ରାହୁଲଙ୍କୁ କ୍ଷୋଭରେ ଚିଠି ଲେଖିଲେ ଅମ୍ବାନୀ: କହିଲେ, କଂଗ୍ରେସ ନେତାଙ୍କ ଟିପ୍ପଣୀ ଦୁଃଖ ଦେଉଛି

ନୂଆଦିଲ୍ଲୀ: ରାଫେଲ୍‌ ଚୁକ୍ତିକୁ ନେଇ ବିବାଦୀୟ ସ୍ଥିତି ଲାଗି ରହିଥିବା ବେଳେ, ଅନୀଲ ଅମ୍ବାନୀ କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖିଛନ୍ତି। ରିଲାଏନ୍ସ ଗ୍ରୁପ୍‌ ପାଖରେ ‘ରାଫେଲ୍‌ ଏୟାରକ୍ରାଫ୍ଟ’ ନିର୍ମାଣ ସଂପର୍କରେ ଅଭିଜ୍ଞତା ନଥିବା ଅଭିଯୋଗକୁ, ଅମ୍ବାନୀ ଏହି ଚିଠିରେ ଖଣ୍ଡନ କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି- “ଫ୍ରାନ୍ସ ଗ୍ରୁପ୍‌ ଅଫ୍ କମ୍ପାନୀ Dassault ସହ ଆମର ହୋଇଥିବା ଚୁକ୍ତିରେ ସରକାରଙ୍କର କୌଣସି ଭୂମିକା ନାହିଁ। ଆମ ପାଖରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ […]

rahul-_anil

rahul-_anil

Rakesh Mallick
  • Published: Thursday, 26 July 2018
  • Updated: 26 July 2018, 03:41 PM IST

Sports

Latest News

ନୂଆଦିଲ୍ଲୀ: ରାଫେଲ୍‌ ଚୁକ୍ତିକୁ ନେଇ ବିବାଦୀୟ ସ୍ଥିତି ଲାଗି ରହିଥିବା ବେଳେ, ଅନୀଲ ଅମ୍ବାନୀ କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖିଛନ୍ତି। ରିଲାଏନ୍ସ ଗ୍ରୁପ୍‌ ପାଖରେ ‘ରାଫେଲ୍‌ ଏୟାରକ୍ରାଫ୍ଟ’ ନିର୍ମାଣ ସଂପର୍କରେ ଅଭିଜ୍ଞତା ନଥିବା ଅଭିଯୋଗକୁ, ଅମ୍ବାନୀ ଏହି ଚିଠିରେ ଖଣ୍ଡନ କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି- “ଫ୍ରାନ୍ସ ଗ୍ରୁପ୍‌ ଅଫ୍ କମ୍ପାନୀ Dassault ସହ ଆମର ହୋଇଥିବା ଚୁକ୍ତିରେ ସରକାରଙ୍କର କୌଣସି ଭୂମିକା ନାହିଁ। ଆମ ପାଖରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ କେବଳ ଯେ ଅଭିଜ୍ଞତା ଅଛି ତାହା ନୁହେଁ, ଏ କ୍ଷେତ୍ରରେ ଆମେ ସବୁଠାରୁ ଆଗରେ ଅଛୁ।”

