ଆଟଲାଣ୍ଟିକା: ଆଣ୍ଟଲାଟିକାରେ ଏକ ବିଶାଳ ହିମ ପର୍ବତ ଯୋଗୁଁ ୧ଲକ୍ଷ ୫୦ ହଜାର ପେଙ୍ଗୁଇନଙ୍କ ମୃତ୍ୟୁ ଘଟିଛି। ବୈଜ୍ଞାନିକଙ୍କ କହିବାନୁସାରେ ଗତ ୫ ବର୍ଷ ମଧ୍ୟରେ ବରଫ ଚଟାଣ ଯୋଗୁଁ ଏହି ପେଙ୍ଗୁଇନଙ୍କ ଜୀବନ ଯାଇଛି। ଏହି ବରଫ ପର୍ବତ ଏତେ ବଡ଼ ଯେ ଏହାକୁ ଇଟାଲୀର ରାଜଧାନୀ ରୋମ ସହିତ ତୁଳନା କରାଯାଇପାରେ।
ଏକଦା ଆଟଲାଣ୍ଟିକାରେ ଥିବା୧ଲକ୍ଷ ୬୦ ହଜାର ଏଡଲି ପେଙ୍ଗୁଇନ୍ଙ୍କ ସଂଖ୍ୟା ହ୍ରାସ ପାଇ ୧୦ ହଜାରରେ ପହଞ୍ଚିଛି। ଏପରି ସ୍ଥିତି ଲାଗି ରହିଲେ ଆଗାମୀ ୨୦ ବର୍ଷ ମଧ୍ୟରେ ଏଡଲି ପେଙ୍ଗୁଇନଙ୍କ ସମ୍ପୂର୍ଣ୍ଣ ବିଲୁପ୍ତ ହେଇଯିବେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।