ଦିଲ୍ଲୀରେ ପୁଣି ଜଣେ ଡାକ୍ତରଙ୍କୁ କରୋନା, କ୍ୱାରେଣ୍ଟାଇନରେ ରୋଗୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମୋହଲା କ୍ଲିନିକରେ କାର୍ଯ୍ୟ କରୁଥିବା ଆଉ ଜଣେ ଡାକ୍ତରଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି। ଏହାପୂର୍ବରୁ ଦିଲ୍ଲୀର ମୌଜପୁରରେ ଥିବା ମହୋଲା କ୍ଲିନିକ୍‌ର ଜଣେ ଡାକ୍ତର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ଉତ୍ତରପୂର୍ବ ଦିଲ୍ଲୀର ବାବରପୁର ଅଞ୍ଚଳରେ ଥିବା ମହୋଲା କ୍ଲିନିକର ଡାକ୍ତରଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଏହି ଅଞ୍ଚଳଟି ମୌଜପୁର ଠାରୁ ମାତ୍ର ଗୋଟିଏ କିମି ଦୂର। ଡାକ୍ତରଙ୍କୁ କରୋନା ଆକ୍ରାନ୍ତ କରିଥିବାରୁ ମାର୍ଚ୍ଚ ୧୨ରୁ […]

q

Hemant Lenka
  • Published: Tuesday, 31 March 2020
  • , Updated: 31 March 2020, 04:07 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମୋହଲା କ୍ଲିନିକରେ କାର୍ଯ୍ୟ କରୁଥିବା ଆଉ ଜଣେ ଡାକ୍ତରଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି। ଏହାପୂର୍ବରୁ ଦିଲ୍ଲୀର ମୌଜପୁରରେ ଥିବା ମହୋଲା କ୍ଲିନିକ୍‌ର ଜଣେ ଡାକ୍ତର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଆଜି ଉତ୍ତରପୂର୍ବ ଦିଲ୍ଲୀର ବାବରପୁର ଅଞ୍ଚଳରେ ଥିବା ମହୋଲା କ୍ଲିନିକର ଡାକ୍ତରଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଏହି ଅଞ୍ଚଳଟି ମୌଜପୁର ଠାରୁ ମାତ୍ର ଗୋଟିଏ କିମି ଦୂର। ଡାକ୍ତରଙ୍କୁ କରୋନା ଆକ୍ରାନ୍ତ କରିଥିବାରୁ ମାର୍ଚ୍ଚ ୧୨ରୁ ୨୦ ମଧ୍ୟରେ ତାଙ୍କ ପାଖକୁ ଆସିଥିବା ରୋଗୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଆକ୍ରାନ୍ତ ଡାକ୍ତର ଜଣଙ୍କ ବିଦେଶ ଗସ୍ତରେ ଯାଇଥିଲେ ନା କୌଣସି ଲୋକର ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତାହା ଜଣାପଡ଼ିନାହିଁ।

ମୌଜପୁରର ଡାକ୍ତର ଜଣଙ୍କ ସାଉଦି ଆରବରୁ ଫେରିଥିବା ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ କୋଭିଡ୍‌-୧୯ର ଶିକାର ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୯୦୦ ଜଣ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିଛନ୍ତି।

Related story