ଫେମିନା ମିସ୍‌ ଇଣ୍ଡିଆ ୨୦୧୮ର ମୁକୁଟ ପିନ୍ଧିଲେ ଅନୁକ୍ରୀତି ୱାସ୍‌

ମୁମ୍ବାଇ: ଫେମିନା ମିସ୍‌ ଇଣ୍ଡିଆ ୨୦୧୮କଣ୍ଟେଷ୍ଟର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏଥର ବାଜିମାତ୍‌ କରିଛନ୍ତି ଅନୁକ୍ରୀତି ୱାସ୍‌। ଅନୁକ୍ରୀତି  ତାମିଲନାଡ଼ୁର ବାସିନ୍ଦା। ସେ ୨୯ଟି ପ୍ରତିଯୋଗିତାରେ ହାରିବା ପରେ ଏହି କ୍ରାଉନ୍‌ ନିଜ ନାଁରେ କରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ହରିୟାଣାରେ ରହୁଥିବା ମୀନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ-ଅପ୍‌ ଓ ଆନ୍ଧ୍ରପ୍ରଦେସର ଶ୍ରେୟା ରାଓ ଦ୍ୱିତୀୟ ରନର୍ସ-ଅପ୍‌ ହୋଇଥିଲେ।  ଅନ୍ୟପଟେ ଟପ୍‌ ୫ ପହଞ୍ଚିଥିବା ପ୍ରତିଯୋଗୀଙ୍କ ମଧ୍ୟରେ  ଦିଲ୍ଲୀରେ ରହୁଥିବା ଗାୟତ୍ରୀ ଭରଦ୍ୱାଜ […]

missindia

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 09:27 AM IST

ମୁମ୍ବାଇ: ଫେମିନା ମିସ୍‌ ଇଣ୍ଡିଆ ୨୦୧୮କଣ୍ଟେଷ୍ଟର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏଥର ବାଜିମାତ୍‌ କରିଛନ୍ତି ଅନୁକ୍ରୀତି ୱାସ୍‌। ଅନୁକ୍ରୀତି  ତାମିଲନାଡ଼ୁର ବାସିନ୍ଦା। ସେ ୨୯ଟି ପ୍ରତିଯୋଗିତାରେ ହାରିବା ପରେ ଏହି କ୍ରାଉନ୍‌ ନିଜ ନାଁରେ କରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ହରିୟାଣାରେ ରହୁଥିବା ମୀନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ-ଅପ୍‌ ଓ ଆନ୍ଧ୍ରପ୍ରଦେସର ଶ୍ରେୟା ରାଓ ଦ୍ୱିତୀୟ ରନର୍ସ-ଅପ୍‌ ହୋଇଥିଲେ।  ଅନ୍ୟପଟେ ଟପ୍‌ ୫ ପହଞ୍ଚିଥିବା ପ୍ରତିଯୋଗୀଙ୍କ ମଧ୍ୟରେ  ଦିଲ୍ଲୀରେ ରହୁଥିବା ଗାୟତ୍ରୀ ଭରଦ୍ୱାଜ ଓ ଝାଡ୍‌ଖଣ୍ଡରେ ରହୁଥିବା ଷ୍ଟେଫି ପଟେଲ୍‌ ସାମିଲ୍‌ ଥିଲେ।

https://twitter.com/feminamissindia/status/1009148069156458500

ଏହି ଇଭେଣ୍ଟର ଜଜ୍‌ ପେନାଲ୍‌ରେ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା, ଅଭିନେତା ବବି ଦେୱଲ, କୁନାଲ କପୁର, କ୍ରିକେଟର ଇର୍‌ଫାନ୍‌ ଫଠାନ୍‌ ଓ କେ. ଏଲ୍‌. ରାହୁଲ୍‌  ସାମିଲ୍‌ ଥିଲେ।  ଏମାନଙ୍କ ବ୍ୟତୀତ  ୨୦୧୭ର  ମିସ୍‌ ୱାର୍ଲ୍ଡ ବିଜେତା ମାନୁଷି ଚିଲ୍ଲର ସଧ୍ୟ ସେଠାରେ ଉପସ୍ଥିତ ଥିଲେ।  ମାନୁଷି ହିଁ ଅନୁକ୍ରୀତିଙ୍କୁ ବିଜେତାର ମୁକୁଟ ପିନ୍ଧାଇଥିଲେ।

https://twitter.com/feminamissindia/status/1009174010825977858

ଏହି ଇଭେଣ୍ଟକୁ କରଣ ଜୋହର ଓ ଆୟୁଷ୍ମାନ୍‌ ଖୁରାନା ହୋଷ୍ଟ କରିଥିଲେ। ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ୍‌, କରୀନା କପୁର, ଓ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ନିଜ ଧମାକଦାର ଡ୍ୟାନ୍ସ ପରଫର୍ମାନ୍ସ ରେ ମାହୋଲକୁ ପୂରା ଉତ୍ସବମୁଖର କରିଦେଇଥିଲେ। ଫେମିନା ମିସ୍‌ ଇଣ୍ଡିଆ ଜିତିବା ପରେ ଅନୁକ୍ରୀତି ୱାସ୍‌ ଏବେ ମିସ୍‌ ୱାର୍ଲ୍ଡ ୨୦୧୮ ପାଇଁ ଭାରତରୁ ପ୍ରତିନିଧିତ୍ୱ କରିବେ।

 

 

Related story