ପୁଣି ଗୋଟିଏ ହୋଟେଲର ୨୦ କର୍ମଚାରୀଙ୍କୁ ଏକାଥରେ କରୋନା

ଚେନ୍ନାଇ: ପୁଣିଥରେ ଚିନ୍ତା ବଢ଼ାଇଲାଣି କରୋନା। ବିଶେଷ କରି ଚେନ୍ନାଇରେ ଥିବା ଗୋଟିଏ ପରେ ଗୋଟିଏ ଫାଇଭ ଷ୍ଟାର ହୋଟେଲର କର୍ମଚାରୀ କରୋନାର ଆକ୍ରାନ୍ତ ହେବା, ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହିକ୍ରମରେ ଚେନ୍ନାଇର ଲୀଲା ପ୍ୟାଲେସର ୨୦ ଜଣ କର୍ମଚାରୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ଶନିବାର ଆଇଟିସି ଗ୍ରାଣ୍ଡ ଛୋଲାର କାମ କରୁଥିବା କର୍ମଚାରୀ, ସେମାନଙ୍କ ପରିବାର ଓ ପଡ଼ୋଶୀମାନଙ୍କୁ ମିଶାଇ ମୋଟ ୮୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। […]

c

Hemant Lenka
  • Published: Monday, 04 January 2021
  • , Updated: 04 January 2021, 04:02 PM IST

ଚେନ୍ନାଇ: ପୁଣିଥରେ ଚିନ୍ତା ବଢ଼ାଇଲାଣି କରୋନା। ବିଶେଷ କରି ଚେନ୍ନାଇରେ ଥିବା ଗୋଟିଏ ପରେ ଗୋଟିଏ ଫାଇଭ ଷ୍ଟାର ହୋଟେଲର କର୍ମଚାରୀ କରୋନାର ଆକ୍ରାନ୍ତ ହେବା, ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହିକ୍ରମରେ ଚେନ୍ନାଇର ଲୀଲା ପ୍ୟାଲେସର ୨୦ ଜଣ କର୍ମଚାରୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ଶନିବାର ଆଇଟିସି ଗ୍ରାଣ୍ଡ ଛୋଲାର କାମ କରୁଥିବା କର୍ମଚାରୀ, ସେମାନଙ୍କ ପରିବାର ଓ ପଡ଼ୋଶୀମାନଙ୍କୁ ମିଶାଇ ମୋଟ ୮୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

ଏହି ଦୁଇଟି ଘଟଣା ପରେ ତାମିଲନାଡୁ ସରକାର ଅଧିକ ସତର୍କତା ଅବଲମ୍ବନ କରିଛନ୍ତି। ଆଇଟିସି ଗ୍ରାଣ୍ଡ ଛୋଲା ଓ ଲୀଲା ପ୍ୟାଲେସ ବ୍ୟତୀତ ଚେନ୍ନାଇରେ ଥିବା ହୋଟେଲଗୁଡ଼ିକରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଲୀଲା ପ୍ୟାଲେସର ୨୩୨ ଷ୍ଟାଫ ମେମ୍ବରଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦% କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ଚେନ୍ନାଇରେ ଥିବା ହୋଟେଲ ଗୁଡ଼ିକରେ ପ୍ରାୟ ୬୪୧୬ ଜଣ କର୍ମଚାରୀ ସିଧାସଳଖ କାମ କରୁଛନ୍ତି।

ଏମାନଙ୍କ ମଧ୍ୟରୁ ୬୮% ଅର୍ଥାତ ୪,୩୯୨ ଜଣ ସଦସ୍ୟଙ୍କର କରୋନା ଟେଷ୍ଟ ଶେଷ ହୋଇଯାଇଛି। ଏମାନଙ୍କ ମଧ୍ୟରୁ ୩% ଅର୍ଥାତ ୧୨୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ଓ ୪୯୧ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଅନ୍ୟପକ୍ଷରେ ହୋଟେଲ ଗୁଡ଼ିକୁ ନିୟମିତ ସାନିଟାଇଜ କରାଯିବା ସହ ସମସ୍ତ ପ୍ରକାରର ନିୟମକୁ କଟକଣାକୁ ଲାଗୁ କରାଯାଇଛି। ତଥାପି ହୋଟେଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଉଛନ୍ତି।

Related story