ଦିଲ୍ଲୀ 'ନିର୍ଭୟା' ଘଟଣାର ପୁନରାବୃତ୍ତି, ପୂଜକ ସାଜିଲା ଯୌନ ରାକ୍ଷସ

ବଦାଉଁ: ଦିଲ୍ଲୀ ‘ନିର୍ଭୟା’ ଦୁଷ୍କର୍ମ ମାମଲାର ପୁନରାବୃତ୍ତି। ତେବେ ଏଥର ଯୌନ ରାକ୍ଷସମାନେ କୌଣସି ବସର ଡ୍ରାଇଭର କିମ୍ୱା ହେଲପର ନୁହନ୍ତି ବରଂ ପବିତ୍ର ଦେବାଳୟରେ ଈଶ୍ୱର ଉପାସନା କରୁଥିବା ଜଣେ ପୂଜକ ଏବଂ ଦୁଇ ଶିଷ୍ୟ। ଉତ୍ତର ପ୍ରଦେଶର ବଦାଉଁ ଜିଲ୍ଲାରେ ଏହି ବର୍ବର କାଣ୍ଡ ଘଟିଛି। ଦୁଷ୍କର୍ମର ଶିକାର ପରେ ୫୦ ବର୍ଷ ବୟସ୍କ ମହିଳା ଜଣଙ୍କ ଆଖି ବୁଜିଛନ୍ତି। ପୂଜକ ରୂପୀ ପିଶାଚ ଓ ସହଯୋଗୀ ମହିଳାଙ୍କ ଗୁପ୍ତାଙ୍ଗରେ ରଡ୍ ପୂରାଇଥିବା ଜଣାପଡ଼ିଛି। […]

rape

rape

Subhransu Sekhar
  • Published: Wednesday, 06 January 2021
  • Updated: 06 January 2021, 02:19 PM IST

Sports

Latest News

ବଦାଉଁ: ଦିଲ୍ଲୀ 'ନିର୍ଭୟା' ଦୁଷ୍କର୍ମ ମାମଲାର ପୁନରାବୃତ୍ତି। ତେବେ ଏଥର ଯୌନ ରାକ୍ଷସମାନେ କୌଣସି ବସର ଡ୍ରାଇଭର କିମ୍ୱା ହେଲପର ନୁହନ୍ତି ବରଂ ପବିତ୍ର ଦେବାଳୟରେ ଈଶ୍ୱର ଉପାସନା କରୁଥିବା ଜଣେ ପୂଜକ ଏବଂ ଦୁଇ ଶିଷ୍ୟ। ଉତ୍ତର ପ୍ରଦେଶର ବଦାଉଁ ଜିଲ୍ଲାରେ ଏହି ବର୍ବର କାଣ୍ଡ ଘଟିଛି। ଦୁଷ୍କର୍ମର ଶିକାର ପରେ ୫୦ ବର୍ଷ ବୟସ୍କ ମହିଳା ଜଣଙ୍କ ଆଖି ବୁଜିଛନ୍ତି। ପୂଜକ ରୂପୀ ପିଶାଚ ଓ ସହଯୋଗୀ ମହିଳାଙ୍କ ଗୁପ୍ତାଙ୍ଗରେ ରଡ୍ ପୂରାଇଥିବା ଜଣାପଡ଼ିଛି। ତେଣୁ ଅଙ୍ଗନବାଡି ଦିଦି ଜଣଙ୍କ ଆଖି ବୁଜିଛନ୍ତି। ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି।

ରବିବାର ମହିଳା ଜଣଙ୍କ ସଂଧ୍ୟାରେ ପୂଜା କରିବା ପାଇଁ ମନ୍ଦିର ଯାଇଥିଲେ। ବଦାଉଁ ଜିଲ୍ଲାର ଉଘାଇତି ଥାନା ଅଧୀନରେ ଏହି ମନ୍ଦିର ରହିଛି। ପ୍ରତିଦିନ ସଂଧ୍ୟାରେ ମହିଳା ଜଣଙ୍କ ପୂଜା କରିବାକୁ ଯାଆନ୍ତି ବୋଲି ମୃତକଙ୍କ ପୁଅ କହିଛନ୍ତି। ରାତିରେ ପୂଜକମାନେ ଗାଡ଼ିରେ ଆଣି ଘର ଆଗରେ ଶବ ରଖି ପଳାଇଥିଲେ। ଏହି ସମୟରେ ମହିଳାଙ୍କ ଗୋଡ଼କୁ ଏକ ହଳଦିଆ ରଙ୍ଗ ପଲିଥିନରେ ଘୋଡାଯାଇଥିଲା ବୋଲି ମୃତକଙ୍କ ପୁଅ କହିଛନ୍ତି।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ସେହିପରି ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡର ଆଘାତ ଦିଆଯାଇଥିବା ଜଣାପଡ଼ିଛି। ମହିଳାଙ୍କ ପଞ୍ଜରା ହାଡ଼ ମଧ୍ୟ ଆଘାତ ପାଇଛି।

ପୁଲିସ ଏବେ ତିନି ଜଣ ପୂଜକଙ୍କ ବିରୋଧରେ ଏତଲା ଗ୍ରହଣ କରି ତଦନ୍ତ କରୁଛି। ପ୍ରାଥମିକ ଭାବରେ ଦୁଇ ଜଣ ଗିରଫ ହୋଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଖୁବଶୀଘ୍ର ଦୋଷୀ ଦଣ୍ଡ ପାଇବେ। ତେବେ ମୃତକଙ୍କ ପରିବାର ଲୋକେ ପୁଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି। ଘଟଣା ବାବଦରେ ପୁଲିସକୁ ସୂଚନା ଦେବା ପରେ ବି ଠିକଣା ସମୟରେ ପୁଲିସ ପହଞ୍ଚିନଥିବା ଅଭିଯୋଗ ହୋଇଛି। ରବିବାର ଏହି କ୍ରୁର ଘଟଣା ଘଟିବାର ୧୮ ଘଣ୍ଟା ପରେ ପୁଲିସ ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୨ ମସିହା ଡିସେମ୍ୱର ୧୬ ତାରିଖରେ ନିର୍ଭୟା ରାତିରେ ବସରେ ଫେରୁଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲା। ଯେଉଁ କାରଣ ପାଇଁ ନିର୍ଭୟା ଆଖି ବୁଜିଥିଲେ ଏବେ ସମାନ କଥା ବଦାଉଁର ଏହି ଅଙ୍ଗନବାଡି ଦିଦିଙ୍କ କ୍ଷେତ୍ରରେ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story