ବିଧାନ ପରିଷଦ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି

ଅମରାବତୀ: ଆନ୍ଧ୍ର ପ୍ରଦେଶ କ୍ୟାବିନେଟ୍ ବିଧାନ ପରିଷଦ ଉଚ୍ଛେଦ ବିଲକୁ ମଞ୍ଜୁରୀ ଦେଇଛନ୍ତି। ବିଧାନ ପରିଷଦରେ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର ତିନି ରାଜଧାନୀ ବିଧେୟକ ଖାରଜ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମହନ ରେଡ୍ଡୀ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅସାମ୍ୱିଧାନିକ ବୋଲି ବିରୋଧୀ ଟିଡ଼ିପି ଦର୍ଶାଇଛି। ଜବାବରେ ଓ୍ୱାଇଏସଆର କଂଗ୍ରେସ କହିଛି, ବିଧାନ ପରିଷଦରେ ବିରୋଧୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏହାର ଅଯଥା ଫାଇଦା ନେଉଛନ୍ତି ବିରୋଧୀ। ଓ୍ୱାଇଏସଆର କଂଗ୍ରେସ ଆହୁରି […]

jagan ysr congress VS CHANDRABABU (1)

jagan ysr congress VS CHANDRABABU (1)

Subhransu Sekhar
  • Published: Monday, 27 January 2020
  • Updated: 27 January 2020, 02:23 PM IST

ଅମରାବତୀ: ଆନ୍ଧ୍ର ପ୍ରଦେଶ କ୍ୟାବିନେଟ୍ ବିଧାନ ପରିଷଦ ଉଚ୍ଛେଦ ବିଲକୁ ମଞ୍ଜୁରୀ ଦେଇଛନ୍ତି। ବିଧାନ ପରିଷଦରେ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର ତିନି ରାଜଧାନୀ ବିଧେୟକ ଖାରଜ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମହନ ରେଡ୍ଡୀ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅସାମ୍ୱିଧାନିକ ବୋଲି ବିରୋଧୀ ଟିଡ଼ିପି ଦର୍ଶାଇଛି। ଜବାବରେ ଓ୍ୱାଇଏସଆର କଂଗ୍ରେସ କହିଛି, ବିଧାନ ପରିଷଦରେ ବିରୋଧୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏହାର ଅଯଥା ଫାଇଦା ନେଉଛନ୍ତି ବିରୋଧୀ।

ଓ୍ୱାଇଏସଆର କଂଗ୍ରେସ ଆହୁରି କହିଛି, ‘ନିକଟରେ ସରକାର ଏସସି, ଏସଟିଙ୍କ ପାଇଁ ଅଲଗା ଅଲଗା କମିଶନ ବିଲକୁ ବିଧାନ ପରିଷଦ ଖାରଜ କରିଥିଲା। ଏହାବାଦ୍ ସରକାରୀ ସ୍କୁଲକୁ ଇଂରାଜୀ ମିଡିଅମ କରିବା ପାଇଁ ଆସିଥିବା ବିଲକୁ ବିଧାନପରିଷଦ ଖାରଜ କରିଥିଲା’।

ଜଗନ ସରକାରଙ୍କ ବିଧାନ ପରିଷଦ ଭାଙ୍ଗିବାକୁ ନେଇ ଟିଡିପି ସାଂସଦ ରବୀନ୍ଦ୍ର କୁମାର କହିଛନ୍ତି, ରାଜ୍ୟରେ ସରକାର ନାହିଁ। ଏଠି ଜଗନଙ୍କ ଇଚ୍ଛା ମୁତାବକ କାମ ହେଉଛି। ଏଥିରୁ ପ୍ରମାଣିତ ରାଜ୍ୟରେ ସମ୍ବିଧାନ ନାହିଁ କି ସାମ୍ୱିଧାନିକ ଆଦର୍ଶ ନାହିଁ।

ସୂଚନାଯୋଗ୍ୟ, ବିଧାନସଭାରେ ଓ୍ୱାଇଏସଆର କଂଗ୍ରେସର ବିଧାୟକ ସଂଖ୍ୟା ଅଧିକ ରହିଥିବା ବେଳେ ବିଧାନ ପରିଷଦରେ ବିରୋଧୀ ଟିଡିପିର ସଂଖ୍ୟା ଅଧିକ ରହିଛି।

ଜଗନ ସରକାର ରାଜ୍ୟରେ ତିନୋଟି ରାଜଧାନୀ ପାଇଁ ବିଧାନସଭାରେ ବିଲ୍ ଗୃହୀତ କରିଥିଲେ। ହେଲେ ନିକଟରେ ଏହା ବିଧାନ ପରିଷଦରେ ଖାରଜ ହୋଇଥିଲା। ତିନୋଟି ରାଜଧାନୀ ବିଲ ଆଣିବା ବାବଦରେ ବିଧାନସଭାରେ ଶାସକ ଦଳ କହିଥିଲା ଯେ, ସମତୁଲ ଅଭିବୃଦ୍ଧି ପାଇଁ ରାଜ୍ୟର ସବୁ ସ୍ଥାନକୁ ଗୁରୁତ୍ୱ ଦିଆଯିବା ଉଚିତ। ଏହି କାରଣରୁ ରାଜ୍ୟର ୩ଟି ସ୍ଥାନକୁ ରାଜଧାନୀର ମାନ୍ୟତା ଦେବାକୁ ଚାହୁଁଛୁ। ଯେଉଁ ସବୁ ସ୍ଥାନ ରାଜଧାନୀ ହେବ, ସେଠାରେ ନିଯୁକ୍ତିଠାରୁ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପ ଠିକ୍ ଭାବେ ନିଆଯାଇ ପାରିବ।

ବିରୋଧୀ ଟିଡିପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଥିଲେ, ତିନୋଟି ସ୍ଥାନରେ ରାଜଧାନୀ ପ୍ରତିଷ୍ଠା ହେବାର ଆବଶ୍ୟକ ନାହିଁ। ବରଂ ତିନୋଟି ସ୍ଥାନରେ ରାଜଧାନୀ ପ୍ରତିଷ୍ଠା ପାଇଁ ହେବାକୁ ଥିବା ଟଙ୍କାକୁ ଚାଷୀଙ୍କ ପାଇଁ ଖର୍ଚ୍ଚ ହେବା ଦରକାର।

ତିନି ରାଜଧାନୀ ବିଲ୍‌ରେ ରାଜ୍ୟକୁ ଏକାଧିକ ଜୋନ ଓ ଜୋନାଲ ପ୍ଲାନିଂ ଏବଂ ବିକାଶ ବୋର୍ଡ ଗଠନ କରିବାର ବ୍ୟବସ୍ଥା ରହିଛି। ଜଗନ ମୋହନ ସରକାର ଅମରାବତୀକୁ ଲେଜିସଲେଟିଭ ରାଜଧାନୀ, ବିଶାଖାପାଟଣାରେ କାର୍ଯ୍ୟନିର୍ବାହୀ/ ସଚିବାଳୟ ଓ ନ୍ୟାୟାଳୟ ରାଜଧାନୀ ଭାବେ କୁର୍‌ନୁଲ୍‌କୁ ଚୟନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story