ୱାର୍‌ ଜୋନରେ ପରିଣତ ହେଲା ଆସାମ, ଡିସେମ୍ବର ୧୨କୁ କଳା ଦିବସ ଭାବେ ପାଳିବ ଛାତ୍ର ସଂଗଠନ

ଗୌହାଟୀ: ବିବାଦୀୟ ସିଏବି ବିରୋଧରେ ଆନ୍ଦୋଳନ ଡାକରା ଦେଇଥିବା ନର୍ଥଇଷ୍ଟ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ ଓ ଏଏଏସୟୁ ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ୧୨କୁ କଳା ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି। ଆଜି ଏହି ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନରେ ଶିକ୍ଷାର୍ଥୀଙ୍କ ସମେତ ହଜାର ହଜାର ଲୋକ ସାମିଲ ହୋଇ ଆସାମର ଏକାଧିକ ଜିଲ୍ଲାରେ ବିକ୍ଷୋଭ କରିଛନ୍ତି। ଲାଲୁଙ୍ଗ ଗାଓଁରେ ଆନ୍ଦୋଳନକାରୀମାନେ ପୁଲିସ୍‌କୁ ଟେକା ପଥର ମାଡ଼ କରିବାରୁ ପୁଲିସ୍‌ ସେମାନଙ୍କ ଉପରକୁ ଗୁଳି […]

y

Hemant Lenka
  • Published: Thursday, 12 December 2019
  • , Updated: 12 December 2019, 04:19 PM IST

ଗୌହାଟୀ: ବିବାଦୀୟ ସିଏବି ବିରୋଧରେ ଆନ୍ଦୋଳନ ଡାକରା ଦେଇଥିବା ନର୍ଥଇଷ୍ଟ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ ଓ ଏଏଏସୟୁ ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ୧୨କୁ କଳା ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି। ଆଜି ଏହି ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନରେ ଶିକ୍ଷାର୍ଥୀଙ୍କ ସମେତ ହଜାର ହଜାର ଲୋକ ସାମିଲ ହୋଇ ଆସାମର ଏକାଧିକ ଜିଲ୍ଲାରେ ବିକ୍ଷୋଭ କରିଛନ୍ତି।

ଲାଲୁଙ୍ଗ ଗାଓଁରେ ଆନ୍ଦୋଳନକାରୀମାନେ ପୁଲିସ୍‌କୁ ଟେକା ପଥର ମାଡ଼ କରିବାରୁ ପୁଲିସ୍‌ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଛି। ସେହିପରି ଗୌହାଟୀ ସହରର ଏକାଧିକ ସ୍ଥାନରେ ମଧ୍ୟ ପୁଲିସ ଫାଙ୍କା ଗୁଳି ଚାଳନା କରିଛି। ଗୌହାଟୀ-ଶିଲଂ ରାସ୍ତାକୁ ବିକ୍ଷୋଭକାରୀ ବନ୍ଦ କରିବା ସମୟରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ପ୍ରଥମେ ଲାଠି ପରେ ଟିଅର ଗ୍ୟାସ ମାଡ଼ କରିଥିଲେ। ତେବେ ସ୍ଥିତି ନ ସୁଧୁରିବାରୁ ପୁଲିସ୍‌ ଫାଙ୍କା ଗୁଳି ଚାଳନା କରିଥିଲା।

ଆନ୍ଦୋଳନକାରୀମାନେ ଦୋକାନ ଓ ଘର ଦ୍ୱାର ଭାଙ୍ଗିଛନ୍ତି। ସେହିପରି ଟାୟର ଜାଳିବା ସହ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଏଏଏସ୍‌ୟୁ ଓ କେଏମଏସଏସ ପକ୍ଷରୁ ଲତାସହିଲ ପ୍ଲେ ଗ୍ରାଉଣ୍ଡରେ ବିଶାଳ ସମାବେଶ କରାଯାଇ ସିଏବି ବିରୋଧରେ ରଣ ହୁଙ୍କାର ଦିଆଯାଇଛି।

ରଙ୍ଗିଆ ଜିଲ୍ଲାରେ ପୁଲିସ୍‌ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ୍‌ ଏଠାରେ ମଧ୍ୟ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଛି। ଗୋଲାଘଟ ଜିଲ୍ଲାରେ ଲୋକେ ଏନଏଚ ୩୯ ଅବରୋଧ କରିବାରୁ ସେମାନଙ୍କୁ ଡରାଇବା ପାଇଁ ପୁଲିସ ପକ୍ଷରୁ ଗୁଳି ମାଡ଼ କରାଯାଇଛି।

ସମଗ୍ର ଆସାମରେ ସିଏବି ନିଆଁ ଜଳୁଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି। ଗୌହାଟୀ, ତିନସୁକିଆ, ଜୋରହାଟ ଓ ଦିବ୍ରୁଗଡ଼ରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏଠାରେ ସେନା ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି।

Related story