ଆନ୍ଧ୍ରରେ ରହିବ ୪ଟି ରାଜଧାନୀ!

ତିରୁପତି: ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀକୁ ସ୍ଥାନାନ୍ତର କରିବା ନେଇ ଶାସକ ୱାଇଏସ୍‌ଆର କଂଗ୍ରେସ ଏବଂ ବିରୋଧୀ ତେଲୁଗୁ ଦେଶମ ପାର୍ଟି(ଟିଡିପି) ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଏହି ବିବାଦୀୟ ସ୍ଥିତି ମଧ୍ୟରେ ବିଜେପିର ରାଜ୍ୟସଭା ସାଂସଦ ଟିଜି ଭେଙ୍କଟେଶ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଅମରାବତୀକୁ ଆନ୍ଧ୍ରର ରାଜଧାନୀ କରିବା ସପକ୍ଷରେ ନାହାନ୍ତି। ସେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱରେ ଆନ୍ଧ୍ରର ରାଜଧାନୀ ଅମରାବତୀରୁ ଅନ୍ୟତ୍ର ସ୍ଥାନାନ୍ତର […]

s

Hemant Lenka
  • Published: Monday, 26 August 2019
  • , Updated: 26 August 2019, 03:19 PM IST

ତିରୁପତି: ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀକୁ ସ୍ଥାନାନ୍ତର କରିବା ନେଇ ଶାସକ ୱାଇଏସ୍‌ଆର କଂଗ୍ରେସ ଏବଂ ବିରୋଧୀ ତେଲୁଗୁ ଦେଶମ ପାର୍ଟି(ଟିଡିପି) ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଏହି ବିବାଦୀୟ ସ୍ଥିତି ମଧ୍ୟରେ ବିଜେପିର ରାଜ୍ୟସଭା ସାଂସଦ ଟିଜି ଭେଙ୍କଟେଶ ଆଜି ଏକ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଅମରାବତୀକୁ ଆନ୍ଧ୍ରର ରାଜଧାନୀ କରିବା ସପକ୍ଷରେ ନାହାନ୍ତି। ସେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱରେ ଆନ୍ଧ୍ରର ରାଜଧାନୀ ଅମରାବତୀରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରାଜ୍ୟରେ ୪ଟି ରାଜଧାନୀ ପ୍ରତିଷ୍ଠା କରିବାକୁ ମଧ୍ୟ ଯୋଜନା କରିଛନ୍ତି।

ବିଜୟନଗରମ, କକିନାଡା, ଗୁଣ୍ଠୁର ଓ କଡାପାକୁ ଆନ୍ଧ୍ରର ରାଜଧାନୀ ଭାବେ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ପୂରା ରାଜ୍ୟର ବିକାଶ ହୋଇପାରିବ ବୋଲି ସେ ଲକ୍ଷ୍ୟ ରଖିଛନ୍ତି। ୱାଇଏସ୍‌ଆର କଂଗ୍ରେସ କ୍ଷମତାରେ ନଥିବା ବେଳେ ସରକାରରେ ଥିବା ଟିଡିପି ଅମରାବତୀକୁ ଆନ୍ଧ୍ରର ରାଜଧାନୀ ଭାବେ ପ୍ରତିଷ୍ଠା କରିବାକୁ ଚାହୁଁଥିଲା।

ଏହାକୁ ଜଗନ ମୋହନ ରେଡ୍ଡୀ ବିରୋଧ କରୁଥିଲେ। ଉକ୍ତ ଅଞ୍ଚଳରେ ଥିବା ଚାଷୀ ଏବଂ ସାଧାରଣ ଲୋକେ ମଧ୍ୟ ଟିଡିପିର ଏହି ନିଷ୍ପତ୍ତିକୁ ଜୋରଦାରା ବିରୋଧ କରୁଥିଲେ। ଏଥିପାଇଁ ୨୦୧୯ ନିର୍ବାଚନରେ ଟିଡିପି ହାରିଲା।”

Related story