏବଂ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି। ଜଗନ ମୋହନ ସରକାରୀ କାମରେ ବିଶାଖାପଟନମ ଏୟାରପୋର୍ଟ ନିକଟରେ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ଛିଡ଼ା ହୋଇଥିବା କିଛି ପିଲାଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା।

ସେ ତୁରନ୍ତ ନିଜ କନଭୟକୁ ରାସ୍ତା ଉପରେ ଅଟକାଇ ପିଲାମାନଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ପିଲାମାନେ ତାଙ୍କ ସହିତ ଥିବା ୧୫ ବର୍ଷୀୟ ନୀରଜଙ୍କ କ୍ୟାନ୍ସର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ବାସ୍‌, ଏତିକି ଶୁଣି ଯୁବ ମୁଖ୍ୟମନ୍ତ୍ରୀ ଆକ୍ସନ ମୋଡ୍‌କୁ ଚାଲି ଆସିଥିଲେ।

ଚିକିତ୍ସା ପାଇଁ ନୀରଜଙ୍କୁ ୨୦ ଲକ୍ଷ ଟଙ୍କା ଓ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ଜଗନ ପ୍ରତିଶ୍ରୁତି ଦେଇଥିଲେ। ସେ ତୁରନ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ।

ଏହି ୧୫ ବର୍ଷୀୟ କ୍ୟାନ୍ସର ପୀଡ଼ିତ ବାଳକଙ୍କୁ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରକୃତରେ ନୀରଜଙ୍କ ଜଣେ ବନ୍ଧୁ ପ୍ଲାକାର୍ଡ ଧରି ଏୟାରପୋର୍ଟ ନିକଟରେ ସାହାଯ୍ୟ ପାଇଁ ନିବେଦନ କରୁଥିବା ବେଳେ ଜଗନ ମୋହନଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ନୀରଜ ଗରିବ ପରିବାରରୁ ଆସିଥିବା ବେଳେ ସେ ବ୍ଲଡ କ୍ୟାନ୍ସର୍‌ରେ ଆକ୍ରାନ୍ତ ହୋଇଛନ୍ତି।

https://twitter.com/i/status/1135953132142284800

Related story