ସିଏଏ ବିକ୍ଷୋଭ ନେଇ ସଫେଇ ଦେଲେ ଜାମିଆ ପ୍ରଶାସନ

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ ବିରୋଧରେ ହୋଇଥିବା ବିକ୍ଷୋଭ ବିଶ୍ୱବିଦ୍ୟାଳୟ ପରିସର ଭିତରେ ହୋଇନି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। କର୍ତ୍ତୃପକ୍ଷ କହିଛନ୍ତି, ଏଥିରେ ବ୍ୟାପକ ପରିମାଣରେ ସ୍ଥାନୀୟ ଲୋକ ମଧ୍ୟ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ନାଗରିକତା (ସଂଶୋଧନ) ଆଇନ ଏବଂ ଏନ୍‌ଆରସି ବିରୋଧରେ ହୋଇଥିବା ବିକ୍ଷୋଭରେ ଅନେକ ବିକ୍ଷୋଭକାରୀ ଏବଂ ପୁଲିସ୍‌ ଆହତ ହୋଇଥିଲେ। ଶନିବାର ସମସ୍ତ ପରୀକ୍ଷା ମଧ୍ୟ ଘୁଞ୍ଚିଯିବା ନେଇ ଜାମିଆ ମିଲିଆ ପକ୍ଷରୁ ଘୋଷଣା କରାଯାଇଥିଲା। […]

Jamia

Subrat Kumar Nayak
  • Published: Sunday, 15 December 2019
  • , Updated: 15 December 2019, 04:15 PM IST

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ ବିରୋଧରେ ହୋଇଥିବା ବିକ୍ଷୋଭ ବିଶ୍ୱବିଦ୍ୟାଳୟ ପରିସର ଭିତରେ ହୋଇନି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। କର୍ତ୍ତୃପକ୍ଷ କହିଛନ୍ତି, ଏଥିରେ ବ୍ୟାପକ ପରିମାଣରେ ସ୍ଥାନୀୟ ଲୋକ ମଧ୍ୟ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ନାଗରିକତା (ସଂଶୋଧନ) ଆଇନ ଏବଂ ଏନ୍‌ଆରସି ବିରୋଧରେ ହୋଇଥିବା ବିକ୍ଷୋଭରେ ଅନେକ ବିକ୍ଷୋଭକାରୀ ଏବଂ ପୁଲିସ୍‌ ଆହତ ହୋଇଥିଲେ। ଶନିବାର ସମସ୍ତ ପରୀକ୍ଷା ମଧ୍ୟ ଘୁଞ୍ଚିଯିବା ନେଇ ଜାମିଆ ମିଲିଆ ପକ୍ଷରୁ ଘୋଷଣା କରାଯାଇଥିଲା।

ତେବେ ଏହାକୁ ନେଇ ଜାମିଆ ମିଲିଆର ଲୋକସମ୍ପର୍କ ଅଧିକାରୀ କହିଛନ୍ତି, “ଏହି ବିକ୍ଷୋଭ ନା ବିଶ୍ୱବିଦ୍ୟାଳୟ ପରିସରରେ ହୋଇଥିଲା ନା ଏହା ଜମାଆର ବିକ୍ଷୋଭ ଥିଲା। ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ଭାଗ ନେଇଥିଲେ। ଆମେ ଛାତ୍ରଙ୍କ ସହ ଆଲୋଚନା କରିଛୁ, ସେମାନେ ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଛନ୍ତି।”

ଏହା ପୂର୍ବରୁ ଶନିବାର ଏକ ରିଲିଜ୍‌ରେ କୁହାଯାଇଥିଲା, “ସମସ୍ତ ପରୀକ୍ଷା ଘୁଞ୍ଚିଯାଇଛି। କିଛି ଦିନ ମଧ୍ୟରେ ନୂଆ ତାରିଖ ଘୋଷଣା କରାଯିବ। ୧୬ ତାରିଖରୁ ଶୀତ କାଳୀନ ଛୁଟି ଆରମ୍ଭ ହୋଇଯିବ। ୨୦୨୦ ମସିହା ଜାନୁଆରୀ ୬ରେ ବିଶ୍ୱବିଦ୍ୟାଳୟ ଖୋଲିଯିବ।”

Related story