ସ୍ୱଚ୍ଛ ଭାରତ ଅଭିଯାନରେ ଅନୁଷ୍କା: ବେଳାଭୂମି ଝାଡୁ କରି ସୋସିଆଲ୍ ମିଡିଆରେ ଫଟୋ ଛାଡ଼ିଲେ

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ କେବେ ଚର୍ଚ୍ଚା ଥମେନି। କେତେବେଳେ ସିନେମା ଜଗତରେ ତ କେତେବେଳେ କ୍ରିକେଟ୍ ଜଗତରେ ତାଙ୍କୁ ନେଇ ଆଲୋଚନା ହୁଏ। କେତେବେଳେ ସେ ଲୁଚି ଲୁଚି ତାଙ୍କ କ୍ରିକେଟ୍ ପ୍ରେମିକ ବିରାଟ କୋହଲିଙ୍କୁ ପାଖକୁ ବିଦେଶ ପଳାନ୍ତି ତ କେତେବେଳେ ତାଙ୍କର କୋଉ ଅଭିନେତା ସହ ଡେଟିଂକୁ ନେଇ ଚର୍ଚ୍ଚା ହୁଏ। ଏବେ ସୁନ୍ଦରୀ ଅନୁଷ୍କା କିନ୍ତୁ ଗୋଟେ ସୋସିଆଲ୍ ସର୍ଭିସ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସେ ସାମିଲ୍ ହୋଇଛନ୍ତି ଭାରତ […]

Anuska

Ordigital Desk
  • Published: Friday, 29 September 2017
  • , Updated: 29 September 2017, 12:27 PM IST

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ କେବେ ଚର୍ଚ୍ଚା ଥମେନି। କେତେବେଳେ ସିନେମା ଜଗତରେ ତ କେତେବେଳେ କ୍ରିକେଟ୍ ଜଗତରେ ତାଙ୍କୁ ନେଇ ଆଲୋଚନା ହୁଏ। କେତେବେଳେ ସେ ଲୁଚି ଲୁଚି ତାଙ୍କ କ୍ରିକେଟ୍ ପ୍ରେମିକ ବିରାଟ କୋହଲିଙ୍କୁ ପାଖକୁ ବିଦେଶ ପଳାନ୍ତି ତ କେତେବେଳେ ତାଙ୍କର କୋଉ ଅଭିନେତା ସହ ଡେଟିଂକୁ ନେଇ ଚର୍ଚ୍ଚା ହୁଏ। ଏବେ ସୁନ୍ଦରୀ ଅନୁଷ୍କା କିନ୍ତୁ ଗୋଟେ ସୋସିଆଲ୍ ସର୍ଭିସ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସେ ସାମିଲ୍ ହୋଇଛନ୍ତି ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ପ୍ରିୟ ଅଭିଯାନରେ ସେ ଅନ୍ୟତମ ବ୍ରାଣ୍ଡ ଆମ୍ବାସଡର। ଏବେ ସେ ଗୋଟେ ଜାଗାରେ ସମୁଦ୍ର କୂଳ ସଫା କରି ଏଥିରେ ନିଜକୁ ସାମିଲ୍ କରିଥିବା ଖବର ଆସିଛି।
ଆପଣ ଭାବୁଥିବେ ଏ ଖବରଟି ତେବେ ପଦାକୁ ଆସିଲା କେମିତି। ଏହା କଣ ଆଶ୍ଚର୍ଯ୍ୟ କଥା କି। ଅନୁଷ୍କା ଦେବୀଙ୍କୁ ବା କିଏ ନଚିହ୍ନେ। ତେବେ ଏ କ୍ଷେତ୍ରରେ ଅନୁଷ୍କା ନିଜେ ହିଁ ଖବରଟି ଦେଇଛନ୍ତି ତାଙ୍କ ପ୍ରଶଂସକମାନଙ୍କୁ। ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ମୁମ୍ବାଇର ଏକ ବେଳାଭୂମି ସଫା କରୁଥିବା ଦେଖିବା ବେଳର କିଛି ଫଟୋ ଛାଡିଛନ୍ତି। ତା ତଳେ ପୁଣି ଲେଖିଛନ୍ତି, ଶହେଥର ଉପଦେଶ ଦେବା ସହଜ, କିନ୍ତୁ ଗୋଟିଏଥର କାମ କରିବା ବେଶୀ ମହତ୍ୱପୂର୍ଣ୍ଣ। ଜୟ ଗାନ୍ଧିଜୀ, ସ୍ୱଚ୍ଛ ଭାରତ, ସ୍ୱଚ୍ଛତା ହିଁ ସେବା।

ଚଳିତ ମାସ ପହିଲାରେ ହିଁ ଅଭିନେତ୍ରୀ ଅନୁଷ୍କା ମୋଦିଙ୍କଠାରୁ ଫୋନ୍ ପାଇଥିଲେ। ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ୍ ହେବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଅନୁଷ୍କା ଏଥିରେ ରାଜି ମଧ୍ୟ ହୋଇଥିଲେ। ମୋଦିଙ୍କ କହିବା କଥା ଥିଲା, ଅନୁଷ୍କାଙ୍କ ପରି ଲୋକପ୍ରିୟ ଅଭିନେତ୍ରୀ, ଯାହାଙ୍କୁ ଯୁବପିଢ଼ି ଅନୁସରଣ କରୁଛନ୍ତି, ସେମାନେ ଯଦି ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ୍ ହେଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହେବ। ମୋଦି ମାଲାୟାଲମ ଅଭିନେତା ମୋହନଲାଲଙ୍କୁ ବି ଏହି ଅଭିଯାନରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। ତେବେ ସେ ଯାହାବି ହେଉ ନିଜର ଅଭିନୟ କାମ ବାଦ୍ ଅନୁଷ୍କା ଦେବୀ କିଛି ଦେଶସେବାରେ ନିଜକୁ ଲଗେଇପାରିଲେ ତାହା ବଡ଼ କଥା। ଏବେ ଅପେକ୍ଷା ତାଙ୍କ କ୍ରିକେଟର ବୟଫ୍ରେଣ୍ଡ କୋହଲି ଏ ବାବଦରେ କଣ କହୁଛନ୍ତି।

Related story