୨୦୧୭ ଡିସେମ୍ବର ୧୨ ତାରିଖରେ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ, ଅମ୍ବାନୀ ଏହି ପତ୍ର ଲେଖିଥିଲେ। ରିଲାଏନ୍ସ ଗ୍ରୁପ୍‌କୁ କାହିଁକି ଏହି ଚୁକ୍ତି ମିଳିଲା ତାହା ଅମ୍ବାନୀ ଚିଠି ଦ୍ୱାରା ରାହୁଲଙ୍କୁ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି- “ରିଲାଏନ୍ସ ଡିଫେନ୍ସ ପାଖରେ ଗୁଜରାଟର ପିପାଭାଭ୍‌ରେ ସବୁଠାରୁ ବଡ଼ ନିଜସ୍ୱ ସିପ୍‌ୟାର୍ଡ ରହିଛି। ବର୍ତ୍ତମାନ ଏଠାରେ ଭାରତୀୟ ନୈସେନା ପାଇଁ ୫ଟି ନାଭାଲ୍‌ ଅଫ୍‌ଶୋର୍ ପେଟ୍ରୋଲ ଭେସ୍‌ଲ୍ସ (ଏନ୍‌ଓପିଭି) ନିର୍ମାଣ କରାଯାଉଛି। ଏହାସହ ଭାରତୀୟ ତଟରକ୍ଷୀ ବାହୀନଙ୍କ ପାଇଁ ୧୪ଟି ଫାଷ୍ଟ ପେଟ୍ରୋଲ୍‌ ଭେସ୍‌ଲ୍ସ ନିର୍ମାଣ କରାଯାଉଛି।”

ଫ୍ରାନ୍ସ ପାଖରୁ ୩୬ଟି ରାଫେଲ୍‌ ଏୟାରକ୍ରାଫ୍ଟ କିଣିବା ନିଷ୍ପତ୍ତି, ଦୁଇ ସରକାରଙ୍କ ଭିତରେ ବୁଝାମଣା ହୋଇଛି। ଏହି ବିମାନର ନିର୍ମାଣ ଫ୍ରାନ୍ସରେ ହେବ ଓ ଏହାକୁ Dassault କମ୍ପାନୀର କାରଖାନାରୁ ‘ଫ୍ଲାଏ ୱେ’ ଆଧାରରେ ଭାରତୀୟ ବାୟୁସେନାକୁ ପ୍ରଦାନ କରାଯିବ। ଏଥିରେ କମ୍ପାନୀର କୌଣସି ଭୂମିକା ନାହିଁ ବୋଲି ଅମ୍ବାନୀ ରାହୁଲଙ୍କୁ ଦର୍ଶାଇଛନ୍ତି।

Dassault ସହ ଚୁକ୍ତିକୁ ନେଇ ସେ କହିଛନ୍ତି, ଏହା ଦୁଇଟି କମ୍ପାନୀ ମଧ୍ୟରେ ସ୍ୱତନ୍ତ୍ର ବୁଝାମଣା। ଏରୋନଟିକ୍‌ ଓ ଡିଫେନ୍ସ କ୍ଷେତ୍ରରେ ଉପକରଣ ନିର୍ମାଣ ପାଇଁ ଏହି ବୁଝାମଣା ହୋଇଛି। ଏହାଦ୍ୱାରା ଭାରତରେ ବହୁସଂଖ୍ୟାରେ ଚାକିରି ସୁଯୋଗ ସୃଷ୍ଟିହେବ। ଏରୋନଟିକ୍‌ ଓ ପ୍ରତିରକ୍ଷା ଉପକରଣ ଉତ୍ପାଦନରେ ଏହା ଇଂଜିନିୟରମାନଙ୍କୁ ମୂଲ୍ୟବାନ ଟ୍ରେନିଂ ଓ ଦକ୍ଷତା ପ୍ରଦାନ କରିବାରେ ସହାୟକ ହେବ। ଏଥିରେ ଭାରତ ସରକାରଙ୍କର କୌଣସି ଭୂମିକା ନାହିଁ।

ଏହାସହ ଗାନ୍ଧି ପରିବାର ସହ ତାଙ୍କ ସୁସମ୍ପର୍କକୁ ମଧ୍ୟ ଅମ୍ବାନୀ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି- “କଂଗ୍ରେସ୍‌ ଦଳର ବହୁ ନେତା ରିଲାଏନ୍ସ ଗ୍ରୁପ୍‌ ଓ ମୋ ବିରୋଧରେ ମତ ଦେଉଛନ୍ତି, ଯାହା ଦୁଃଖ ଦେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story